ପଢ଼ାରେ ବାଧକ ୨ ଗୁଣ ବସ୍‌ ଭଡ଼ା

ବଇଣ୍ଡା,୨୨।୧(ଡି.ଏନ.ଏ.)

କେବେଠୁ ଉଠିଗଲାଣି ଲକ୍‌ଡାଉନ୍‌। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍‌ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ, ବେସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ମଧ୍ୟ ପୂର୍ବପରି ଚାଲିଛି। ଧର୍ମାନୁଷ୍ଠାନ ପରେ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି। ସହରରୁ ସହର କି ଆନ୍ତଃରାଜ୍ୟ ବସ୍‌ ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ। ୫୦ ପ୍ରତିଶତ ସ୍ଥାନରେ ପୂର୍ଣ୍ଣ ସିଟ୍‌ରେ ଯାତ୍ରୀ ପରିବହନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଦେଇ ଚଳାଚଳ କରୁଥିବା କେତେକ ବସ୍‌ରେ ଲକ୍‌ଡାଉନ ବେଳର ୨ ଗୁଣ ଭଡ଼ା ଯାତ୍ରୀଙ୍କ ନିକଟରୁ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏସବୁ ବସ୍‌ କଣ୍ଡକ୍ଟରଙ୍କ ଶୋଷଣ ମନୋଭାବ ଯୋଗୁ ସବୁଠାରୁ ଅଧିକ ଅସୁବିଧାରେ ପଡ଼ୁଛନ୍ତି କଲେଜ ଛାତ୍ରୀଛାତ୍ର। ଏତେ ଅର୍ଥ ଦେବାକୁ ସାମାର୍ଥ୍ୟ ନ ଥିବାରୁ ବହୁ ଗରିବ ଛାତ୍ରୀଛାତ୍ର ପ୍ରତିଦିନ କଲେଜ ନ ଆସି ଦୁଇ ଦିନରେ ଥରେ ଆସୁଛନ୍ତି। ଫଳରେ ୯ ମାସ ପରେ ମହାବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଚଢ଼ା ବସ୍‌ ଭଡ଼ା ସେମାନଙ୍କ ପଢ଼ାରେ ବାଧକ ସାଜୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।
ଗତ ୮ ତାରିଖଠାରୁ ଯୁକ୍ତ୨ ଓ ୧୧ ତାରିଖରୁ ଯୁକ୍ତ୩ ମହାବିଦ୍ୟାଳୟ ଖୋଲାଯାଇଥିବାରୁ କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟରେ ଉପସ୍ଥାନ ବଢ଼ିବାରେ ଲାଗିଛି। ଯୁକ୍ତ ୨ କଳାରେ ୧୯୨, ବିଜ୍ଞାନରେ ୬୩ ଓ ଯୁକ୍ତ ୩ରେ ୧୨୦ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଦୈନିକ ବସ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ ୨ ଗୁଣ ବସ୍‌ ଭଡ଼ା ଆଦାୟ କରାଯିବା ସେମାନଙ୍କୁ ଚିନ୍ତାରେ ପକାଇଛି। ଅନେକ ଗରିବ ଛାତ୍ରୀଛାତ୍ର ଦୈନିକ ୫୦ ଟଙ୍କାରୁ ଅଧିକ ବସ୍‌ଭଡ଼ା ଦେବାକୁ ସକ୍ଷମ ନୁହନ୍ତି। ବିରୋଧ କଲେ ମଧ୍ୟ କଣ୍ଡକ୍ଟରମାନେ ୨ ଗୁଣ ଭଡ଼ା ଆଦାୟ କରୁଛନ୍ତି। ତେଣୁ ସେମାନେ ଦୁଇଦିନରେ ଥରେ କଲେଜ ଆସିବାକୁ ବାଧ୍ୟ ହେଉଥିବା ନାମ ଗୋପନ ରଖି କେତେଜଣ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ସେହିପରି କଲେଜରେ ଶୌଚାଳୟଟିଏ ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଲେଜ ସମ୍ମୁଖ ୫୫ ନଂ. ରାଜପଥ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ରାସ୍ତା ସମ୍ପ୍ରସାରଣ ପାଇଁ ଭାଙ୍ଗି ଦିଆଯାଇଛି। ଦୀର୍ଘ ୨ ବର୍ଷ ବିତଯାଇଥିଲେ ମଧ୍ୟ ନୂତନ ଭାବେ ଏହା ନିର୍ମାଣ କରାଯାଉ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଠିକାସଂସ୍ଥା କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରୀଛାତ୍ରମାନେ ଖରାରେ ବସ୍‌କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ମାର୍ଚ୍ଚ ୨୦୨୦ରେ ବିଧାୟକ ରମେଶଚନ୍ଦ୍ର ସାଏ ବିଶ୍ରାମାଗାର ନିର୍ମାଣ ନିମନ୍ତେ ଠିକାସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇନାହିଁ। ଅସୁବିଧା ସମ୍ପର୍କରେ ଜିଲାପାଳ ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ର ଓ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

ବିଶ୍ରାମାଗାରଟିଏ ନିର୍ମାଣ ଜରୁରୀ
ପାଖାପାଖି ବର୍ଷେ ପରେ କଲେଜ ଆସୁଛୁ। କିନ୍ତୁ ରାସ୍ତା ନିର୍ମାଣ ପାଇଁ ଭାଙ୍ଗିଦିଆଯାଇଥିବା ବିଶ୍ରାମାଗାର ଏଯାଏ ତିଆରି କରାଗଲା ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଖରା ଟାଣ ଧରିବା ପୂର୍ବରୁ ବିଶ୍ରାମାଗାରଟିଏ ନିର୍ମାଣ ଅତି ଜରୁରୀ ହୋଇପଡ଼ିଛି।
-ରୋଜାଲିନ ବେହେରା, ଛାତ୍ରୀ
ଶୌଚାଳୟ ନ ଥିବା ଅସୁବିଧାରେ ପକାଉଛି
କଲେଜରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଆବଶ୍ୟକ ଶୌଚାଳୟ ସୁବିଧା ନାହିଁ। ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ପ୍ରତି ସ୍କୁଲ, କଲେଜରେ ସ୍ବଚ୍ଛ ପରିବେଶ ସହ ଶୌଚାଳୟ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଥିଲେ ମଧ୍ୟ ଜନତା ମହାବିଦ୍ୟାଳୟରେ ଆଜିଯାଏ ଶୌଚାଳୟଟିଏ ନିର୍ମାଣ କରାଯାଇପାରୁନି।
-ଲକ୍ଷ୍ମୀପ୍ରିୟା ସାହୁ, ଛାତ୍ରୀ
ପ୍ରଶାସନର ଆଗ୍ରହ ନାହିଁ
୯ ମାସ କଲେଜ ବନ୍ଦ ରହିଲା। ଅସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ ଜାଣିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ଶିକ୍ଷାନୁଷ୍ଠାନର ଉନ୍ନତି ଓ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନର ଆଗ୍ରହ ନ ଥିବା ଏଥିରୁ ଜଣାପଡ଼ୁଛି।
-ସିଦ୍ଧାନ୍ତ କୁମାର ପ୍ରଧାନ, ଛାତ୍ର
ବହୁବାର ଅଭିଯୋଗ କରାଯାଇଛି
କଲେଜରେ ଆବଶ୍ୟକ ପରିମାଣର ଶୌଚାଳୟ ନ ଥିବାବେଳେ ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଥିବାରୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଏ ନେଇ ପ୍ରଶାସନକୁ କଲେଜ ପକ୍ଷରୁ ନିବେଦନ କରାଯିବ। ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଠିକାସଂସ୍ଥାକୁ ବହୁବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ।
– ସିଦ୍ଧାର୍ଥ ପଣ୍ଡା, ଅଧ୍ୟକ୍ଷ, ଜନତା ମହାବିଦ୍ୟାଳୟ
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
କିଶୋରନଗର ବ୍ଲକ ଅଞ୍ଚଳ ଦେଇ ଯାତାୟାତ କରୁଥିବା କେତୋଟି ବସ୍‌ ଯାତ୍ରୀଙ୍କଠାରୁ ୨ଗୁଣ ଭଡ଼ା ଆଦାୟ କରୁଥିବା ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବହନ ବିଭାଗକୁ ଅବଗତ କରାଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର
ପ୍ରମାଣ ମିଳିଲେ କଠୋର ପଦକ୍ଷେପ
ଦୁଇଗୁଣ ଭଡ଼ା ନେବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସରକାରୀ ସ୍ତରରେ ଯାହା ନିର୍ଦ୍ଧାରଣ କରାଯାଇଛି, ତାହା ଆଦାୟ ପାଇଁ କଣ୍ଡକ୍ଟରମାନଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ଛାତ୍ରୀଛାତ୍ର ଭଡ଼ା ବାବଦ ଟିକେଟ୍‌ ସଂଗ୍ରହ କରନ୍ତୁ। ଯେଉଁମାନେ ୨ ଗୁଣ ଭଡ଼ା ନେଉଥିବା ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
-ଋଷଭ କୁମାର ତ୍ରିପାଠୀ, ସମ୍ପାଦକ ବସ୍‌ ମାଲିକ ସଂଘ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri