ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍ ମେଡ଼ିକାଲ୍ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଶିଶୁକନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ମଧୁବନ ୱାର୍ଡ ନଂ.୭ର ରଜନୀକାନ୍ତ ପୃଷ୍ଟି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ବର୍ଷକର ଝିଅ ଲକ୍ସିତାଙ୍କ ବାନ୍ତି ହେଉଥିବାରୁ ତାଙ୍କ ବାପା ରଜନୀକାନ୍ତ ତାଙ୍କୁ ପିଆରଏମ୍ ମେଡ଼ିକାଲ୍ରେ ଭର୍ତ୍ତି କରାଇଥିଲେ। ଆଡମିଶନ ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଆସି ଶିଶୁଟିକୁ ଦେଖି ଇଞ୍ଜେକ୍ସନ ଦେଇଥିଲେ। କିଛି ଘଣ୍ଟା ପରେ ଅନ୍ୟ ଜଣେ ଡାକ୍ତର ଆସି ପୁନର୍ବାର ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ହେବା ପରିବର୍ତ୍ତେ ଆହୁରି ଜଟିଳ ହୋଇଯାଇଥିଲା। କିଛି ସମୟ ପରେ ଅନ୍ୟ ଜଣେ ଡାକ୍ତର ଆସି ଶିଶୁଟିକୁ ଦେଖିଥିଲେ ଏବଂ ପିଲାକୁ ନିମୋନିଆ ହୋଇଥାଇପାରେ ବୋଲି କହି ତୃତୀୟ ଥର ପାଇଁ ଆଉ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ଶିଶୁଟି ଛାଟିପିଟି ହେଉଥିବା ଦେଖି ମେଡ଼ିକାଲ୍ କର୍ତ୍ତୃପକ୍ଷ ଶିଶୁର ମା’ ଦୁର୍ଗାମଣି ସାହୁଙ୍କଠାରୁ ଏକ କାଗଜରେ ଦସ୍ତଖତ କରାଇ ନେବା ସହିତ ଶିଶୁଟି ଗୁରୁତର ଅବସ୍ଥାରେ ଅଛି ଏବଂ ତାକୁ କଟକ ଶିଶୁ ଭବନକୁ ନେଇଯିବା ପାଇଁ କହିଥିଲେ। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଶିଶୁଭବନକୁ ନେଇଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବାର କିଛି ସମୟ ପରେ ଶିଶୁଟି ମୃତ୍ୟୁବରଣ କରିଥିଲା। ତେଣୁ ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାର ଉପଯୁକ୍ତ ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଜନୀକାନ୍ତ ଦାବି କରିଛନ୍ତି। ଏ ନେଇ ପିଆରଏମ ମେଡ଼ିକାଲ୍ର ଅଧୀକ୍ଷକ ବି.ଏନ୍. ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।
ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...
ହାତୀକୁ ଖାଦ୍ୟରେ ବିସ୍ଫୋରକ
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...
ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ….
ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...
ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା
ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...
ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି
ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...
ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…
ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...
Archives


