Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଏହି ଦଳରୁ ୩ଜଣ ବରିଷ୍ଠ ଖେଳାଳି ସୋଏବ ମଲିକ, ମହମ୍ମଦ ଆମୀର ଓ ଆସାଦ ସାଫିକଙ୍କୁ ବାଦ୍‌ ଦିଆଯାଇଛି। ଏମାନଙ୍କ ବଦଳରେ ପ୍ରତିଭାସମ୍ପନ୍ନ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନ ୩ ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ବାବର ଆଜମଙ୍କ ପାଇଁ ନୂଆ ପରୀକ୍ଷା ସୃଷ୍ଟି କରିବ। ଉଇକେଟକିପର ମହମ୍ମଦ ରିଜଓ୍ବାନଙ୍କୁ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ସେହିପରି ଟି୨୦ରେ ୨୨ ବର୍ଷୀୟ ଅଲରାଉଣ୍ଡର ସଦାବ ଖାନ୍‌ ଆଜମଙ୍କ ଡେପୁଟି ଭାବେ କାର୍ଯ୍ୟ କରିବେ। ମିସ୍‌ବା-ଉଲ୍‌- ହକ୍‌ ଦଳରେ ମୁଖ୍ୟ ଚୟନକର୍ତ୍ତା ଓ ହେଡ୍‌ କୋଚ୍‌ ରହିଛନ୍ତି।
ଦ୍ରୁତ ବୋଲର ନିସିମ ଶାହା, ଶାହିନ ଶାହା ଆଫ୍ରିଦିଙ୍କ ସମେତ ନବାଗତ ଖେଳାଳିଭାବେ ବ୍ୟାଟ୍ସମ୍ୟାନ ଡେନିସ ଅଜିଜ୍‌ ଓ ଇମ୍ରାନ ବଟ୍ଟ, ଉଇକେଟକିପର ରୋହେଲ ନାଜିର, ଦ୍ରୁତ ବୋଲର ଅମାଦ ବଟ୍ଟଙ୍କୁ ଦଳରେ ସାମିଲ କରାଯାଇଛି।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଅବିଦ ଅଲି, ଅବଦୁଲ୍ଲର ସାଫିକ୍‌, ଫଖର ଜମାନ, ଇମାମ-ଉଲ୍‌- ହକ୍‌, ଶାନ ମାସୁଦ, ଜିଶାନ ମଲିକ, ଆଝାର ଅଲି, ଡେନିସ ଅଜିଜ୍‌, ଫଓ୍ବାଦ ଆଲମ, ହାଇଦର ଅଲି, ହାରିସ ସୋହେଲ, ହୁସେନ ତଲତ, ଇମ୍ରାନ ବଟ୍ଟ, ଇଫ୍‌ତିକାର ଅହମ୍ମଦ, ଖୁସ୍‌ଦିଲ ଶାହା, ମହମ୍ମଦ ହାଫିଜ, ମହମ୍ମଦ ରିଜଓ୍ବାନ, ରୋହେଲ ନାଜିର, ସର୍ଫରାଜ ଅହମ୍ମଦ, ଇମାଦ ଓ୍ବାସିମ, ଶଦାବ ଖାନ, ଉସମାନ କାଦିର, ୟାସିର ଶାହା, ଜାଫର ଗୋହର, ଅମାଦ ବଟ୍ଟ, ଫହିମ ଆଶ୍ରଫ୍‌, ହାରିସ ରୌଫ, ମହମ୍ମଦ ଆବାସ, ମହମ୍ମଦ ହାସନେନ, ମୁସା ଖାନ, ନସିମ ଶାହା, ଶାହିନ ଆଫ୍ରିଦି, ସୋହେଲ ଖାନ ଓ ଓ୍ବାହାବ ରିୟାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri