କରୋନା କାଳରେ ବଢ଼ିଛି ଆତ୍ମହତ୍ୟା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଆତ୍ମହତ୍ୟାଜନିତ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। ଗତ କିଛିବର୍ଷ ହେବ ବିଶେଷକରି କରୋନା କାଳରେ ରାଜଧାନୀରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ କଳହ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା, ମାନସିକ ଭାରସାମ୍ୟ ହରାଇ ଅନେକ ଲୋକ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣାଉଛନ୍ତି। ତେବେ କୋଭିଡ୍‌ ମହାମାରୀ ଲୋକଙ୍କ ଜୀବନ ଜୀବିକାରେ ବିପର୍ଯ୍ୟୟ ଘଟାଇଥିବାବେଳେ ଅଧିକାଂଶ ଲୋକ ଅର୍ଥାଭାବରୁ ମାନସିକ ଚାପରେ ରହୁଛନ୍ତି। ମୁଖ୍ୟତଃ ଲକ୍‌ଡାଉନ ସମୟରେ ରୋଜଗାର ହରାଇବା, ଚାକିରିରୁ ବିତାଡିତ ହେବା, ମାନସିକ ଚାପ ଆଦି ଅନେକ କାରଣ ରାଜଧାନୀବାସୀଙ୍କ ମନରେ ଆମହତ୍ୟା ପ୍ରବଣତା ବଢ଼ାଇ ଦେଇଥିବା ଜଣାପଡିଛି। ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ଆଧାରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ୨୦୨୦ରେ ସହରରୁ ମୋଟ ୩୧୦ଜଣ ଆତ୍ମହତ୍ୟା କରିଥିବାବେଳେ ଚଳିତବର୍ଷ ଜୁନ୍‌ ପର୍ଯ୍ୟନ୍ତ ୧୫୧ଜଣ ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୧୪୨ଜଣ ଆତ୍ମହତ୍ୟା କରିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟାରେ ବୃ୍‌ଦ୍ଧି ଘଟିଛି। ଗତ ଦୁଇମାସରେ ୩୮ଜଣ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ମେ’ରେ ୧୬ଜଣ ଓ ଜୁନ୍‌ରେ ୨୨ଜଣ ଆଖି ବୁଜିଛନ୍ତି। ତେବେ କରୋନାର ପ୍ରଥମ ଲହରରେ ଆତ୍ମହତ୍ୟା ସଂଖ୍ୟା ଅଧିକ ରହିଥିଲା। ୨୦୨୦ ମେ’ରେ ୧୮ଜଣ ଓ ଜୁନ୍‌ରେ ୩୧ଜଣ ଆତ୍ମହତ୍ୟା କରିଥିଲେ। ତେବେ ୨୦୧୯ରେ ୨୨୦ଜଣ ଆତ୍ମହତ୍ୟା କରିଛନ୍ତି। ସେତେବେଳେ ମାନସିକ ବିସାଦ କାରଣରୁ ଆତ୍ମହତ୍ୟା ପ୍ରବଣ ଦେଖାଯାଉଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ୩୦ରୁ ୪୦ବର୍ଷ ବୟସର। ଅଧିକାଂଶ ବିଷ ପିଇ ଓ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରି କଳହ, ରୋଜଗାର ହରାଇବା ବାଦ୍‌ ଦେଲେ କରୋନା କାଳରେ ଦୀର୍ଘଦିନ ଧରି ବନ୍ଦୀ ହୋଇ ରହିବାର ଚାପ, ଇଏମ୍‌ଆଇ ଋଣଭାର ଲୋକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟକରୁଥିବା ମନସ୍ତତ୍ତ୍ୱବିତ୍‌ମାନେ ମତ ଦେଇଛନ୍ତି। କୌଣସି ବ୍ୟକ୍ତି ଗଭୀର ମାନସିକ ଚାପରେ ଥିବା ଜଣାପଡ଼ିଲେ ସେମାନଙ୍କୁ ମାନସିକସ୍ତରରେ ସହାୟତା ଦେବା ସହ କାଉନସେଲିଂ କରିବା ଦରକାର। ଏହାଦ୍ୱାରା ତାଙ୍କ ମନରେ ଥିବା ଚାପ ହ୍ରାସ ହେବ ବୋଲି ସେମାନେ କହିଛନ୍ତି।

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କୁଆଖାଇ ବ୍ରିଜ୍‌ ଉପରୁ ବୁଧବାର ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଧରିପକାଇବାରୁ ସେ ବଞ୍ଚତ୍ୟାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସମ୍ପୃକ୍ତ ଯୁବତୀଙ୍କ ବୟସ ୧୮ ହୋଇଥିବାବେଳେ ସେ ଶହୀଦନଗର ଥାନା ନିକୋପାର୍କ ନିକଟ ଲକ୍ଷ୍ମୀନାରାୟଣ ବସ୍ତିରେ ରହୁଥିବା ଜଣାପଡିଛି। ପୋଲିସ ସୂଚନାନୁଯାୟୀ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏକମାତ୍ର ଭାଇଙ୍କ ପାଖରେ ରହୁଥିଲେ। ତେବେ ଯୁବତୀ ଜଣକ ତାଙ୍କ ଭାଇଙ୍କୁ ଟଙ୍କା ମାଗିବାରୁ ଅନେକ ସମୟରେ ପରିବାରରେ ଝଗଡା ହେଉଥିଲା। ଭାଇଙ୍କ ଆର୍ଥିକ ଆବସ୍ଥା ସ୍ବଚ୍ଛଳ ନଥିବାରୁ ଭାଇ ଟଙ୍କା ଦେବା ପାଇଁ ଅରାଜି ହେଉଥିଲେ। ତେଣୁ ଯୁବତୀ ଜଣକ ପରିବାର ଲେକଙ୍କ ସହ ଝଗଡା କରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ମଧ୍ୟାନ୍ନ ୧୨ଟା ସମୟରେ ଘରୁ ପଳେଇ ଆସି ହଂପାଳ ନିକଟ କୁଆଖାଇ ବ୍ରିଜ୍‌ ଉପରୁ ଡେଇଁ ଜୀବନ ହାରିବାକୁ ଚାହିଁଥିଲେ। ସେହି ସମୟରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପୋଲସିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri