ଶେହଓ୍ବାଜ୍‌ ବନାମ କୁରେଶୀ

ଇସ୍‌ଲାମାବାଦ,୧୧ା୪: ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଅନାସ୍ଥା ଭୋଟରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୂର୍ବରୁ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ୍‌ ଶରିଫଙ୍କ ସାନଭାଇ ଶେହଓ୍ବାଜ୍‌ ଶରିଫଙ୍କୁ ବିପକ୍ଷ ମେଣ୍ଟ ଏହି ପଦବୀ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଛି। ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବାରୁ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ବାଜ୍‌) ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ଶେହଓ୍ବାଜ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ପରେ ଇମ୍ରାନ୍‌ଙ୍କ ଦଳ ପିଟିଆଇ ପକ୍ଷରୁ ବିଦାୟୀ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଛି।
ବିରୋଧୀ ମେଣ୍ଟ ଏବେ ଶାସକ ମେଣ୍ଟ ହେବାକୁ ଯାଉଛି। ୩୪୨ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ସମାଜବାଦୀ, ଉଦାରପନ୍ଥୀ ଓ କଠୋରପନ୍ଥୀ ଧର୍ମୀୟ ଦଳଗୁଡ଼ିକର ୧୭୪ ଏମ୍‌ପି ରହିଛନ୍ତି। ଇମ୍ରାନ୍‌ଙ୍କୁ ହଟାଇ ନୂଆ ସରକାର ଗଠନ କରିବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିରୋଧୀ ମେଣ୍ଟ ନିକଟରେ ତହିଁରୁ ଅଧିକ ୨ ଜଣ ଏମ୍‌ପି ଅଛନ୍ତି। ତେଣୁ ୭୦ ବର୍ଷୀୟ ଶେହଓ୍ବାଜ୍‌ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ସେମାନଙ୍କୁ ଓ୍ବାକ୍‌ ଓଭର ନ ଦେବା ପାଇଁ ପିଟିଆଇ ନେତୃତ୍ୱାଧୀନ ମେଣ୍ଟ କୁରେଶୀଙ୍କୁ ମଇଦାନକୁ ଓହ୍ଲାଇଛି। ୬୯ ବର୍ଷୀୟ ଇମ୍ରାନ୍‌ ହେଉଛନ୍ତି ଦେଶର ୧୯ତମ ପ୍ରଧାନମନ୍ତ୍ରୀ, ଯିଏକି ପୂରା ୫ ବର୍ଷ ଶାସନ ଗାଦିରେ ରହିପାରି ନାହାନ୍ତି। ଦେଶର ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କୁ ସେନା କିମ୍ବା କୋର୍ଟ ହଟାଇଥିବାବେଳେ ଇମ୍ରାନ୍‌ ନିଜ ଯୋଗୁ କ୍ଷମତାରେ ରହିପାରି ନାହାନ୍ତି ବୋଲି ପାକିସ୍ତାନୀ ଖବରଦାତା ନିଜାମ ସେଠି ଟୁଇଟ୍‌ କରିଛନ୍ତି।

ସେନାମୁଖ୍ୟଙ୍କୁ ହଟାଇବାକୁ ଚାହୁଁଥିଲେ ଇମ୍ରାନ୍‌ ଖାନ୍‌

ଇମ୍ରାନ୍‌ ଖାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପୂର୍ବରୁ ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବାଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ। ସେ ବାଜ୍‌ଓ୍ବାଙ୍କୁ ବିଦା କରି ନିଜର ଜଣେ ଅନୁଗତ ସେନା ଅଧିକାରୀଙ୍କୁ ସାମରିକ ବଳର ମୁଖ୍ୟ କରିବାକୁ ଚାହିଁଥିଲେ, ଯାହାଙ୍କ ଜରିଆରେ ତଥାକଥିତ ‘ବିଦେଶୀ ଷଡ଼ଯନ୍ତ୍ର’କୁ ପ୍ରମାଣିତ କରିପାରିଥାଆନ୍ତେ। ମିଡିଆ ରିପୋର୍ଟ ଅନୁସାରେ ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ହେଲିକପ୍ଟର ଅବତରଣ କରିଥିଲା। ସେଥିରୁ ଓହ୍ଲାଇଥିଲେ ଦୁଇଜଣ ଅନିମନ୍ତ୍ରିତ ଅତିଥି, ଯାହାଙ୍କୁ ସୈନ୍ୟମାନେ ଏସ୍‌କର୍ଟ ଦେଇ ଭିତରକୁ ପାଛୋଟିନେଇଥିଲେ। ଦୁଇ ଅତିଥି ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ସହ ୪୫ ମିନିଟ ଧରି ଆଲୋଚନା କରିଥିଲେ। ଏହାର ଘଣ୍ଟାକ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, ଯହିଁରେ ତାଙ୍କୁ ସାକ୍ଷାତ୍‌ କରିବାକୁ ଆସିଥିବା ଦୁଇ ଉଚ୍ଚପଦସ୍ଥ ସେନା ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ହଟାଯିବା ନେଇ ଉଲ୍ଲେଖ କରାଯାଇଥିଲା। ତେଣୁ ଅତିଥି ଦ୍ୱୟଙ୍କ ଅବାଞ୍ଛିତ ଆଗମନ ଅପ୍ରତ୍ୟାଶିତ ଥିଲା। ଇମ୍ରାନ୍‌ ଏକ ହେଲିକପ୍ଟରକୁ ଅପେକ୍ଷା କରିଥିଲେ। କିନ୍ତୁ ଅବତରଣ କରିଥିବା ହେଲିକପ୍ଟର ତାଙ୍କୁ ଚକିତ କରିଦେଇଥିଲା। ଅପେକ୍ଷା କରିଥିବା ହେଲିକପ୍ଟର ‘ନବନିଯୁକ୍ତ ଅଧିକାରୀ’ଙ୍କୁ ଆଣିବ, ଯିଏକି ସମସ୍ତ ରାଜନୈତିକ ଅଚଳାବସ୍ଥାର ଅବସାନ ଘଟାଇବେ ବୋଲି ଇମ୍ରାନ୍‌ ଆଶା କରିଥିଲେ। ତେବେ ଇମ୍ରାନ୍‌ଙ୍କୁ ସୁହାଇଲା ଭଳି ନୂଆ ନିଯୁକ୍ତି ପାଇଁ ଆବଶ୍ୟକ ବିଜ୍ଞପ୍ତି ଜାରି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମନା କରିଦେଇଥିବାରୁ ସେନାମୁଖ୍ୟଙ୍କୁ ବଦଳାଇବା ସମ୍ଭବ ହୋଇ ନ ଥିଲା। ଅନିମନ୍ତ୍ରିତ ଅତିଥି ଦ୍ୱୟ ଥିଲେ ସେନାମୁଖ୍ୟ ଜେନେରାଲ ବାଜ୍‌ଓ୍ବା ଏବଂ ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ନଦିମ ଅହମ୍ମଦ ଅଞ୍ଜୁମ୍‌। ୧୯୪୭ରେ ଭାରତଠାରୁ ଅଲଗା ହୋଇ ପାକିସ୍ତାନ ଗଠନ ହେବା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ କ୍ଷମତାରେ ରହିପାରି ନାହାନ୍ତି। ଶନିବାର ମଧ୍ୟରାତ୍ରିରେ ପାକିସ୍ତାନର ଇତିହାସ କଡ଼ ଲେଉଟାଇଥିଲା। ପ୍ରଥମ ଥର ପାଇଁ ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ଚୌକିରୁ ହଟିଥିଲେ ଇମ୍ରାନ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri