Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଇଂଲଣ୍ଡ, ଜର୍ମାନୀ, ସ୍ପେନ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଦେଶର ୫ଟି ସ୍ଥାନରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ୍ସ(ୟୁଫା) ପକ୍ଷରୁ ଶୁକ୍ରବାର ଏହା ପ୍ରକାଶ କରାଯାଇଛି। କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ୨୦୨୦ ୟୁଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲର ଚାମ୍ପିୟନଶିପ୍‌ର ଅନ୍ତିମ ରାଉଣ୍ଡକୁ ବାତିଲ କରାଯାଇଛି। ପୂର୍ବ ମ୍ୟାଚ ଗୁଡ଼ିକର ଫଳାଫଳ ଏବଂ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ବିଶ୍ୱକପ ଖେଳିବେ। ୫ମ ଥରପାଇଁ ଏହି ମେଗା ପ୍ରତିଯୋଗିତା ଖେଳିବାକୁ ଯାଉଥିବା ସ୍ପେନ ୨୦୧୮ରେ ଚାମ୍ପିୟନ ହୋଇଥିଲା। ତେଣୁ ଏହି ଦଳ ଡିଫେଣ୍ଡିଂ ଚାମ୍ପିୟନଭାବେ ଖେଳିବ। ୩ୟ ଥର ପାଇଁ ଖେଳିବାକୁ ଯାଉଥିବା ଇଂଲଣ୍ଡ ୨୦୦୮ରେ ସର୍ବାଧିକ ୪ର୍ଥ ସ୍ଥାନ ହାସଲ କରିଥିବାବେଳେ ଜର୍ମାନୀ ୭ମ ଥର ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ୨୦୦୮ରେ ତୃତୀୟ ସ୍ଥାନ ହାସଲ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ।
ପୂର୍ବରୁ ଆୟୋଜକ ଦଳଭାବେ ଭାରତ ପ୍ରଥମଥରପାଇଁ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଛି। ୨୦୧୯ ଏଏଫସି ୧୬ ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ପ୍ରଦର୍ଶନ ଆଧାରରେ ଏସିଆନ ଫୁଟବଲ କନ୍‌ଫେଡେରେଶନରୁ ଜାପାନ ଓ ଉତ୍ତର କୋରିଆ ଯୋଗ୍ୟତା ହାସଲ କରି ସାରିଛନ୍ତି। ସେହିପରି ୨୦୨୦ ଓଏଫସି ୧୭ ବର୍ଷରୁ କମ୍‌ ମହିଳା ଫୁଟବଲର ଅନ୍ତିମ ଚରଣ ବାତିଲ ହେବାରୁ ଓସେନିଆ କନ୍‌ଫେଡେରେଶନରୁ ନ୍ୟୁଜିଲାଣ୍ଡ ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ୨୦୧୮ ସଂସ୍କରଣରେ ନ୍ୟୁଜିଲାଣ୍ଡ ସର୍ବାଧିକ ୩ୟ ସ୍ଥାନ ହାସଲ କରିଥିବାବେଳେ ୨୦୧୪ରେ ଜାପାନ ଏବଂ ୨୦୦୮ ଓ ୨୦୧୬ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଛି। ନ୍ୟୁଜିଲାଣ୍ଡ, ଜାପାନ ଓ ଉତ୍ତର କୋରିଆ ୭ମ ଥର ପାଇଁ ପ୍ରତିଯୋଗିତା ଖେଳିବେ।
କନ୍‌ଫେଡେରେଶନ ଅଫ୍‌ ଆଫ୍ରିକାନ୍‌ ଫୁଟବଲ(କାଫ୍‌), କନ୍‌ଫେଡେରେଶନ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକାନ ଆଣ୍ଡ କାରିବିୟନ ଆସୋସିଏଶନ ଫୁଟବଲ(କନ୍‌କାକାଫ) ଏବଂ ସାଉଥ୍‌ ଆମେରିକାନ ଫୁଟବଲ କନ୍‌ଫେଡେରେଶନ(କନ୍‌ମେବୋଲ)ରୁ ୩ଟି ଲେଖାଏ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବା ବାକି ରହିଛି। ପ୍ରକାଶ ଯୋଗ୍ୟ ଯେ, ଏହି ପ୍ରତିଯୋଗିତା ପ୍ରକୃତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତର ୫ଟି ଭେନ୍ୟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌, ଗୁଆହାଟୀର ଇନ୍ଦିରାଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମ, ଅହମ୍ମଦାବାଦର ଏକା ଆରେନା ଏବଂ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri