Posted inଖେଳ

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ୯ମ ମ୍ୟାଚ; କେରଳ ବିପକ୍ଷରେ ବିଜୟ ଆଶା

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଗୁରୁବାର ଏହାର ୯ମ ମ୍ୟାଚ ଖେଳିବ। ଭୁବନେଶ୍ୱରଭିତ୍ତିକ ଦଳର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି କେରଳ ବ୍ଲାଷ୍ଟର୍ସ। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳିସାରିଥିଲେ ହେଁ ବିଜୟ ସ୍ବାଦ ଚାଖିନାହିଁ। କିବୁ ଭିକୁନାଙ୍କ କେରଳ ମଧ୍ୟ ସେପରି ପ୍ରଭାବୀ ପ୍ରଦର୍ଶନ କରି ପାରିନାହିଁ। ତେଣୁ ଏହି ଦଳ ବିପକ୍ଷରେ ବିଜୟ ହାସଲ ଆଶାରେ ରହିଛି ଓଡ଼ିଶା। କେରଳ ବ୍ଲାଷ୍ଟର୍ସ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୧ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ୬ ପଏଣ୍ଟ ପାଇଛି। ୨ ପଏଣ୍ଟ ପାଇଥିବା ଓଡ଼ିଶା ଟେବୁଲର ସର୍ବନିମ୍ନ ସ୍ଥାନରେ ପଡ଼ି ରହିଥିବାବେଳେ କେରଳ ୯ମ ସ୍ଥାନ ଅଧିକାର କରିଛି। ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ୬ଟି ଗୋଲ ଦେଇଥିବାବେଳେ ୧୪ଟି ବରଣ କରିଛି। ଗୋଲ ବ୍ୟବଧାନ ରହିଛି -୮। ସେହିପରି କେରଳ ଦଳ ୮ ଗୋଲ ଦେଇ ୧୩ଟି ବରଣ କରିଛି। ଏହାର ଗୋଲ ବ୍ୟବଧାନ -୫ ରହିଛି। ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡିୟମରେ ଓଡ଼ିଶା-କେରଳ ମ୍ୟାଚ ଅନୁଷ୍ଠିତ ହେବ।
”ଆମେ ଅନେକ ସୁଯୋଗ ସୃଷ୍ଟି କରିଛୁ, ମାତ୍ର ତାହାକୁ ଗୋଲରେ ପରିଣତ କରି ପାରିନାହୁଁ। ପ୍ରତ୍ୟେକ ଗେମ୍‌ ଭିନ୍ନ। ଆମେ ଓଡ଼ିଶା ଦଳକୁ ସମ୍ମାନ ଜଣାଉଛୁ। ଏହି ଦଳରେ ବହୁ ଭଲ ଖେଳାଳି ଅଛନ୍ତି। ଆମେ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ଅଛୁ“ ବୋଲି ଭିକୁନା କହିଛନ୍ତି। ଅନ୍ୟପକ୍ଷରେ ବକ୍ସଟର କହିଛନ୍ତି ଯେ, ”ଅଧିକାଂଶ ଗେମ୍‌ରେ ଆମେ ଭଲ ଖେଳିଥିଲେ ହେଁ ତାହାକୁ ଫଳାଫଳରେ ରୂପାନ୍ତରିତ କରି ପାରିନାହୁଁ। ତେବେ ଖେଳାଳିମାନେ ଆତ୍ମବିଶ୍ୱାସ ହରାଇ ନାହାନ୍ତି। ଆମେ ଏହା ହିଁ ଚାହୁଁ। ପ୍ରଦର୍ଶନରେ ନିଶ୍ଚିତ ଉନ୍ନତି ଘଟୁଛି। ପ୍ରତିପକ୍ଷ ଦଳ ବିପକ୍ଷରେ ଅଧିକ ଗୋଲ କରିବା ସହ ନିଜେ ଯେପରି ଗୋଲ ବରଣ ନ କରିବୁ ତା’ ଉପରେ ଧ୍ୟାନ ଦେବୁ“।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri