Posted inଖେଳ

ବାଂଲାଦେଶକୁ ପାଣି ପିଆଇ ଦେଲା ଓମାନ

ଅଲ ଅମରାଟ୍‌,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ ଲାଗି ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଓମାନକୁ ୨୬ ରନ୍‌ରେ ହରାଇ ଦେଇଛି ବାଂଲାଦେଶ। ବିଶ୍ୱ ଟି୨୦ ଦଳଗତ ମାନ୍ୟତାରେ ୬ଷ୍ଠ ସ୍ଥାନରେ ଥିବା ବାଂଲାଦେଶ ପାଇଁ ଏହା ବଡ଼ କଥା ନୁହେଁ। କିନ୍ତୁ ମ୍ୟାଚ୍‌ରେ ଏକଦା ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଠାରେ ଓମାନ ଶକ୍ତିଶାଳୀ ବାଂଲାଦେଶଠାରୁ ଖୁବ୍‌ ଆଗରେ ମନେ ହେଉଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୩ ଓଭରରେ ୨ ଉଇକେଟ ହରାଇ ୧୦୧ ରନ୍‌ କରିଥିଲା। କ୍ରିଜ୍‌ରେ ଶାକିବ ଅଲ ହାସନ (୪୨) ଓ ମହମ୍ମଦ ନଇମ (୬୪)ଙ୍କ ଭଳି ସେଟ୍‌ ବ୍ୟାଟ୍ସମ୍ୟାନ ଥିଲେ। କିନ୍ତୁ ଓମାନର ବିଲାଲ ଖାନ ଓ ଫ୍ୟାଜ ବଟ ମିଳିତ ଭାବେ ୬ ଉଇକେଟ ନେଇ ବାଂଲାଦେଶକୁ ରୋକି ଦେଇଥିଲେ ୧୫୩ ରନ୍‌ରେ।

ଆରମ୍ଭରୁ ଓମାନ ପାଇଁ ବିସ୍ଫୋରକ ବ୍ୟାଟିଂ କରିଥିଲେ ଜତିନ୍ଦର ସିଂ। ସେ ଆଉଟ୍‌ ହେବା ପୂର୍ବରୁ ୪ ଚୌକା ଓ ୧ ଛକା ବଳରେ ୪୦ ରନ୍‌ କରିଥିଲେ। ତାଙ୍କ ସହ କାଶ୍ୟପ ପ୍ରଜାପତି (୨୧) ମିଶି ବାଂଲାଦେଶର ବୋଲରଙ୍କୁ ପାଓ୍ବରପ୍ଲେରେ ପାଣି ପିଆଇ ଦେଇଥିଲେ। କିନ୍ତୁ ମୁସ୍ତାଫିଜୁର ରେହମାନ ୪ ଓ ଶାକିବ ୩ ଉଇକେଟ ନେଇ ବଦଳି ଦେଇଥିଲେ ମ୍ୟାଚ୍‌ର ଭାଗ୍ୟ। ଶେଷ ପର୍ଯ୍ୟନ୍ତ ଖେଳିଥିବା ଓମାନ ୯ ଉଇକେଟ ହରାଇ ୧୨୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri