Posted inଖେଳ

୭୯ ବଲ୍‌ରୁ ୨୦୫ରନ୍‌ର ବିସ୍ପୋରକ ଇନିଂଶ ଖେଳି ଇତିିହାସ ରଚିଲେ ଏହି କ୍ରିକେଟର୍‌

କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି -୨୦ ରେ ଦ୍ୱିଶତକ ହାସଲ କରିବା କ୍ରୀଡ଼ା ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିପାରେ। କିନ୍ତୁ ଦିଲ୍ଲୀର କ୍ରିକେଟର ସୁବୋଧ ଭାଟି ଏପରି କାର୍ଯ୍ୟ କରିଛନ୍ତି। ଏହି ପ୍ରଦର୍ଶନ ସହିତ ସେ ଅନେକ କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ସେ ସିମ୍ବା ଦଳ ବିପକ୍ଷ ଟି -୨୦ ମ୍ୟାଚରେ ଦ୍ୱିଶତକ ହାସଲ କରି ଅପରାଜିତ ୨୦୫ ସ୍କୋର କରିଥିଲେ। କ୍ଲବ ଟି -୨୦ ମ୍ୟାଚରେ ଖେଳୁଥିବା ସୁବୋଧ ଅପରାଜିତ ୨୦୫ ସ୍କୋର କରିଥିଲେ। ତାଙ୍କ ଇନିଂଶର ବିଶେଷତ୍ୱ ଥିଲା ଯେ ସେ କେବଳ ୧୭ ବଲରେ ୧୦୨ରନ ସ୍କୋର କରିଥିଲେ, ଅର୍ଥାତ୍‌ ସେ ୧୭ ବଲରେ ୧୭ଟି ଛକା ମାରିଥିଲେ। ଏହା ବ୍ୟତୀତ ସେ ୭୯ ବଲ୍‌ ଖେଳି ମାତ୍ର ୧୭ ଚୌକା ମାରିଥିଲେ।
ରଣଜୀ କ୍ରିକେଟର ସୁବୋଧଙ୍କ ଦଳ ମୋଟ ୨୫୬ ରନ ସ୍କୋର କରିଥିଲା। ସେ ବିପକ୍ଷ ଦଳର ବୋଲରମାନଙ୍କୁ ପ୍ରହାର କରି ୨୫୦ରୁ ଅଧିକ ଷ୍ଟ୍ରାଇକ ହାରରେ ବ୍ୟାଟିଂ କରିଥିଲେ। ୨୦ ଓଭରରେ ଗୋଟିଏ ଉଇକେଟ ହରାଇ ସୁବୋଧଙ୍କ ଦଳ ୨୫୬ ସ୍କୋର କରିଥିଲା। ସୁବୋଧଙ୍କ ଅବଦାନ ୨୦୧ ରନ ହୋଇଥିବାବେଳେ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନ ମୋଟ ୩୧ରନ ଯୋଡିଥିଲେ।
ଟି -୨୦ ଫର୍ମାଟର କିମ୍ବଦନ୍ତୀ କ୍ରିସ୍‌ ଗେଲ ଆଇପିଏଲରେ ୬ଟି ଶତକ ହାସଲ କରିଥିବାବେଳେ ବିରାଟ କୋହଲି ଲିଗରେ ୫ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ସୁବୋଧ ଘରୋଇ ଟୁର୍ନାମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦିଲ୍ଲୀ ଦଳ ପାଇଁ ଅନେକ ମ୍ୟାଚ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri