Posted inଜାତୀୟ

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଭାଜପା ଲାଗିପଡିଛି। ଦଳର ହେବିଓ୍ବେଟ୍‌ ନେତାମାନେ ୟୁପିରେ ଡେରା ପକାଉଛନ୍ତି। ଏହି କ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଦୁଇ ଦିନିଆ ୟୁପି ଗସ୍ତରେ ଯିବେ।
ଗସ୍ତରେ ଗୋରଖପୁର ଓ କାନପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଅପରାହ୍ନ ୧୨ଟା ୧୫ରେ ସେ ଗୋରଖପୁର ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଅପରାହ୍ନ ୩ଟାରେ ଚମ୍ପା ଦେବୀ ପାର୍କରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରିବେ।
ନଭେମ୍ବର ୨୩ରେ କାନପୁର ଗସ୍ତ କରିବେ । ସେଠାରେ ବାବା ନାମଦେବ ଗୁରୁଦ୍ବାର ଦର୍ଶନ ପରେ ଏକ ଦଳୀୟ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବେ । ଏହା ସହିତ ୭ ଜିଲା କାର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟିତ ହେବ । ଏହାପରେ ଅପରାହ୍ନ ୨ଟାରେ କାନପୁରର ରେଲୱେ ଗ୍ରାଉଣ୍ଡରେ ଆୟୋଜିତ ସଭାପତି ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି କୁହାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

ମୋଦିଙ୍କ କାନରେ ଲାଗିଥିବା ‘White Earring’କୁ ନେଇ ହଇଚଇ, ଜାଣନ୍ତୁ କେଉଁ କାମରେ ଆସେ ଏହି ସିକ୍ରେଟ ଗ୍ୟାଜେଟ

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପ୍ରତି ତାଙ୍କ ଓମାନ ଗସ୍ତ ସମୟରେ ଏକ ଅନନ୍ୟ ଗ୍ୟାଜେଟ ପିନ୍ଧିଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।...

ମରିଗଲା ମାନବିକତା, ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଲେ ୪ ପୁଅ

ନୂଆଦିଲ୍ଲୀ, ୨୦।୧୨: ତାମିଲନାଡୁର ଥିରୁବଲୁବରର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଥାଥୁରପେଟର ନାଲ୍ଲାଥିନିରକୁଲମ ଷ୍ଟ୍ରିଟରେ ରହୁଥିବା ୫୬ ବର୍ଷୀୟ ଗଣେଶନଙ୍କ ସାପ କାମୁଡ଼ିବାରୁ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri