ଛତୁଆ ବିଲ୍‌ ପାସ୍‌ କରିବା ନେଇ ମହିଳାଙ୍କୁ ଅସଦାଚରଣ : ଯୋଡା ବିଡିଓଙ୍କ ନାମରେ ଏତଲ।

ଯୋଡା, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବିଡିଓ ଛତୁଆ ବିଲ୍‌ ପାସ୍‌ କରିବା ଆଳରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଶୁକ୍ରବାର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ବ୍ଲକରେ ବିଭିନ୍ନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଣ କରୁଥିବା ଗାୟତ୍ରୀ ମିଶନ ଶକ୍ତି ମହାସଂଘର ୧୫ରୁ ଊର୍ଦ୍ଧ୍ୱ ମହିଳା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗାୟତ୍ରୀ ମିଶନ ଶକ୍ତି ଯୋଡ଼ା ବ୍ଲକର ଆଇସିଡିଏସ ଅଧୀନରେ ଥିବା ୨୮୧ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦୀର୍ଘ ୮ ବର୍ଷ ହେବ ଛତୁଆ ଯୋଗାଣ କରୁଛି। ଯୋଡ଼ା ବିଡିଓ ଯେଉଁଦିନଠାରୁ ସିଡିପିଓ ଦାୟିତ୍ୱରେ ରହିଲେଣି ସେହିଦିନଠାରୁ ସେ ଗାୟତ୍ରୀ ମିଶନ ଶକ୍ତିର ସଭ୍ୟାମାନଙ୍କୁ ଛତୁଆ ବିଲ୍‌ ପାସ୍‌ କରିବା ଆଳରେ ଅନେକ ସମୟରେ ହଇରାଣ କରୁଛନ୍ତି। ସେମାନଙ୍କର ବିଲ୍‌କୁ ମିଶନ ଶକ୍ତିର ଆକାଉଣ୍ଟରେ ନ ପଠାଇ ଭୁଲ୍‌ ଆକାଉଣ୍ଟରେ ୫୦ ପ୍ରତିଶତ ଅର୍ଥ ପଠାଇଛନ୍ତିି। ଅନ୍ୟପକ୍ଷରେ ବିଲ୍‌ ପାସ୍‌ କରାଇ ଦେବା ଆଳରେ ଗାୟତ୍ରୀ ମିଶନ ଶକ୍ତିର ମହିଳାମାନଙ୍କୁ ସନ୍ଧ୍ୟାରେ ଏକୁଟିଆ ଆସିବା ପାଇଁ କହିବା ସହିତ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଗାୟତ୍ରୀ ମିଶନ ଶକ୍ତିର ସଭାପତି ହେମବତୀ ବାରିକ ଓ ସମ୍ପାଦିକା ପଙ୍କଜିନୀ ବାରିକଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ସଭ୍ୟା ଏକତ୍ରିତ ହୋଇ ନ୍ୟାୟ ପାଇଁ ଯୋଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏସମ୍ପର୍କରେ ବିଡିଓ ଯୋଗେଶ୍ୱର ନାଏକଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ହୋଇଥିତ୍ବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସମ୍ପୃକ୍ତ ମିଶନ ଶକ୍ତି ମହାସଂଘ ଦ୍ୱାରା ଛତୁଆ ବଣ୍ଟନରେ ଅନିୟମିତତା ହୋଇଥିତ୍ବା ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲି। ତେଣୁ ସେମାନେ ମୋ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ବୋଲି ବିଡିଓ ପ୍ରକାଶ କରିଛନ୍ତି। ଯୋଡା ଥାନାରେ ଉପସ୍ଥିତ ଥିବା ବଡବିଲ ଏସ୍‌ଡିପିଓ ସତ୍ୟ ବିକାଶ ଭୂୟାଁ ଏବଂ ଥାନା ଅଧିକାରୀ ରାଇସେନ୍‌ ମୁର୍ମୁଙ୍କୁ ପଚାରିବାରୁ ମହିଳାମାନଙ୍କ ସହ ଆଲୋଚନା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି ଗାୟତ୍ରୀ ମିଶନ ଶକ୍ତିର ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri