ଗ୍ରାହକଙ୍କ ଚାହିଦା ସର୍ବୋଚ୍ଚ ପ୍ରାଥମିକତା

ଅନେକ ବାଧାବିଘ୍ନ ଅତିକ୍ରମ କରି ୯୦ ଦଶକରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଆରମ୍ଭ କରିଥିଲେ ‘ଗ୍ରୀନ୍‌ ଚିଲିଜ୍‌’। ଦୃଢ଼ ଇଚ୍ଛାଶକ୍ତି ତଥା ଅକ୍ଳାନ୍ତ ପରିଶ୍ରମ ବଳରେ ସେହି ଅନୁଷ୍ଠାନ ଆଜି ଏକ ଲୋକପ୍ରିୟ ଫୁଡ୍‌କୋର୍ଟ ଓ ଗ୍ରୀନ୍‌ ଚିଲିଜ୍‌ ଗ୍ରୁପ୍‌ରେ ପରିଗଣିତ ହୋଇଛି। ଉକ୍ତ ଫୁଡ୍‌ ଚେନ୍‌ର ପ୍ରତିଷ୍ଠାତା ଏମ୍‌. କେଶବ ରାଓ ନିଜ ସଂଘର୍ଷମୟ ଯାତ୍ରାର ଅନୁଭୂତି ଧରିତ୍ରୀ ସହ ବାଣ୍ଟିଛନ୍ତି।

ଗ୍ରୀନ୍‌ ଚିଲିଜ୍‌ର ଯାତ୍ରା କିପରି ଆରମ୍ଭ ହୋଇଥିଲା?
କମ୍‌ ବୟସରେ ପାଠପଢ଼ା ଛାଡ଼ି ପରିବାର ପ୍ରତିପୋଷଣ ପାଇଁ ସହର ସହର ବୁଲି କାମ ଖୋଜୁଥିଲି। ରାସ୍ତାକଡ଼ର ଠେଲା ଓ ଫୁଡ୍‌ କାଉଣ୍ଟରଗୁଡ଼ିକରୁ ଖାଦ୍ୟ ଖାଇ ଜୀବନ ଅତିବାହିତ କରୁଥାଏ। ଏହା ମଧ୍ୟରେ ମନରେ ଅନେକ ସ୍ବପ୍ନ ଧରି ଭୁବନେଶ୍ୱରକୁ ଫେରି ବେପାର କରିବାକୁ ଇଚ୍ଛା ହେଲା। ତା’ ପରେ ଆରମ୍ଭ ହୋଇଥିଲା ଏକ ନୂତନ ଅଧ୍ୟାୟ। ୧୯୯୯ ଜୁଲାଇରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିଏମ୍‌ସି ଓ ଓପଲଫେଡ୍‌ ସହାୟତାରେ ଏକ ବୁଥ୍‌ରେ ଆରମ୍ଭ କରିଥିଲି ଫାଷ୍ଟଫୁଡ୍‌ ବ୍ୟବସାୟ। କିଛିଦିନ ପରେ ମହାବାତ୍ୟା ମୋ ଦୋକାନ ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ହେଲେ ମୁଁ ହାର ନ ମାନି ପୁଣି ବ୍ୟବସାୟ ଆରମ୍ଭ କରିଥିଲି। ଗତ ୨୩ ବର୍ଷର ବ୍ୟବସାୟ ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ଆଗେଇ ଚାଲିଛି। ବର୍ତ୍ତମାନ ଗ୍ରୀନ୍‌ ଚିଲିଜ୍‌ ଏକ ଗ୍ରୁପ୍‌ରେ ପରିଣତ ହେବା ସହ ସାରା ଦେଶରେ ସ୍ବତନ୍ତ୍ର ଫାଷ୍ଟଫୁଡ୍‌ ୟୁନିଟ୍‌ର ସୁନାମ ପାଇଛି।
ଗ୍ରୀନ୍‌ ଚିଲିଜ୍‌ର ସଫଳତା ପଛର ରହସ୍ୟ କ’ଣ?
ସଫଳତା ଦିନକରେ ମିଳେନାହିଁ। ୫ ବର୍ଷର ପରିଶ୍ରମ ଓ ଗୁଣାତ୍ମକ ଖାଦ୍ୟ ସାଙ୍ଗକୁ ଲୋକସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇଛି। ସେହିଭଳି ଗ୍ରାହକଙ୍କ ଚାହିଦା ପୂରଣ ଓ ବୃତ୍ତିକୁ ବ୍ରତ ବୋଲି ଭାବିବା ସହ ସାଧୁତାକୁ ମଧ୍ୟ ଗୁରୁତ୍ୱ ଦେଇଆସିଛି। ଫଳରେ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ପ୍ରିୟପାତ୍ର ହେବା ସହିତ ସଫଳତାର ସ୍ବାଦ ଚାଖିବା ଆରମ୍ଭ କରିଥିଲି।
ଆପଣଙ୍କ ଆଗାମୀ ଯୋଜନା କ’ଣ ରହିଛି?
ବିନା ଯୋଜନାରେ ବ୍ୟବସାୟ କରିବା କଷ୍ଟକର। ଗତ ୨ ବର୍ଷରେ କୋଭିଡ୍‌ ମହାମାରୀର ପ୍ରଭାବ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ଅନେକ ମାତ୍ରାରେ ପଡ଼ିଛି। ବ୍ୟବସାୟ ବନ୍ଦ ରହିଥିଲେ ମଧ୍ୟ କର୍ମଚାରୀ ଓ ପରିବାର ପ୍ରତିପୋଷଣ ଦାୟିତ୍ୱ ଥିଲା। ଏହାରି ମଧ୍ୟରେ କିଛି ପରିମାଣରେ କାରବାରରେ ସୁଧାର ଆସିଛି। ସମୟ ଠିକ୍‌ ରହିଲେ ଭୁବନେଶ୍ୱରବାସୀ ଗ୍ରୀନ୍‌ ଚିଲିଜ୍‌ ପକ୍ଷରୁ ଆଉ ଏକ ନୂଆ ପ୍ଲାଟ୍‌ଫର୍ମ ‘ଗୋଲ୍ଡେନ ଚିଲି’ରୁ ସୁଷମ ଓ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇପାରିବେ। ଉଭୟ ଗ୍ରୀନ୍‌ ଚିଲିଜ୍‌ ଏବଂ ଗୋଲ୍ଡେନ ସହ ଏହାର କ୍ୟାଟରିଙ୍ଗ ସୁବିଧା ଓ ସେବା ମଧ୍ୟ ଦେଶବାସୀଙ୍କୁ ଯୋଗାଇବା ଯୋଜନା ରହିଛି।
ଗ୍ରୀନ୍‌ ଚିଲିଜ୍‌ର ବୈଶିଷ୍ଟ୍ୟ କ’ଣ?
ଗ୍ରୀନ୍‌ ଚିଲିଜ୍‌ର ଅନେକ ବୈଶିଷ୍ଟ୍ୟ ରହିଛି, ସେଥିମଧ୍ୟରୁ ଭିନ୍ନ ଭିନ୍ନ ରାଜ୍ୟର ସଂଜ୍ଞା ବହନ କରୁଥିବା ବିରିୟାନି ଏବଂ ରୋଲ୍‌ର ଚାହିଦା ବେଶ୍‌ ଭଲ ରହିଛି। ସବୁ ବ୍ୟବସାୟରେ ମୁଖ୍ୟ ହେଉଛନ୍ତି ଗ୍ରାହକ। କିନ୍ତୁ ଗ୍ରୀନ୍‌ ଚିଲିଜ୍‌ରେ କୌଣସି ବର୍ଗ କିମ୍ବା ସ୍ବତନ୍ତ୍ର ଗ୍ରାହକ ନ ଥାନ୍ତି। ଏହାର ସ୍ବାଦ ଓ ଚାହିଦା ଯୋଗୁ ସବୁ ବର୍ଗର ଲୋକ ଗ୍ରୀନ୍‌ ଚିଲିର ପ୍ରମୁଖ ଗ୍ରାହକ ବୋଲି ଧରିଥାଉ। ଗ୍ରାହକ ଈଶ୍ୱର ହୋଇଥିବାରୁ କାହାକୁ ଆମେ ସ୍ବତନ୍ତ୍ର ବୋଲି ଭାବି ନ ଥାଉ।
ବର୍ତ୍ତମାନ ଖାଦ୍ୟ ବ୍ୟବସାୟରେ କାହାର ଟ୍ରେଣ୍ଡ ଭଲ ରହୁଛି?
ଫାଷ୍ଟଫୁଡ୍‌ ଖାଦ୍ୟର ମଜା ଉଠାଇବାକୁ ହେଲେ ପରିବାର ଓ ବନ୍ଧୁମାନଙ୍କ ସହ ଏକତ୍ର ବସି ଖୋଲା ଆକାଶ ତଳେ ଖାଇବାର ଆନନ୍ଦ ନିଆରା। ହେଲେ କୋଭିଡ୍‌ ପରଠାରୁ ଏହାର ଚାହିଦା ଧୀରେ ଧୀରେ ହ୍ରାସ ପାଉଛି। କେତେଜଣ ଗ୍ରାହକ ବର୍ତ୍ତମାନ ମଧ୍ୟ ଖୋଲା ଆକାଶ ତଳେ ବସି ଖାଉଛନ୍ତି। ହେଲେ ଅଧିକାଂଶ ଗ୍ରାହକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପାର୍ସଲକୁ ପସନ୍ଦ କରୁଛନ୍ତି। କୋଭିଡ୍‌ ଭୟ ଯୋଗୁ ପାର୍ସଲର ଟ୍ରେଣ୍ଡ ବଢ଼ିଯାଇଛି। ଖାଦ୍ୟ ଡେଲିଭରି ସୁବିଧା ଓ ସେବା ଆସିବା ଦିନଠାରୁ ପାର୍ସଲ ଚାହିଦା ମଧ୍ୟ ବଢ଼ିଛି।
ଅବସର ବେଳେ କିପରି ସମୟ ଅତିବାହିତ କରିଥାନ୍ତି?
ବ୍ୟସ୍ତତା ମଧ୍ୟରେ ଅବସର ପାଇଁ ଆବଶ୍ୟକ ସମୟ ନ ଥାଏ। ହେଲେ ଘର, ପରିବାର ଓ ବନ୍ଧୁଜନଙ୍କ ସହ ଦେଖା ସାକ୍ଷାତ୍‌ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଯୋଗଦେବାକୁ ସମୟ ବାହାର କରିବାକୁ ପଡ଼େ। ଅବସର ବେଳେ ଯୁଆଡ଼େ ଗଲେ ବି ପିଲା ଓ ପରିବାର ସର୍ବୋପରି ମୋ ମା’ଙ୍କ ପାଖରେ ଅଧିକ ସମୟ କାଟିବାକୁ ମୋତେ ଭଲ ଲାଗେ।
ଯୁବ ବ୍ୟବସାୟୀଙ୍କୁ କି ପରାମର୍ଶ ଦେବେ?
ବ୍ୟବସାୟ ପାଇଁ ମନ ବଳାଉଥିବା ଯୁବ ବ୍ୟବସାୟୀଙ୍କୁ ଏତିକି କହିବି ବିଶ୍ୱାସଭାଜନ ଓ ଲୋକସମ୍ପର୍କକୁ ଗୁରୁତ୍ୱ ଦେବା ସହିତ କର୍ମଚାରୀ ଓ ବ୍ୟବସାୟରେ ସାଧୁତା ବଜାୟ ରଖିଲେ ସଫଳତା ଆପେ ଆପେ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri