ମ୍ୟାଲେରିଆ : କାରଣ, ପ୍ରତିକାର

ମ୍ୟାଲେରିଆ ଜ୍ୱର ‘ମାଈଏନ୍‌ଫିଲିସ ମଶା’ କାମୁଡ଼ିବା ଦ୍ୱାରା ହୋଇଥାଏ। ସର୍ବପ୍ରଥମେ ୧୯୩୪ରେ ରୋନାଲ୍‌ଡ ରସ୍‌ ନାମକ ଜଣେ ବୈଜ୍ଞାନିକ ମ୍ୟାଲେରିଆ ପାରାସାଇଟର ବ୍ୟତୀତ ଆଣ୍ଟି ମ୍ୟାଲେରିଆ ଔଷଧ ‘କ୍ଲୋରୋକୁଇନ୍‌’ ମଧ୍ୟ ଆବିଷ୍କାର କରିଥିଲେ। ସମଗ୍ର ବିଶ୍ୱରେ ମ୍ୟାଲେରିଆ ପାରାସାଇଟ ୪ ପ୍ରକାର (ପ୍ଲାଜମୋଡିୟମ ଫଲସିଫରମ, ପ୍ଲାଜମୋଡିୟମ ଭାଇବେକ୍ସ, ପି.ଓଭେଲା ଏବଂ ପି.ମେଲେରିଆ)ର ଦେଖାଯାଏ। ଏଗୁଡ଼ିକ ମଧ୍ୟରୁ ‘ପ୍ଲାଜମୋୟମ ଫଲସିଫରମ’ ମ୍ୟାଲେରିଆ ଜୀବାଣୁ ଅତି ମାରାତ୍ମକ। ଏଥିରେ ବିଶ୍ୱରେ ଅଧିକ ଲୋକ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଥା’ନ୍ତି।
ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତନମୁନା ପରୀକ୍ଷା କରାଇ ଔଷଧ ସେବନ କରିବା ଦରକାର।
ମ୍ୟାଲେରିଆ କ’ଣ : ମ୍ୟାଲେରିଆ ଏକ ଜ୍ୱର ଅଟେ। ଏହି ଜ୍ୱର ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ)ର ସଂକ୍ରମଣରୁ ଶରୀରରେ ଦେଖାଯାଏ।
ସୁସ୍ଥ ମନୁଷ୍ୟ ସାଧାରଣତଃ ମଶା ଦ୍ୱାରା ହିଁ ମ୍ୟାଲେରିଆରେ ସଂକ୍ରମିତ ହୋଇଥା’ନ୍ତି।
ମାଈଏନ୍‌ଫିଲିସ ନାମକ ଏକ ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ଜୀବାଣୁ ରଖିଥାଏ।
ଏହି ମ୍ୟାଲେରିଆ ଜୀବାଣୁଯୁକ୍ତ ମଶା କାମୁଡ଼ିଲେ ହିଁ ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥା’ନ୍ତି। ଏହି ପରଜୀବୀ ନିଜ ଜୀବନ ଚକ୍ରରେ କିଛି ଅଂଶ ମଣିଷ ଦେହରେ ଏବଂ ବାକି ମଶା ଦେହରେ ବିତାଇଥାଏ। ମାଈ ଏନ୍‌ଫିଲିସ ମଶା ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀକୁ କାମୁଡ଼ିବା ଦ୍ୱାରା ମଶାଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ପରେ ପରଜୀବୀ ମଶାର ଖାଦ୍ୟନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରାଏ। ଏହି ସଂକ୍ରମିତ ମଶା ଯେତେବେଳେ ସୁସ୍ଥ ମନୁଷ୍ୟକୁ କାମୁଡ଼େ, ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରେ ।
ସୁସ୍ଥ ବ୍ୟକ୍ତିଙ୍କୁ ମଶା କାମୁଡ଼ିବାର ୧୪ ରୁ୨୧ ଦିନ ଭିତରେ ଜ୍ୱର ହୁଏ। ଜଣେ ମ୍ୟାଲେରିଆ ସଂକ୍ରମିତ ରୋଗୀଙ୍କଠାରୁ ମଶା ଦ୍ୱାରା ଅନେକ ବ୍ୟକ୍ତିଙ୍କୁ ଏହି ରୋଗ ବ୍ୟାପୀଥାଏ।
ଲକ୍ଷଣ : ମ୍ୟାଲେରିଆ ଜ୍ୱର ଆରମ୍ଭ ହେଲେ ଶରୀରରେ ଥଣ୍ଡା ଅନୁଭୂତ ହେବା ସହ କମ୍ପ ଲାଗେ। ମୁଣ୍ଡ ବ୍ୟଥା, ପ୍ରବଳ ଶୀତ ହେତୁ ରୋଗୀ ରେଜେଇ କିମ୍ବା କମ୍ବଳ ରେ ଘୋଡ଼ାଇ ହୋଇଥାଏ। ହାତର ଆଙ୍ଗୁଠି, ଟିପ, ଓଠ ଆଦି ନୀଳବର୍ଣ୍ଣ ଦିଶେ। ଚର୍ମ ଶୁଷ୍କ ଲାଗିବା ସହ ଲୋମ ଠିଆ ହୋଇଯିବା ଆଦି ଲକ୍ଷଣ ଦେଖାଯାଏ।
ମ୍ୟାଲେରିଆ ହେଲେ ରୋଗୀ ଶରୀରରେ ତାପମାତ୍ରା ପ୍ରବଳ ବୃଦ୍ଧି ପାଇ ଜ୍ୱର ଖୁବ ବଢ଼ିଥାଏ। ରୋଗୀର ଭୀଷଣ ମୁଣ୍ଡବ୍ୟଥା ସାଙ୍ଗକୁ ବାନ୍ତି ଲାଗିବା, ଶୋଷ ଲାଗିବା, ଅରୁଚି ଆଦି ସହ ଦେହ ଜଳିଗଲା ପରି ଲକ୍ଷଣ ଅନୁଭୂତ ହୋଇଥାଏ।
ପ୍ରତିକାର : ମ୍ୟାଲେରିଆ ଜ୍ୱର ଓ ଡେଙ୍ଗୁ ଜ୍ୱର ମୁଖ୍ୟତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ମ୍ୟାଲେରିଆ ଜ୍ୱରର ବାହକ ମାଈଏନ୍‌ଫିଲିସ ମଶା ହୋଇଥିବା ବେଳେ ଏହି ମଶା ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଓ ମାଟି ଉପରେ ଜମିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ସମ୍ପୃକ୍ତ ମଶା ୧ ରୁ ୨ କିଲୋମିଟର ପରିସୀମା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଥାଏ। ଉକ୍ତ ମଶା କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଘରେ ଝୁଣାଧୂପ ଦେବା ସହ ଶୋଇବା ବେଳେ ମଶାରି ଟାଙ୍ଗି ଶୋଇବା ଉଚିତ।
ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି : ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି ଅନୁଯାୟୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ସୁଦର୍ଶନ ଘନବଟିକା ଗୋଟିଏ ଲେଖାଏଁ ଦିନରେ ଦୁଇ ବେଳା କିଛି ଖାଦ୍ୟ ପରେ ଜଳ ସହ (ଗରମ ପାଣି ଥଣ୍ଡା କରି) ଖାଇବା ଉଚିତ।
ଅମୃତାରିଷ୍ଟ ୧୦-୧୫ ଏମ୍‌.ଏଲ୍‌. ଦିନରେ ଦୁଇ ବେଳା ଖାଦ୍ୟ ପରେ ଗରମ ପାଣି ଥଣ୍ଡା କରି ମିଶାଇ ଖାଇବା ଉଚିତ। ଗଙ୍ଗଶିଉଳି ଗଛର ପତ୍ରର ରସ ଦୁଇ ଚାମଚ ଲେଖାଏଁ ଖାଲିପେଟରେ ଦୁଇବେଳା ସେବନ କରିବା ଉଚିତ। ଏହି ଔଷଧଗୁଡ଼ିକ ମ୍ୟାଲେରିଆ ଜ୍ୱର ଉପଶମ ନିମନ୍ତେ ଅମୃତ ତୁଲ୍ୟ କାମ କରିଥାଏ ।
ଦିନେ ବିଭିନ୍ନ ପ୍ରକାର ମଶା ଉପଦ୍ରବରୁ ରକ୍ଷା ପାଇବା ନିମନ୍ତେ ବାସଗୃହର ଚାରି ପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପାଣି ଜମିବାକୁ ଦିଅନ୍ତୁ ନାହିଁ ।
ବାରମ୍ବାର ବ୍ଲିଚିଂ ପାଉଡର ସିଞ୍ଚନ କରିବା ଏବଂ ଡି.ଡି.ଟି. ସିଞ୍ଚନ କରିବା ଆବଶ୍ୟକ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri