ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ସେମାନଙ୍କ ୧୦ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିବା ସମ୍ଭାବନା ସୃଷ୍ଟି ହୋଇଥିଲା। ଏହାର ୫ ବର୍ଷ ପରେ ପ୍ରକଳ୍ପ ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ବଏଜାଠାରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଏଯାଏ କାର୍ଯ୍ୟ ସେପରି କିଛି ଆଗେଇପାରି ନାହିଁ। ପୋତି ହୋଇପଡ଼ିଥିବା କେନାଲର ପୁନରୁଦ୍ଧାର ମଧ୍ୟ ଶେଷ ହୋଇପାରି ନାହିଁ। ଫଳରେ ସୁରେଶ୍ୱରୀ ପ୍ରକଳ୍ପ ନେଇ ଚାଷୀଙ୍କ ୧୬ ବର୍ଷର ଆଶା ସେହି ଆଶାରେ ହିଁ ଅଟକିଯାଇଛି।
୧୯୨୮ ମସିହାରେ ଆଠମଲ୍ଲିକର ରାଜା ଆଡିବନ୍ଧ କରି ସୁରେଶ୍ୱରୀ ପାଣି ଅଟକାଇଥିଲେ। ଚାଷୀମାନେ କେନାଲ ଖୋଳି ୧୯ଟି ଗ୍ରାମର ୧୯୬୫ ଏକର ଜମିକୁ ପାଣି ମଡାଇ ପାରିଥିଲେ। ସ୍ବାଧୀନତା ପରେ ଉକ୍ତ କେନାଲ କ୍ଷୁଦ୍ର ଜଳସେଚନ ବିଭାଗ ହାତକୁ ଚାଲିଯାଇଥିଲା। କିନ୍ତୁ କେନାଲର ପୁନରୁଦ୍ଧାର ହୋଇପାରି ନ ଥିବାରୁ କିଶୋରନଗର ବ୍ଲକର ବାମୁର, ଧଉରାପାଲି, ଜଏରାଟ, ଓଷ୍କାପାଲି, ରଣିଆକଟା, କଦଳୀମୁଣ୍ଡା ପଞ୍ଚାୟତର ୧୦ ହଜାର ୪୦୨ ଏକର ଜମିକୁ ଜଳସେଚନ ହୋଇପାରୁ ନ ଥିଲା। ୨୦୦୪ରେ ରାଜ୍ୟ ସରକାର ଉକ୍ତ ୬ଟି ପଞ୍ଚାୟତର ଚାଷୀଙ୍କ ଉନ୍ନତି ପାଇଁ ବାମୁର ପଞ୍ଚାୟତର ଚାନ୍ତିଆମ୍ବତଇଳାଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା କରିଥିଲେ। ଇତିମଧ୍ୟରେ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସେପରି କିଛି ଆଗେଇପାରି ନାହିଁ। ଡଙ୍ଗାପାଳରୁ ଧଉରାପାଲି ପର୍ଯ୍ୟନ୍ତ ୯ କିଲୋମିଟର କେନାଲର ପୁନରୁଦ୍ଧାର କାମ ଶେଷ ହୋଇପାରି ନାହିଁ। ମାତ୍ର ୪.୫ କିଲୋମିଟର କେନାଲ କଂକ୍ରିଟ୍‌ କରାଯାଇଥିବା ବେଳେ ବଳକା ୪.୫ କିଲୋମିଟର କେନାଲରେ ମାଟି ଗଦା ହୋଇରହିଛି। ସେହିପରି ଜଏରାଟ ପଞ୍ଚାୟତର ବଏଜାଠାରୁ କରମଳକଟା ଓ ବରଡାମଳିହା ପର୍ଯ୍ୟନ୍ତ ମାତ୍ର ୨ କିଲୋମିଟର ଶାଖା କେନାଲ ନିର୍ମାଣ ହୋଇପାରିଛି। ୨୦୧୯ରେ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ବିତ କରାଯିବା ପାଇଁ ଜଳ ସମ୍ପଦ ବିଭାଗର ଏକ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ସେପରି କିଛି ପଦକ୍ଷେପ ନିଆଯାଇ ନାହିଁ। ଅପରପକ୍ଷରେ ବଏଜାଠାରେ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ପାଇଁ ୯ ଏପ୍ରିଲ ୨୦୧୦ରେ କରାଯାଇଥିବା ଏକ ଏମ୍‌ଓୟୁ ସରକାରଙ୍କ ଉଦ୍ଦେଶ୍ୟ ନେଇ ଉକ୍ତ ୬ଟି ପଞ୍ଚାୟତର ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଉକ୍ତ ପାଓ୍ବାର ପ୍ଲାଣ୍ଟ ଯୋଜନା ବାତିଲ କରି ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ଦାବିରେ ଚାଷୀ, କ୍ଷତିଗ୍ରସ୍ତମାନଙ୍କୁ ନେଇ ଗଠିତ ଜୀବନଜୀବିକା ଓ କୃଷି ଜମି ସୁରକ୍ଷା କମିଟି ୧୦ ବର୍ଷ ହେଲା ଆନ୍ଦୋଳନ ଚଳାଇ ଆସିଥିଲେ ହେଁ ସରକାର ତାହାକୁ କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ବିଭାଗ ପକ୍ଷରୁ ମୁଖ୍ୟ କେନାଲ ନିର୍ମାଣ କରାଯାଇଛି। ବଳକା ନିର୍ମାଣ କାମ ପାଇଁ ଅର୍ଥ ଯୋଗାଇଦେବାକୁ ସରକାରଙ୍କୁ ଚିଠି ଲେଖାଯାଇଛି।
ପ୍ରକଳ୍ପ ପାଇଁ ପଦକ୍ଷେପ ନାହିଁ
ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଲେ ବ୍ଲକର ବହୁ ଚାଷୀଙ୍କ ଉନ୍ନତି ହେବ। ହେଲେ ସରକାର ଏହି ପ୍ରକଳ୍ପ କଥା ଯେପରି ମନରୁ ପାସୋରି ଦେଇଛନ୍ତି। କମିଟି ପକ୍ଷରୁ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ।
– ଦିନବନ୍ଧୁ ପ୍ରଧାନ, କମିଟି ସଭାପତି
କୌଣସି ଅଗ୍ରଗତି ଘଟୁନି
୨୦୦୪ରେ ପ୍ରକଳ୍ପର ଶୁଭ ଦିଆଯାଇଥିଲା। ୫ ବର୍ଷ ପରେ ଅର୍ଥାତ୍‌ ୨୦୦୯ରେ ଏହି କାର୍ଯ୍ୟ ଆଗେଇବ ବୋଲି ସରକାରଙ୍କ ପକ୍ଷରୁ କୁହାଗଲା। କିନ୍ତୁ ଏଯାଏ କିଛି ବି ଅଗ୍ରଗତି ଘଟିନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପରି ଘୋଷଣା କରିଥିବା କୁହାଯାଉଛି।
– ରମଣିରଞ୍ଜନ ପ୍ରଧାନ, ପୂର୍ବତନ ସରପଞ୍ଚ
ସାକାର ହେଉନି ଚାଷୀଙ୍କ ସ୍ବପ୍ନ
ରାଜାରାଜୁଡ଼ା ଅମଳରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ସ୍ବପ୍ନ ଦେଖୁଛନ୍ତି। ହେଲେ ଏଯାଏ ତାହା ସାକାର ହୋଇପାରୁ ନାହିଁ। ଏହି ପ୍ରକଳ୍ପ ଉପରେ ହଜାର ହଜାର ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି। ଏଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧିମାନେ ଦୃଷ୍ଟି ଦିଅନ୍ତୁ।
– ଅନନ୍ତ ଚରଣ ପ୍ରଧାନ, ଚାଷୀ
ବର୍ଷା ଉପରେ ନିର୍ଭରଶୀଳ
ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ବଏଜା ଗ୍ରାମର ବହୁ ଜମିକୁ ପାଣି ମାଡ଼ିପାରୁ ନାହଁ। ଚାଷୀମାନେ ବର୍ଷା ଉପରେ ନିର୍ଭରଶୀଳ ହୋଇପଡ଼ୁଛନ୍ତି। ଏପରି ଅବସ୍ଥାରେ କେଉଁବର୍ଷ ଅଧିକ ବର୍ଷା ତ ଆଉ କେଉଁ ବର୍ଷ ମରୁଡ଼ି ଫସଲ ନଷ୍ଟ କରୁଛି।
– ରଣଜିତଲାଲ ପ୍ରଧାନ, ବଏଜା
ସରକାର ସମସ୍ୟା ବୁଝନ୍ତୁ
ଚାଷ ଜମି ପାର୍ଶ୍ୱରେ ଥିବା କେନାଲଗୁଡ଼ିକ ପୋତି ହୋଇଗଲାଣି। ସେସବୁର ପୁନରୁଦ୍ଧାର ସହ ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ଦିଗରେ ସରକାର ଦୃଷ୍ଟି ଦେଲେ ଚାଷୀ ଓ ଚାଷର ଉନ୍ନତି ହୋଇପାରନ୍ତା। ସରକାର ଚାଷୀମାନଙ୍କ ସମସ୍ୟା ବୁଝନ୍ତୁ।
– ଫୁଲ ପ୍ରଧାନ, ଚାଷୀ
ପ୍ରକଳ୍ପ ବଦଳରେ ପ୍ଲାଣ୍ଟ ନିର୍ମାଣକୁ ଗୁରୁତ୍ୱ
ଜଳସେଚନ ପ୍ରକଳ୍ପ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନେବା ପରିବର୍ତ୍ତେ ବଏଜାଠାରେ ପାଓ୍ବାର ପ୍ଲାଣ୍ଟ ପାଇଁ ଏମ୍‌ଓୟୁ କରିବା ଚାଷୀମାନଙ୍କୁ ଦୁଃଖ ଦେଇଛି। ସରକାର ତାଙ୍କ କାର୍ଯ୍ୟର ସମୀକ୍ଷା କରିବା ସହ ଜଳସେଚନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ ଦିଅନ୍ତୁ।
– ତୁଳା ପ୍ରଧାନ, ଚାଷୀ

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ...

ବେଆଇନ ଭାବେ ଚାଲାଣ ହେଉଥିଲା ୪୦୪ ଦେଶୀ ମଦ ପାଉଚ୍‌, ଜବତ କଲା ରିଷିଡ଼ା ପୋଲିସ, ଅଭିଯୁକ୍ତ…

ରିଷିଡା,୧୮।୧୨(ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧୀନସ୍ଥ ପୈାରକେଲା  ଢିପୁପଡାଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚକୁ...

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri