Posted inଜାତୀୟ

ବାୟୁ ମାନ ପରିଚାଳନା କମିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ, ୪।୧୨(ପି.ଟି.): ପ୍ରଦୂଷଣ ରୋକିବା ଲାଗି ବାୟୁ ମାନ ପରିଚାଳନା କମିଟି ଦେଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଅନ୍ତର୍ଗତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳ ଓ ଏହାର ପାର୍ଶ୍ୱବର୍ତ୍ତୀ ରାଜ୍ୟରେ ବାୟୁ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ବାୟୁ ମାନ ପରିଚାଳନା କମିଶନ ଗୁରୁବାର ପ୍ରସ୍ତାବ ଦେଇଥିଲେ। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର, ଦିଲ୍ଲୀ ଏବଂ ଏନ୍‌ସିଆର ଅନ୍ତର୍ଗତ ରାଜ୍ୟକୁ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି।
କମିଶନ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀ ଏବଂ ଏନ୍‌ସିଆର୍‌ର ବାୟୁ ପ୍ରଦୂଷଣ ରୋକିବା ଲାଗି ୫ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏଭଳି ୪୦ଟି ସ୍କ୍ବାଡ୍‌ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ କରିବେ। ସେହିପରି ୧୭ଟି ଫ୍ଲାଇଂ ସ୍କ୍ବାଡ୍‌ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ କରି ରିପୋର୍ଟ ଦେବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଓ ସ୍ବଚ୍ଛ ଇନ୍ଧନରେ ଚାଲୁଥିବା ଟ୍ରକ୍‌ ବ୍ୟତୀତ ଅନ୍ୟଗୁଡ଼ିକର ପ୍ରବେଶ ଉପରେ ନିଷେଧାଦେଶ ଜାରି ରହିଛି। ଦିଲ୍ଲୀରେ ସ୍କୁଲ୍‌ ବନ୍ଦକୁ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଉଦ୍ଦେଶ୍ୟମୂଳକ ଭାବେ ହେଉ କିମ୍ବା ଉଦ୍ଦେଶ୍ୟ ବିହୀନ ଭାବେ କୋର୍ଟକୁ ଦାୟୀ କରାଯାଇଛି ବୋଲି ଖଣ୍ଡପୀଠ କହିଥିଲେ। ସର୍ବୋଚ୍ଚ ଅଦାଲତ ପ୍ରଶାସନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଏକ ଇଂଲିଶ ଖବରକାଗଜରେ ପ୍ରକାଶ ପାଇଛି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଏମ୍‌.ଏ. ସିଙ୍ଘଭି କହିଥିଲେ। ଆମେ ପ୍ରଶାସନ କାର୍ଯ୍ୟ ହାତକୁ ନେବା କଥା କେତେବେଳେ କହିଲୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଆମେ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ହସ୍ତକ୍ଷେପ କରିପାରିବୁ ନାହିଁ। ରାଜନୈତିକ ଦଳ ଖବରଦାତା ସମ୍ମିଳନୀ କରିପାରିବେ, ଆମେ ତାହା କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
ପ୍ରଦୂଷିତ ବାୟୁ ମୁଖ୍ୟତଃ ପାକିସ୍ତାନରୁ ଆସୁଛି ବୋଲି ଶୁଣାଣିବେଳେ ଉତ୍ତରପ୍ରଦେଶ ସରକାର କହିଥିଲେ। ଉତ୍ତରପ୍ରଦେଶ ପବନ ବିପରୀତ ଦିଗରେ ବହୁଛି। ଦିଲ୍ଲୀକୁ ମୁଖ୍ୟତଃ ପାକିସ୍ତାନରୁ ଦୂଷିତ ପବନ ଆସୁଛି। ତେଣୁ ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଉତ୍ତରପ୍ରଦେଶ ଦାୟୀ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର କହିଥିଲେ। ତାହେଲେ ତୁମେ ପାକିସ୍ତାନର ଶିଳ୍ପସଂସ୍ଥାଗୁଡ଼ିକୁ ବନ୍ଦ କରିବାକୁ ଚାହୁଁଛ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିବାରୁ ୟୁପି ସରକାରଙ୍କ ଓକିଲ କିଛି କହିପାରି ନ ଥିଲେ। ୟୁପିର ଚିନିକଳ ଓ ଦୁଗ୍ଧ ଶିଳ୍ପ ଉପରେ କଟକଣା ନ ଲଗାଇବା ପାଇଁ ରଞ୍ଜିତ ଅନୁରୋଧ କରିବାରୁ ଏ ସମ୍ପର୍କରେ ବାୟୁ ମାନ ପରିଚାଳନା କମିଶନଙ୍କ ସହ ଆଲୋଚନା କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri