ପେଟ ସମସ୍ୟାରୁ ମୁକ୍ତି ଦିଏ ଏହିସବୁ ଖାଦ୍ୟ, ପାନୀୟ

ଆଧୁନିକ ଜୀବନଶୈଳୀ ଖାଦ୍ୟପେୟ ଜନିତ ପେଟ ସମସ୍ୟା ଦେଖାଯାଏ। ଏସିଡିଟି, ଗ୍ୟାସ, ଖାଦ୍ୟ ହଜମ ନ ହେବା ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତେବେ ଏପରି କିଛି ଖାଦ୍ୟ, ପାନୀୟ ଅଛି ଯାହାକୁ ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି କେତେକ ଖାଦ୍ୟ କେବଳ ଯେ ଗ୍ୟାସ ସମସ୍ୟା ଦୂର କରେ ତାହା ନୁହେଁ ବରଂ ଏହା ଶରୀରକୁ ପୁଷ୍ଟିକର ଆହାର ଯୋଗାଇ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ …

ତରଭୁଜ: ତରଭୁଜରେ ଲାଇକୋପିନ୍‌ ନାମକ ଏକ ଉପାଦାନ ରହିଥାଏ। ଏହାସହ ଏଥିରେ ୯୦ ପ୍ରତିଶତ ଜଳ ରହିଥାଏ ଯାହା ଗ୍ରୀଷ୍ମ ଦିନେ ଡିହାଇଡ୍ରେଶନକୁ ରୋକିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। ଏହାର ପେଷ୍ଟକୁ ମୁଣ୍ଡରେ ଲଗାଇବା ଫଳରେ ମୁଣ୍ଡବିନ୍ଧା ଦୂର ହୁଏ।

ଥଣ୍ଡା କ୍ଷୀର:
ଏସିଡିିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଥଣ୍ଡାକ୍ଷୀର ପିଇବା ଜରୁରୀ। ଏହା ପେଟ ଯନ୍ତ୍ରଣାକୁ ଦୂରକରିଥାଏ। କ୍ଷୀରରେ ମିଳୁଥିବା ଲାକ୍ଟିକ୍‌ ଏସିଡ୍‌ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ।

କଦଳୀ: ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ଲାଗି କଦଳୀ ରାମବାଣ ଭଳି କାର୍ଯ୍ୟ କରିଥାଏ।
କଦଳୀରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ପୋଟାସିୟମ୍‌ ଗ୍ୟାସ ସମସ୍ୟାକୁ ଦୂର କରିଥାଏ। କଦଳୀରେ ଥିବା ଟ୍ରାଇପଟୋଫାନ୍‌ ଆମିନୋ ଏସିଡ୍‌ ମାନସିକ ଚାପକୁ ହ୍ରାସ କରିଥାଏ । ଲଗାତାର କଦଳୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୋଇ ନ ଥାଏ।

ପଇଡ଼ ପାଣି
ଗ୍ୟାସ ଦୂର କରିବାରେ ପଇଡ଼ ପାଣି ଅତ୍ୟନ୍ତ ଲାଭଦାୟକ। ଏହାକୁ ପିଇବାର କିଛି ସମୟ ପରେ ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଏଥି ସହିତ, ପଇଡ଼ ପାଣିରେ ଅଧିକ ପରିମାଣର ଫାଇବର ହେତୁ ହଜମ ପ୍ରକ୍ରିୟା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତର ପ୍ରତିକାର

ଚିକିତ୍ସା ଶାସ୍ତ୍ର ମତାନୁଯାୟୀ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନାଇଟ(୩୬.୬ଡିଗ୍ରୀ ସେଲସିୟସ୍‌)ରୁ ୯୯ ଡିଗ୍ରୀ ଫାରେନାଇଟ (୩୭.୨ଡିଗ୍ରୀ ସେଲସିୟସ୍‌) ଏବଂ ପ୍ରାପ୍ତ...

ସୌରଜଗତର କ୍ଷୁଦ୍ର ଇତିହାସ

ଆଠଟି ଗ୍ରହ, ଗ୍ରହମାନଙ୍କର ଉପଗ୍ରହ, ବାମନଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ ଓ ଅଗଣିତ ପିଣ୍ଡକୁ ନେଇ ଆମ ସୌରଜଗତ ତିଆରି ହୋଇଛି। ଆଜି ଆମେ ବିନା ଦ୍ୱିଧା...

ଏହି ୩ ବଡ଼ ସମସ୍ୟାରୁ ମୁକ୍ତି ଦିଏ ସାଇକେଲ ଚାଳନା

ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକାରେ କାର୍ଯ୍ୟ କରୁଥିବା ପୋଲାଣ୍ଡ-ଆମେରିକାର ସାମାଜିକ...

ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଥିଲେ, ହୋଇଯାନ୍ତୁ ସାବଧାନ…

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ କେତେକ...

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ...

ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲେ…ଅଭିଭାବକ ଏମିତି ରୁହନ୍ତୁ ସଚେତନ

ବର୍ତ୍ତମାନ ଅଧିକାଂଶ ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଖେଳିବା ଲାଗି ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌...

ସକାରାତ୍ମକ ମାନସିକତା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଏ ନେଇ ଆମକୁ କେତୋଟି ଦିଗ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା

କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri