Posted inଖେଳ

ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା ଅକ୍ଟୋବର ୨୪ରେ…

ନୂଆଦିଲ୍ଲୀ,୪।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ କେହି ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ଦୁଇ ଦେଶ ମଧ୍ୟରେ କ୍ରିକେଟ ପଡ଼ିଆରେ ବଲ୍‌ ବ୍ୟାଟ୍‌ ସଂଘର୍ଷ ଦେଖିବାକୁ ସମସ୍ତେ ଆଗ୍ରହୀ। ଦୁଇଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଯୋଗୁ ଦ୍ୱିପାକ୍ଷିକ ସିରିଜ ସମ୍ଭବ ହୋଇପାରୁ ନାହିଁ। ତେବେ ଆଇସିସି ଇଭେଣ୍ଟରେ ଉଭୟେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ କମ୍‌ ଦିନ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ଅକ୍ଟୋବର ୨୪ ରେ ଦୁବାଇରେ ଦୁଇ ଦେଶ ମଧ୍ୟରେ ଲିଗ ମ୍ୟାଚ ଅନୁଷ୍ଠିତ ହେବ। ୟୁଏଇରେ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଦର୍ଶକଙ୍କ ଆଖି ଏବେ ଭାରତ ବନାମ ପାକିସ୍ଥାନ ମ୍ୟାଚ ଉପରେ ରହିଛି। ଦୀର୍ଘ ଦିନ ପରେ ଏହି ମ୍ୟାଚକୁ ନେଇ ଉଭୟ ଦେଶର କ୍ରିକେଟ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଭାରତରେ କରୋନା ମହାମାରୀ ପରିସ୍ଥିତି ପାଇଁ ଟି -୨୦ ବିଶ୍ୱକପକୁ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଦୁବାଇ, ଆବୁଧାବି, ଶାରଜା ଏବଂ ଓମାନ ଆଦି ଚାରିଟି ସ୍ଥାନରେ ଅନୁଷ୍ଠିତ ହେବ।

ଆନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ସ୍ଥିତି ସୁଦୃଢ଼ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୮ ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଛି। ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ ଟାଇ ହୋଇଛି। ଭାରତ ୬ ଟି ଜିତିଥିବାବେଳେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ ଜିତିଛି। ପାକିସ୍ତାନ ଏହି ଏକମାତ୍ର ମ୍ୟାଚକୁ ୨-୧୨ ଡିସେମ୍ବର ୫ରେ ୫ ୱିକେଟରେ ଜିତିଥିଲା। ଏଥି ସହିତ ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଏକ ବଡ଼ ରେକର୍ଡ ରହିଛି। ଟି -୨୦ ବିଶ୍ୱକପରେ ଲଗାତାର ୫ଟି ମ୍ୟାଚ୍‌ରେ ଭାରତ ଜିତିଛି।

ଗ୍ରୁପିଂ:-

ରାଉଣ୍ଡ -୧:-

ଗ୍ରୁପ ଏ: ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲାଣ୍ଡ ଏବଂ ନାମିବିଆ

ଗ୍ରୁପ ବି: ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି (ପିଏନ୍‌ଜି) ଏବଂ ଓମାନ

ସୁପର -୧୨:-

ଗ୍ରୁପ ୧: ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଏ-୧ ଏବଂ ବି-୨

ଗ୍ରୁପ ୨: ଭାରତ, ପାକିସ୍ଥାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଏ-୨ ଏବଂ ବି-୧

ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମ୍ୟାଚ ୧୬ ମାର୍ଚ୍ଚ ୨୦୧୬ ରେ ଅନୁଷ୍ଠିତ ହୋଇଥିଲା। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନି। ପାକିସ୍ତାନର ବ୍ୟାଟ୍ସମ୍ୟାନ ଦ୍ରୁତ ରନ ସ୍କୋର କରିବାରେ ସକ୍ଷମ ହୋଇ ପାରି ନ ଥିଲେ। ବର୍ଷା ଯୋଗୁ ମ୍ୟାଚ ପ୍ରଭାବିତ ହୋଇଥିଲା। ଭାରତର ଭଲ ବୋଲିଂ ଯୋଗୁୁ ପାକିସ୍ତାନ ୧୮ ଓଭରରେ ୫ ୱିକେଟ ହରାଇ ୧୧୮ ରନ ସ୍କୋର କରିଥିଲା। ବର୍ଷା ହେତୁ ଦୁଇଟି ଓଭର ହ୍ରାସ କରାଯାଇଥିଲା। ଭାରତ ୧୫.୫ ଓଭର ଖେଳି ୫ ୱିକେଟ ହରାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା। ବିରାଟ କୋହଲି ୩୭ଟି ବଲରୁ ଅପରାଜିତ ୫୫ ସ୍କୋର କରିଥିଲେ। ସେଥିରେ ୭ ଚୌକା, ଗୋଟିଏ ଛକା ଅନ୍ତର୍ଭୁକ୍ତ ଥିଲା। ତାଙ୍କ ବ୍ୟତୀତ ଯୁବରାଜ ସିଂ ଏହି ମ୍ୟାଚ୍‌ରେ ୨୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri