Posted inଜାତୀୟ

ଅଭିଯୁକ୍ତଙ୍କ ଲାପ୍‌ଟପ୍‌କୁ ପଠାଯାଇଥିଲା ମାଲଓ୍ବେର

ନୂଆଦିଲ୍ଲୀ, ୧୪।୨: ସରକାର ଭାଙ୍ଗିବା ପାଇଁ ମହାରାଷ୍ଟ୍ର ଭୀମା କୋରେଗାଁଓର ଗୋଟିଏ ଗୋଷ୍ଠୀ କର୍ମୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ପଛର ସତ ପଦାକୁ ଆସିଛି। ପୋଲିସ ଜବତ କରିଥିବା ଜଣେ କର୍ମୀଙ୍କ ଲାପ୍‌ଟପ୍‌ରେ ଜାଲିଆତି କରି ପ୍ରମାଣ ଛଡ଼ାଯାଇଥିଲା ବୋଲି ଫୋରେନ୍‌ସିକ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଉକ୍ତ ସାଇବର ଆକ୍ରମଣ ପଛର ଅପରାଧୀ କିଏ ତାହା ଜଣାପଡ଼ିନାହିଁ।
ରିପୋର୍ଟ ଅନୁଯାୟୀ କର୍ମୀ ରୋନା ଓ୍ବିଲ୍‌ସନ୍‌ ଗିରଫ ହେବା ପୂର୍ବରୁ ତାଙ୍କ ଲାପ୍‌ଟପ୍‌କୁ ହ୍ୟାକ୍‌ କରାଯାଇ ମାଲଓ୍ବେର ଦ୍ୱାରା ଅପରାଧ ସମ୍ପନ୍ଧୀୟ ଅନୂ୍ୟନ ୧୦ ଚିଠି ଛଡ଼ାଯାଇଥିଲା। ପୁଣେ ପୋଲିସ ଭୀମା କୋରେଗାଁଓ ମାମଲାରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ଉକ୍ତ ଚିଠିକୁ ପ୍ରାଥମିକ ପ୍ରମାଣ ଭାବେ ଦର୍ଶାଇଥିଲା। ସେହି ଚିଠି ମଧ୍ୟରୁ ଗୋଟିଏ ଓ୍ବିଲ୍‌ସନ ମାଓବାଦୀଙ୍କ ପାଖକୁ
ଲେଖିଥିବା ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ବେଆଇନ ମାଓବାଦୀ ସଂଗଠନକୁ ଆହ୍ବାନ ଦେବା ସହ ଏଥିପାଇଁ ବନ୍ଧୁକ ଓ ଗୁଳିଗୋଳା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଚିଠି ଓ୍ବିଲ୍‌ସନ୍‌ଙ୍କ ଲାପ୍‌ଟପ୍‌ର ଏକ ଗୁପ୍ତ ଫୋଲ୍ଡରରୁ ମିଳିଛି, ଯାହା ଅନ୍ୟ କେହି ପ୍ଲାଣ୍ଟ କରିଥିବା ଫୋରେନ୍‌ସିକ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମାସାଚ୍ୟୁସେଟ୍ସର ଡିଜିଟାଲ ଫୋରେନ୍‌ସିକ ସଂସ୍ଥା ଆର୍ସେନାଲ କନ୍‌ସଲ୍ଟିଂ ଗିରଫ କର୍ମୀ ଓ୍ବିଲ୍‌ସନ୍‌ଙ୍କ ଓକିଲଙ୍କ ଅନୁରୋଧକ୍ରମେ ଲାପ୍‌ଟପ୍‌ର ଇଲେକ୍ଟ୍ରୋନିକ୍‌ କପି ଯାଞ୍ଚ କରିବା ପରେ ଉପରୋକ୍ତ ସୂଚନା ମିଳିଥିଲା।
ମିଛ ଅଭିଯୋଗକୁ ନେଇ ଭୀମା କୋରେଗାଁଓର ଅନେକ କର୍ମୀ ବିନା ବିଚାରରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଦୁଇବର୍ଷରୁ ଊର୍ଦ୍ଧ୍ୱ ସଜା କାଟିଆସୁଛନ୍ତି। ମାନବାଧିକାର ସଂଗଠନ ଓ ନ୍ୟାୟିକ ବିଶେଷଜ୍ଞମାନଙ୍କ ଅନୁଯାୟୀ ଭାରତରେ ଭିନ୍ନମତକୁ ଚାପିଦେବା ପାଇଁ ଏହି ମାମଲା ଏକ ଉଦ୍ୟମ। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଧମକ ଦିଆଯିବା ସହ ଗିରଫ କରାଯାଉଛି। ଭାରତୀୟ ସାମାଜିକ କର୍ମୀମାନଙ୍କ ବିରୋଧରେ ମାମଲାକୁ ବିଶେଷଜ୍ଞ ଓ ଅଧିକାର ଗୋଷ୍ଠୀ ପକ୍ଷରୁ ସମାଲୋଚନା କରାଯାଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଉକ୍ତ କର୍ମୀମାନଙ୍କୁ ମୁକ୍ତ କରିଦେବା ପାଇଁ ନିକଟରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଫୋରେନ୍‌ସିକ୍‌ ରିପୋର୍ଟରୁ ମହକିଲ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିବା ଓ୍ବିଲସନ୍‌ଙ୍କ ଓକିଲ ସୁଦୀପ ପାସ୍‌ବୋଲା କହିଛନ୍ତି। ଉକ୍ତ ରିପୋର୍ଟକୁ ନେଇ ସେ ବମ୍ବେ ହାଇକୋର୍ଟରେ ପିଟିଶନ ଦାଖଲ କରି ମହକିଲଙ୍କ ବିରୋଧରେ ମାମଲାକୁ ଖାରଜ କରିଦେବା ପାଇଁ ଅନୁରୋଧ କରିଛନ୍ତି। କେବଳ ଓ୍ବିଲ୍‌ସନ ନୁହନ୍ତି, ସାଇବର ଆକ୍ରମଣକାରୀ ୪ ବର୍ଷ ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଅନ୍ୟ ହାଇପ୍ରୋଫାଇଲ୍‌ ମାମଲାରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଟାର୍ଗେଟ କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଓ୍ବିଲସନଙ୍କ ଲାପ୍‌ଟପ୍‌କୁ ୨୨ ମାସରୁ ଅଧିକ ସମୟ କମ୍ପ୍ରମାଇଜ୍‌ କରାଯାଇଥିଲା। ଗୁପ୍ତ ତଥ୍ୟ ସଂଗ୍ରହ କରିବା ଓ ଆପରାଧିକ ଦସ୍ତାବିଜ୍‌ ଛାଡ଼ିବା ଆକ୍ରମଣକାରୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହା ଅତି ଗୁରୁତର ମାମଲା। ହାଇଦ୍ରାବାଦର କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କ ଗିରଫ ପ୍ରତିବାଦରେ ଅନ୍ୟ କର୍ମୀମାନେ ୨୦୧୮ ଅଗଷ୍ଟରେ ବିକ୍ଷୋଭ କରୁଥିବାବେଳେ ସେମାନଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା।
ତେବେ କର୍ମୀମାନଙ୍କ ବିରୋଧରେ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁଖପାତ୍ର ଜୟା ରାୟ କହିଛନ୍ତି, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା ଓ୍ବିଲ୍‌ସନ୍‌ଙ୍କ ଲାପ୍‌ଟପ୍‌ର ଫୋରେନ୍‌ସିକ୍‌ ଅନୁଧ୍ୟାନ କରାଯାଇଥିଲେ ହେଁ ସେଥିରେ ମାଲ୍‌ଓ୍ବେରର କୌଣସି ପ୍ରମାଣ ମିଳିନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କାଗଜାତ୍‌ ଓ ମୌଖିକ ପ୍ରମାଣ ରହିଥିବା ସେ କହିଛନ୍ତି।
ଫୋରେନ୍‌ସିକ୍‌ ରିପୋର୍ଟ ପରେ ଭୀମା କୋରେଗାଁଓ ମାମଲାରେ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଦେବା ପାଇଁ ବାମ ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। କର୍ମୀମାନଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିନେବା ପାଇଁ ସିପିଆଇ(ଏମ୍‌) ପିଲିଟ୍‌ବ୍ୟୁରୋ ଦାବି କରିଛି। ଏଥିସହିତ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ରିପୋର୍ଟର ସତ୍ୟତା ଅନୁଧ୍ୟାନ ପାଇଁ ଏସ୍‌ଆଇଟି ଗଠନ କରିବାକୁ ବାମଦଳ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କମ୍ପ୍ୟୁଟର ହ୍ୟାକ୍‌ କରାଯାଇ ସେଥିରେ ଆପରାଧିକ ମେଲ୍‌ ଛଡ଼ାଯିବା ଭୀମା କୋରୋଗାଁଓ ମାମଲାରେ ମୋଦି ସରକାରଙ୍କ ଭୟଙ୍କର ପ୍ରଯୁକ୍ତି ଅସ୍ତ୍ର। ଭବିଷ୍ୟତରେ ଏଭଳି ଅସ୍ତ୍ର ରାଜନୈତିକ ବିରୋଧୀମାନଙ୍କ ବିରୋଧରେ ବ୍ୟବହାର କରାଯାଇପାରେ ବୋଲି ପଲିଟ୍‌ବ୍ୟୁରୋ କହିଛି। ସିପିଆଇ ଅନ୍ୟ ଏକ ବିବୃତିରେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri