Posted inଫୁରସତ

ଲାଇଭ୍‌ ଶୋ’ରେ ନ୍ୟୁଜ୍‌ ଆଙ୍କରଙ୍କୁ ପ୍ରପୋଜ କଲେ ବୟଫ୍ରେଣ୍ଡ୍‌, ଆଉ ତା’ ପରେ…

ଏକ କଥା ନିଶ୍ଚିତ ଜାଣିଥିବେ, ଯଦି ପ୍ରେମ କରିବ ଡରିବନି, ଯଦି ଡରିବ ପ୍ରେମ କରିବନି। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ ଏବଂ ସ୍ବୀକାର କରିବାକୁ ସାହସ କରିଥାନ୍ତି। ଭଲ ପାଇବା ସହଜ କିନ୍ତୁ ସମସ୍ତଙ୍କ ସାମ୍ନାରେ ଗ୍ରହଣ କରିବା କଷ୍ଟକର। ଆମେରିକାର ସାନ ଫ୍ରାନ୍ସିସ୍କୋରୁ ଜଣେ ବ୍ୟକ୍ତି ସାହସ ଦେଖାଇ ଲାଇଭ୍‌ ଶୋ’ ଚାଲିଥିବା ସମୟରେ ତାଙ୍କ ନ୍ୟୁଜ୍‌ ଆଙ୍କର୍‌ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ। ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ସେ ତାଙ୍କୁ କେତେ ଭଲ ପାଆନ୍ତି। କାରଣ ଦୁନିଆ ସାମ୍ନାରେ ପ୍ରେମକୁ ପ୍ରକାଶ କରିବା ପାଇଁ ତାଙ୍କର ସାହସ ଥିଲା।

ଆଜିକାଲି ସୋସିଆଲ ମିଡିଆରେ ଜଣେ ନ୍ୟୁଜ୍‌ ଆଙ୍କରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଯୁବତୀଙ୍କ ନାମ ହେଉଛି ମେରି ଲି। ଯିଏ ଲୋକଙ୍କୁ ପାଣିପାଗ ସୂଚନା ସମ୍ପର୍କରେ ଜଣାଇଥାନ୍ତି। ଆମେରିକୀୟ ଏକ ଚ୍ୟାନେଲରେ ପାଣିପାଗ ସୂଚନା ଦେବାବେଳେ ମେରିୟମଙ୍କ ସହିତ ଏକ ଘଟଣା ଘଟିଥିଲା। ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ସାଧାରଣ ଦିନ ପରି ପାଗ ବିଷୟରେ କହୁଥିଲେ, ଯେତେବେଳେ ହଠାତ୍‌ ଦୁଇଜଣ ମହିଳା ଆସି ତାଙ୍କୁ ଗୋଲାପ ଦେଇଥିଲେ। ଏହା ପରେ ଜଣେ ବ୍ୟକ୍ତି ଆସିଲେ, ଯିଏ ତାଙ୍କ ପ୍ରେମିକ ଥିଲେ। ସେ ପ୍ରଥମେ ତାଙ୍କୁ ଫୁଲ ଦେଇଥିଲେ ଏବଂ ତା’ପରେ ଆଣ୍ଠୁମାଡି ବସି ତାଙ୍କୁ ପ୍ରପୋଜ କରିଥିଲେ।

ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ଅଜିତ ନିନାନ ଏବଂ ତାଙ୍କ ସହ ଦେଖାଯାଇଥିବା ଦୁଇ ଝିଅ ଅଜିତଙ୍କ ଝିଅ ଅଟନ୍ତି। ମେରିୟମ ତାଙ୍କୁ ଦେଖି ସେ ବହୁତ ଖୁସି ହେଲେ। କିନ୍ତୁ ଯେତେବେଳେ ତାଙ୍କ ପ୍ରେମିକ ତାଙ୍କୁ ପ୍ରସ୍ତାବ ଦେଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେଠାରେ ଅଜିତ ଏକ ମୁଦି ମଧ୍ୟ ଦେଇଥିଲେ। ଏହା ଦେଖିବା ପରେ ନ୍ୟୁଜ୍‌ ଆଙ୍କରଙ୍କ ଆଖିରୁ ଲୁହ ଝରି ଆସିଥିଲା। ସେ ଜାଣିଲେ ଯେ, ତାଙ୍କ ପ୍ରେମିକ ତାଙ୍କୁ କେତେ ଭଲପାଆନ୍ତି। ସମସ୍ତଙ୍କ ସାମ୍ନାରେ କହିବାର ସାହସ ତାଙ୍କର ଅଛି। ସେ ଖୁସି ହୋଇ କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri