Posted inଜାତୀୟ

ଶେଷ ଦିନରେ ଶେଷ ରାୟ ଦେଲେ ବିଚାରପତି ସୁରେନ୍ଦ୍ର: ହୋଇ ନ ଥିଲା ଷଡ଼ଯନ୍ତ୍ର, ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା ସିବିଆର ସ୍ବତନ୍ତ୍ର କୋର୍ଟ କରିଛନ୍ତି। ଏହି ଘଟଣା ପୂର୍ବ ନିୟୋଜିତ ନ ଥିଲା। ଏଥିପାଇଁ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା। ସମସ୍ତ ୩୨ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଛନ୍ତି। ଫଳରେ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଆଦି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ନିଜ କାର୍ଯ୍ୟକାଳର ଶେଷ ଦିନରେ ଏହି ଶେଷ ରାୟ ଶୁଣାଇଛନ୍ତି। ଏହାପରେ ବିଚାରପତି ସୁରେନ୍ଦ୍ର ଅବସର ଗ୍ରହଣ କରିଛନ୍ତି। ୨ ହଜାର ପୃଷ୍ଠାର ଫଇସଲା କୋର୍ଟରେ ପଢ଼ାଯାଇଥିଲା। ବିବାଦୀୟ ସ୍ଥଳରେ କରସେବା କରାଯିବାର ଯୋଜନା ଥିଲା। ମାତ୍ର ଶହ ଶହ ସଂଖ୍ୟାରେ କରସେବକ ଯୋଗଦେବାରୁ ପରିସ୍ଥିତି ଅଣାୟତ ହୋଇଥିଲା ବୋଲି କୋର୍ଟ କହିଛନ୍ତି। ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ସତିଶ ପ୍ରଧାନ ଆଦି ୬ ଜଣ କୋର୍ଟରେ ଉପସ୍ଥିତ ନ ହୋଇ ଭିଡ଼ିଓ କନଫରେନ୍ସିଂରେ କୋର୍ଟର ଫଇସଲା ଶୁଣିଥିଲେ। ଅନ୍ୟ ୨୬ ଜଣ କୋର୍ଟରେ ଉପସ୍ଥିତ ଥିବା ନେଇ ଆଇନଜୀବୀ କେ.କେ.ମିଶ୍ର ବିଚାରପତିଙ୍କୁ ସୂଚନା ଦେଇଥିଲେ। ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସୂଚନାଯୋଗ୍ୟ, ଏହି ମାମଲାରେ କୋର୍ଟରେ ୬୦୦ ତଥ୍ୟ ସମ୍ବଳିତ ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୪୦ ହଜାର ସାକ୍ଷୀଙ୍କ ମଧ୍ୟରୁ ୩୫୧ ଜଣ ସାକ୍ଷୀ କୋର୍ଟରେ ପହଞ୍ଚିଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଏନେଇ ୧୭ ବର୍ଷ ଯାଞ୍ଚ୍‌ ଜାରି ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri