ବ୍ରହ୍ମପୁତ୍ର ନଦୀ ଉପରେ ଚାଇନାର ନଦୀ ବନ୍ଧ ଯୋଜନା: ଭାରତ-ବାଂଲାଦେଶ ଉପରେ ପଡ଼ିବ ପ୍ରଭାବ

ବେଜିଂ,୩୦।୧୧: ବ୍ରହ୍ମପୁୁତ୍ର ନଦୀ ଉପରେ ଚାଇନା ବିଶାଳକାୟ ନନ୍ଦୀବନ୍ଧ ନିର୍ମାଣ କରିବାକୁ ଯାଉଛି। ଏସମ୍ପର୍କରେ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଗ୍ଲୋବାଲ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏନେଇ ଚାଇନାର କମ୍ୟୁନିଷ୍ଟ ସରକାରଙ୍କ ପକ୍ଷରୁ ୧୪ ତମ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଗତ ଏହି ଘୋଷଣା କରାଯାଇଛି। ଏହି ପରିଯୋଜନା ନେଇ ଚାଇନା ପକ୍ଷରୁ କୌଣସି ବଜେଟ ଜାରି କରାଯାଇ ନାହିଁ। ତେବେ ଏହାକୁ ନେଇ ଭାରତ ସହିତ ଚାଇନାର ବିବାଦ ଅଧିକ ବଢ଼ିବାର ଆଶଙ୍କା ରହିଛି। ଏହାର ଉଚ୍ଚତା ୧୮୧ ମିଟର ଏବଂ ଲମ୍ବା ୨.୩୩ କିଲୋମିଟର ହେବା ବୋଲି କୁହାଯାଉଛି। ଚାଇନା ବ୍ରହ୍ମପୁତ୍ର ନଦୀ ଉପରେ ପୂୂର୍ବରୁ ୧୧ଟି ବନ୍ଧ ନିର୍ମାଣ କରିସାରିଛି। ସେଥି ମଧ୍ୟରେ ସମ୍ପ୍ରତି ନିର୍ମାଣ ହେବାକୁ ଯାଉଥିବା ୟାରଲୁଙ୍ଗ୍‌ ଜଙ୍ଗ୍‌ବୋ ଜଳ ବିଦ୍ୟୁତ୍‌ ପରିଯୋଜନା ସର୍ବ ବୃହତ୍‌। ଏହା ୨୦୩୫ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ଏହା ୨୦୧୫ଠାରୁ କାମ କରିବା ଆରମ୍ଭ କରିଛି। ଏହା ସହିତ ତିବ୍ବତର ବାପୁ, ଜିଇଶି, ଲଙ୍ଗ୍‌ଟା, ଡାକପା, ନାଙ୍ଗ୍‌, ଡେମୋ, ନାମ୍‌ଚା, ମେଟୋକଠାରେ ମଧ୍ୟ ଚାଇନାର ଜଳବିଦ୍ୟୁତ୍‌ ଯୋଜନା ରହିଛି। ବ୍ରହ୍ମପୁତ୍ର ନଦୀ ତିବ୍ବତରୁ ଚାଇନା ଅଧିକୃତ ଅଞ୍ଚଳରୁ ବାହାରି ଅରୁଣାଚଳ ଦେଇ ଭାରତରେ ପ୍ରବେଶ କରୁଛି। ପରେ ଏହା ଆସାମ ଦେଇ ବାଲାଂଦେଶରେ ପ୍ରବେଶ କରିଛି। ବର୍ଷର ଅନ୍ୟ ସମୟରେ ନଦୀର ଜଳସ୍ତର ସାମାନ୍ୟ ରହୁଛି। ମାତ୍ର ବର୍ଷା ଦିନେ ଚାଇନାର ନଦୀବନ୍ଧ ପରିଯୋଜନା ଯୋଗୁ ଅଧିକ ବର୍ଷା ଜଳ ନିଷ୍କାସନ ହେଉଥିବାରୁ ଆସାମ ଏବଂ ବାଂଲାଦେଶରେ ପ୍ରତିବର୍ଷ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ପୁଣି ନୂଆ ନଦୀବନ୍ଧ ନିର୍ମାଣ ହେଲେ ପରିସ୍ଥିତି ସଙ୍କଟ ଜନକ ହେବ ବୋଲି କୁହାଯାଉଛି। ଚାଇନା ଜାଣିଶୁଣି ଏଭଳି କରୁଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ଭାରତ ଏବଂ ବାଂଲାଦେଶ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri