କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ସତୀଚୌରା ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର କରାଯାଉଛି। ଏଠାରେ ଦୈନିକ ୧୦ରୁ ଊର୍ଦ୍ଧ୍ୱ କରୋନା ମୃତକଙ୍କ ସତ୍କାର କରାଯାଉଥିବବେଳେ ସିଏମ୍ସି ପକ୍ଷରୁ ମାତ୍ର ଅଳ୍ପ ସଂଖ୍ୟା କୁହାଯାଉଛି। ଏପ୍ରିଲ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ୍ ୯୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ସିଏମ୍ସି ଟୁଇଟର ଜରିଆରେ ସୂଚନା ଦେଇଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସତୀଚୌରା ଶ୍ମଶାନରେ କରୋନାରେ ମୃତକଙ୍କ ଦାହ ନିମନ୍ତେ ସିଏମ୍ସି ପକ୍ଷରୁ ଦାୟିତ୍ୱ ନେଇଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ପହିଲାରୁ ମେ’ ୯ ତାରିଖ ମଧ୍ୟରେ ସତୀଚୌରା ଶ୍ମଶାନରେ ୫୮୨ ମୃତଦେହ ସତ୍କାର କରାଯାଇଛି। ଏପ୍ରିଲ୍ ମାସରେ ଦାହ କରାଯାଇଥିବା କରୋନା ମୃତକଙ୍କ ସଂଖ୍ୟା ୨୩୭ ରହିଥିବାବେଳେ ମେ’ ମାସର ୯ତାରିଖ ପର୍ଯ୍ୟନ୍ତ ୩୪୫ କରୋନା ମୃତକଙ୍କୁ ଏଠାରେ ଦାହ କରାଯାଇଛି। ବିଶେଷକରି ଗତ ୩ଦିନ ମଧ୍ୟରେ ୧୩୯ଟି ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଏନେଇ ସିଏମ୍ସି ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ମିଳୁ ନାହିଁ। ଅପରପକ୍ଷେ ସିଏମ୍ସି ପକ୍ଷରୁ ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ସହ କରାଯାଇଥିବା ଚୁକ୍ତି ଆସନ୍ତା ଜୁନ୍ ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି। ଏଭଳିସ୍ଥିତିରେ କରୋନା ମୃତକଙ୍କୁ ଦାହ କରିବା ପାଇଁ ସିଏମ୍ସି ପକ୍ଷରୁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସତୀଚୌରା ଓ କାଳିଆବୋଦାଠାରେ କରୋନା ମୃତକଙ୍କୁ ଦାହ କରାଯିବାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଗୋଟିଏ କରୋନା ଶବକୁ ଦାହ ସଂସ୍କାର କରିବା ପାଇଁ ସିଏମ୍ସି ପକ୍ଷରୁ ୪,୪୮୦ ଟଙ୍କା ହିସାବରେ ସଂସ୍ଥାକୁ ପଇଠ କରାଯାଉଛି। ଏହି ୪,୪୮୦ ଟଙ୍କା ମଧ୍ୟରେ ଶବକୁ ଦାହ କରିବା ପାଇଁ କାଠ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସମେତ ଯେଉଁମାନେ ଶବ ଦାହ କରିବେ ସେମାନଙ୍କ ପାଇଁ କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ସାନିଟାଇଜର, ମାସ୍କ, ସାବୁନ୍, ପିପିଇକିଟ୍ ଆଦିର ବ୍ୟବସ୍ଥା ରହିଛି। ସେହିପରି ସାବିତ୍ରୀ ଜନସେବାର ୨୦ ଜଣ ସଦସ୍ୟ ଶବ ଦାହ କାର୍ଯ୍ୟରେ ଲାଗି ରହିଛନ୍ତି। ମାତ୍ର ଏମାନେ କୋଭିଡ୍ ଗାଇଡ୍ ଲାଇନ୍କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ପ୍ରତି ସିଏମ୍ସିର ତିଳେମାତ୍ର ଦୃଷ୍ଟି ନାହିଁ। ଏପରିକି ଯଦି ଏମାନଙ୍କର କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟେ ତାହା ପାଇଁ ସିଏମ୍ସି ଦାୟୀ ରହିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ନେଇ ଏପ୍ରକାର କାର୍ଯ୍ୟ ତୁଲାଉଥିବା ସଂସ୍ଥାର କର୍ମକର୍ତ୍ତାଙ୍କ ପାଇଁ ଜିଲା ପ୍ରଶାସନର କୌଣସି ମାନବିକତା ଥିବା ପରିଲକ୍ଷିତ ହେଉନାହିଁ। ଏମାନେ ଏପ୍ରକାରର ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ଏସମ୍ବନ୍ଧରେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ମଧ୍ୟ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି।
Posted inHome Left, ଆମ ଜିଲା ଖବର, କଟକ, ରାଜ୍ୟ View All
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ, ଲାଇଫଟାଇମ୍ ଯାଏ Free
ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା
ଦୁବାଇ,୧୯।୧୨: ସିନିଅର୍ ମେନ୍ସ ଏସିଆ କପ୍ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
Archives


