Posted inଖେଳ

ଆଇସିସି ଚେୟାରମ୍ୟାନଶିପ୍‌: ବାର୍‌କ୍ଲେ ଓ ଖ୍ବାଜା ପ୍ରାର୍ଥୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି)ର ଗ୍ରେଗୋର୍‌ ବାର୍‌କ୍ଲେ ଓ ସିଙ୍ଗାପୁରର ଇମ୍ରାନ ଖ୍ବାଜା ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୧୮ ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ଏହି ଦୁଇ ଜଣକ ମଧ୍ୟରୁ ଜଣଙ୍କୁ ସର୍ବସମ୍ମତି ପ୍ରାର୍ଥୀ କରିବା ଲାଗି ଆଇସିସି ବୋର୍ଡ ଏକ ମାସ ସମୟ ରଖିଛି। କିନ୍ତୁ ବର୍ତ୍ତମାନ ଯାହା ଜଣାପଡୁଛି ବାର୍‌କ୍ଲେ ଓ ଆଇସିସିର କାମଚଳା ଚେୟାରମ୍ୟାନ ଖ୍ବାଜା ମଧ୍ୟରେ ନିର୍ବାଚନ ସମ୍ଭାବନା ରହିଛି। ବୋର୍ଡରେ ଉଭୟଙ୍କର ସମର୍ଥକ ରହିଛନ୍ତି ବୋଲି ଜଣେ ବରିଷ୍ଠ ଅଫିସିଆଲ ଭିତିରି ସୂଚନା ଦେଇଛନ୍ତି। ଆଇସିସି ବୋର୍ଡରେ ୧୭ଜଣ ସଦସ୍ୟ ରହିଛନ୍ତି। ତନ୍ମଧ୍ୟରୁ ୧୬ଜଣ ଭୋଟ ଦେଇପାରିବେ। ସିଇଓ ମନୁ ସାହାନେଙ୍କ ଭୋଟ ଅଧିକାର ନାହିଁ। ପ୍ରଚଳିତ ନିୟମାନୁସାରେ ପରବର୍ତ୍ତୀ ଚେୟାରମ୍ୟାନ ହେବାକୁ ହେଲେ ବାର୍‌କ୍ଲେ କିମ୍ବା ଖ୍ବାଜାଙ୍କୁ ୧୧ଟି ଭୋଟ (ବୋର୍ଡର ଦୁଇ ତୃତୀୟାଂଶ) ଆବଶ୍ୟକ। ସରକାରୀ ହସ୍ତକ୍ଷେପ ପାଇଁ ଯଦି ଆଇସିସି ଦ୍ୱାରା କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ସସ୍‌ପେଣ୍ଡ ହୁଏ ତେବେ ଭୋଟରଙ୍କ ସଂଖ୍ୟା ୧୫କୁ ହ୍ରାସ ପାଇବ। ବାର୍‌କ୍ଲେ ଯଦି ୧୧ଟି ଭୋଟ୍‌ ହାସଲ କରିବାରରେ ବିଫଳ ହୁଅନ୍ତି ତେବେ ଖ୍ବାଜାଙ୍କୁ ପୂର୍ବଭଳି ଆଇସିସିର କାମଚଳା ଚେୟାରମାନ ପଦବୀରେ ରହିବାକୁ ପଡ଼ିପାରେ। ବାର୍‌କ୍ଲେଙ୍କ ପ୍ରତି କିନ୍ତୁ ଅଧିକାଂଶ ଟେଷ୍ଟ ଖେଳୁଥିବା ଦେଶର ସମର୍ଥନ ରହିଛି। ସୂଚନାଯୋଗ୍ୟ, ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପୂର୍ବତନ ଚେୟାରମ୍ୟାନ ପରବର୍ତ୍ତୀ ଆଇସିସି ଚେୟାରମ୍ୟାନ ପାଇଁ ଫେଭରାଇଟ୍‌ ଥିଲେ। ମାତ୍ର ସେ ଜାଣିବାକୁ ପାଇଲେ ଯେ, ସେ ସର୍ବସମ୍ମତି ପ୍ରାର୍ଥୀ ହୋଇପାରିବେ ନାହିଁ କିମ୍ବା ଆବଶ୍ୟକ ସଂଖ୍ୟକ ଭୋଟ ହାସଲ କରିପାରିବେ ନାହିଁ। ତେଣୁ ନିର୍ବାଚନରୁ ଓହରିଯିବା ଲାଗି ଉଚିତ ମଣିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଖ୍ବାଜାଙ୍କ ବିରୋଧରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍‌କ୍ଲେଙ୍କୁ ସମର୍ଥନ କରିବ। କାରଣ ଖ୍ବାଜା ପୂର୍ବତନ ଆଇସିସି ମୁଖ୍ୟଙ୍କ ଜଣେ ଘନିଷ୍ଠ। ନିର୍ବାଚନ ହେଲେ ସେ ସକ୍ରିୟ ଭାଗ ନେବେ। ଖ୍ବାଜାଙ୍କ ପ୍ରତି ଅତିକମ୍‌ରେ ଦୁଇ ଜଣ ପୂର୍ବତନ ଆଇସିସି ମୁଖ୍ୟଙ୍କ ସମର୍ଥନ ରହିଛି। ତନ୍ମଧ୍ୟରୁ ଜଣେ ବର୍ତ୍ତମାନର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରେ ଅଛନ୍ତି। ଅନ୍ୟ ଜଣଙ୍କର ଅତିକମ୍‌ରେ ୫ଟି ଭୋଟ୍‌ ଉପରେ ନିୟନ୍ତ୍ରଣ ରହିଥିବା ବରିଷ୍ଠ ଅଫିସିଆଲ ଜଣକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମାସକ ସମୟ ମଧ୍ୟରେ ବିଶେଷ କରି ଖ୍ବାଜାଙ୍କୁ ନିର୍ବାଚନରୁ ଓହରିଯିବା ଲାଗି ପ୍ରବର୍ତ୍ତାଯିବ, ଯାହା ଫଳରେ ଜଣେ ସର୍ବସମ୍ମତ ପ୍ରାର୍ଥୀ ବଛାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri