ୟୁଏସ୍‌ ଶେୟାର ବଜାରରେ ବାଇଡେନ୍‌ ଲହରି

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଶପଥ ଗ୍ରହଣ କରିବା ପୂର୍ବ ସମୟ ଯାଏ ଆମେରିକା ଶେୟାର ବଜାର ରେକର୍ଡ ସ୍ତରରେ ରହିଥିଲା। ବିଶ୍ୱ ସ୍ତରର ରିସର୍ଚ୍ଚ ସଂସ୍ଥା ସିଏଫ୍‌ଆର୍‌ଏ ମୁତାବକ ଏହି ସମୟରେ ଏସ୍‌ ଆଣ୍ଡ ପି ଇଣ୍ଡେକ୍ସ ୧୩% ବଢିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଶପଥ ଗ୍ରହଣ ହେବା ଯାଏ ସେଠାକାର ଶେୟାର ବଜାରର ହୋଇଥିବା ଅଭିବୃଦ୍ଧି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଊର୍ଦ୍ଧ୍ୱରେ ରହିଛି। ଏହା ପୂର୍ବରୁ ପୁରୁଣା ରେକର୍ଡ ଜନ୍‌ ଏଫ୍‌.କେନେଡିଙ୍କ ନାମରେ ରହିଥିଲା। ୨୦ ଜାନୁୟାରୀ ୧୯୬୧ରେ କେନେଡି ଶପଥ ନେଇଥିଲେ। ସେହି ସମୟରେ ତାଙ୍କ ଜିତିବା ଏବଂ ଶପଥ ନେବା ସମୟର ୭୩ ଦିନ ମଧ୍ୟରେ ଏସ୍‌ ଆଣ୍ଡ ପି ୫୦୦ ସୂଚକାଙ୍କ ୮.୮% ବଢିଥିଲା। ତାଙ୍କ ଶପଥ ନେବାର ପରବର୍ତ୍ତୀ ୧୦୦ ଦିନରେ ବଜାର ୮.୯% ଊର୍ଦ୍ଧ୍ୱରେ ରହିଥିଲା।
୨୦୧୬ରେ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କୁ ହରାଇଥିଲେ ତାଙ୍କ ଶପଥ ନେବା ସମୟ ଯାଏ ଶେୟାର ବଜାରରେ ୬% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ବଜାର ଆଉ ୫% ବଢିଥିଲା। ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ କ୍ଷେତ୍ରରେ ଏକ ପାର୍ଥକ୍ୟ ଦେଖାଯାଇଥାଏ। ଟ୍ରମ୍ପ୍‌ଙ୍କୁ ଏକ ମଜଭୁତ ଅର୍ଥ ବ୍ୟବସ୍ଥା ମିଳିଥିଲା। ମାତ୍ର ବାଇଡେନ୍‌ ଏଭଳି ଏକ ସମୟରେ ରାଷ୍ଟ୍ରପତି ଭାର ସମ୍ଭାଳିଛନ୍ତି ଯେତେବେଳେ କି କରୋନା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ସ୍ଥିତିକୁ ଠେଲିଦେଇଛି।
୨୦୦୦ ନଭେମ୍ବରରେ ଯେତେବେଳ ଜର୍ଜ ଡବ୍ଲ୍ୟୁ. ବୁଶ୍‌ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ତାଙ୍କ ଶପଥ ନେବା ଯାଏ ସେଠାକାର ଶେୟାର ବଜାର ୬% ହ୍ରାସ ହୋଇଥିଲା। ୨୦୦୮ ନଭେମ୍ବରରେ ବାରାକ ଓବାମା ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଶପଥ ନେଇଥିଲେ। ସେହି ସମୟରେ ବଜାର ୨୦% ହ୍ରାସ ହୋଇଥିଲା। ଲେହମ୍ୟାନ ବ୍ରଦର୍ସ ଘଟଣା କାରଣରୁ ସେହି ସମୟରେ ନିବେଶକ ଆଶଙ୍କାରେ ରହିଥିଲେ।

ଟ୍ରମ୍ପ୍‌ଙ୍କ ପୂର୍ବରୁ ବାରାକ ଓବାମା, ଜର୍ଜ ବୁଶ ଏବଂ ବିଲ୍‌ କ୍ଲିଣ୍ଟନ ୮ ବର୍ଷ ଲେଖାଏ କ୍ଷମତାରେ ରହିଛନ୍ତି। କ୍ଲିଣ୍ଟନଙ୍କୁ ପୂର୍ବରୁ ଜର୍ଜ ଏଚ୍‌.ବ୍ଲ୍ୟୁ. ବୁଶ୍‌ ୪ ବର୍ଷ ଯାଏ ରାଷ୍ଟ୍ରପତି ଥିଲେ। ବୁଶ ସିନିୟରଙ୍କଠାରୁ ଟ୍ରମ୍ପଙ୍କ ଯାଏ ବିଚାର କଲେ ସବୁଠାରୁ ଭଲ ସମୟ କ୍ଲିଣ୍ଟନଙ୍କର ରହିଥିଲା। ତାଙ୍କର ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏସ୍‌ ଆଣ୍ଡ ପି ୫୦୦ ଇଣ୍ଡେକ୍ସ ୨୧୧% ବଢିଛି। ଜର୍ଜ ବୁଶ ସିନିୟରଙ୍କ ସମୟରେ ସୂଚକାଙ୍କ ୩୯.୫% ହ୍ରାସ ପାଇଥିଲା। ସେଠାକାର ଅନ୍ୟ କୌଣସି ରାଷ୍ଟ୍ରପତିଙ୍କ ତୁଳନାରେ କ୍ଲିଣ୍ଟନଙ୍କ ସମୟରେ ଶେୟାର ବଜାର ଅଧିକ ରିଟର୍ନ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri