ମନ୍ଦିର ବନ୍ଦ ମନ ଭାଙ୍ଗିଲା

ଢେଙ୍କାନାଳ ଅଫିସ, ୨।୧୧:  ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। କାର୍ତ୍ତିକ ସୋମବାରରେ ଶିବଦର୍ଶନ କଲେ ମହାଦେବଙ୍କ ଅପାର କରୁଣା ମିଳେ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଛି। ସଂକ୍ରମଣ ଭୟରେ ମଠ, ମନ୍ଦିରରେ ସାଧାରଣଙ୍କ ଦର୍ଶନ ଉପରେ କଟକଣା ଲାଗିଥିବାବେଳେ ପୀଠରେ କାର୍ତ୍ତିକ ବ୍ରତ ପାଳନ କରିବାରୁ ବଞ୍ଚତ୍ତ ହୋଇଛନ୍ତି ଶ୍ରଦ୍ଧାଳୁ। କାର୍ତ୍ତିକ ମାସରେ ଶିବ ଦର୍ଶନ କରି ନ ପାରିବା ମାନସିକଧାରୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବାବେଳେ ଭାଙ୍ଗିଯାଇଛି ବ୍ରତଧାରୀଙ୍କ ମନ।
ଢେଙ୍କାନାଳର ମନ୍ଦିର ପର୍ଯ୍ୟଟନରେ କପିଳାସ ଶୈବପୀଠର ସ୍ଥାନ ସ୍ବତନ୍ତ୍ର। ବର୍ଷତମାମ ଏଠାକୁ ଭକ୍ତଙ୍କ ସମାଗମ ହେଉଥିଲେ ମଧ୍ୟ ଶ୍ରାବଣ କାଉଡ଼ିଯାତ୍ରା ଏବଂ କାର୍ତ୍ତିକରେ ଅସମ୍ଭାଳ ଭିଡ଼ ହୋଇଥାଏ। ବିଶେଷ କରି କାର୍ତ୍ତିକ ସୋମବାରରେ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ଏଠାକୁ ଆସି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିଥାନ୍ତି। ପୁରୀ ଯିବାକୁ ସାମର୍ଥ୍ୟ ନ ଥିବା ହବିଷିଆଳିମାନେ ଶୈବପୀଠ ସମେତ ଆଖପାଖ ମନ୍ଦିରରେ ବ୍ରତ ପାଳନ କରିଥାନ୍ତି। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଭୟରୁ ୭ମାସ ହେଲା ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣଙ୍କ ଲାଗି ମନ୍ଦିର ଦର୍ଶନ ବନ୍ଦ ରହିଛି। ଏପରି କି ପ୍ରସାଦ ମଧ୍ୟ ବାହାରି ପାରୁନାହିଁ। ତେଣୁ ବ୍ରତଧାରୀମାନେ କିଭଳି ଠାକୁର ଦର୍ଶନ କରିବେ ଏବଂ ପ୍ରସାଦ ପାଇବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କେବଳ କପିଳାସ ନୁହେଁ, ଜିଲାର ସମସ୍ତ ଶୈବପୀଠ ସମେତ ପ୍ରସିଦ୍ଧ ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିରରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ନଭେମ୍ବରରୁ ମନ୍ଦିର ଖୋଲିବା ନେଇ ସରକାର ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ହେଲେ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସରକାରୀ କଟକଣା ବଳବତ୍ତର ରହିବ ବୋଲି ମନ୍ଦିର ପରିଚାଳନା କମିଟିଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ କଟକଣା ଜଗିବାକୁ ପୀଠରେ ପୋଲିସ ମୁତୟନ କରାଯାଇଛି।

ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ଭାବାବେଗକୁ କରୋନା ପାଇଁ ଆଘାତ ଲାଗିଛି। ଦେବଦେବୀ ପୀଠ ବନ୍ଦ ଥିବାରୁ ପ୍ରଥମ ସୋମବାର ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନରୁ ବଞ୍ଚତ୍ତ ହେବେ। ସୁସ୍ଥ ଜୀବନ ପାଇଁ ସମସ୍ତେ କଟକଣାକୁ ପାଳନ କରିବା ଜରୁରୀ।
-ଅବନୀ ମିଶ୍ର, ପ୍ରବାଚକ
ହବିଷିଆଳି, ବ୍ରତଧାରୀଙ୍କ

ସମସ୍ୟା ବଢ଼ିଛି
କାର୍ତ୍ତିକରେ ଶିବାଳୟ ବନ୍ଦ ରହିବା ଭକ୍ତଙ୍କୁ ନିରାଶ କରିଛି। ଧର୍ମମାସରେ ମନ୍ଦିରକୁ ଯାଇ ଶିବ ଉପାସନା କରିବା ପରମ୍ପରା ରହିଛି। କିନ୍ତୁ କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ଏହାକୁ ନେଇ ହବିଷିଆଳି, ବ୍ରତଧାରୀ
ସମସ୍ୟାରେ ପଡ଼ିଛନ୍ତି।
-ଦୀପାଞ୍ଜଳି ବେହେରା, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri