କରୋନାରୁ ସୁସ୍ଥ ହୋଇ ଫେରିଲେ ୯୧ ବର୍ଷର ବୃଦ୍ଧ

ଜୟପୁର,୧୪ା୧୦(ଡି.ଏନ.ଏ./ନି.ପ୍ର.)- ଦୃଢ ମନୋବଳ, ପରିବାର ଲୋକଙ୍କ ଶ୍ରଦ୍ଧା ଓ ଚିକିତ୍ସା କରୁଥିବା ଡାକ୍ତର, କର୍ମଚାରୀଙ୍କ ପ୍ରୋତ୍ସାହନ ଯୋଗୁ ଜଣେ ୯୧ ବର୍ଷର ବୃଦ୍ଧ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ପରିବାରର ୫ଜଣ ସଦସ୍ୟ ମଧ୍ୟ ଭଲ ହୋଇ ଫେରିଛନ୍ତି। ସମ୍ପୃକ୍ତ ବୃଦ୍ଧ ଜଣକ ହେଲେ କାଶୀନାଥ ପାଢୀ। କୋରାପୁଟ ଜିଲା କୋଟପାଡ ଏନଏସି ବାସୁଗୁଡା ଅଞ୍ଚଳର କାଶୀନାଥ ଏବଂ ପରିବାରର ୪ଜଣ କରୋନା ସଂକ୍ରମିତ ହୋଇ ଜୟପୁରସ୍ଥିତ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ୧୦ ଦିନ ଚିକିତ୍ସିତ ହେବା ପରେ ସମସ୍ତେ ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କାଶୀନାଥଙ୍କ ପୁଅ ସନ୍ତୋଷ ପାଢୀ କହିଛନ୍ତି ଯେ, ଚିକିତ୍ସାଳୟ ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଉନ୍ନତମାନର ଚିକିତ୍ସା ଯୋଗୁ ଆମେ ସମସ୍ତେ ସୁସ୍ଥ ହୋଇ ଫେରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ଫନ: ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ବହିବା ସହ ହେବ ପ୍ରବଳ ବର୍ଷା; ସୂଚନା ଦେଲେ ଏସ୍‌ଆର୍‌ସି

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବାତ୍ୟା ‘ଅମ୍ଫନ’। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି...

‘ଫାୟାର ପାର୍କ’ ଉଦ୍‌ଘାଟିତ

ଭୁବନେଶ୍ୱର, ୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭର୍ଚୁଆଲ୍‌ ମାଧ୍ୟମରେ ଭୁବନେଶ୍ୱରଠାରେ ‘ଫାୟାର ପାର୍କ’ ଉଦ୍‌ଘାଟନ କରିବା ସହ ଓଡ଼ିଶା ଅଗ୍ନିଶମ ସେବାର ପ୍ରଭାବୀ ଅନ୍‌ଲାଇନ...

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଅନ୍‌ଲାଇନ୍‌ରେ ହେବ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି(ବିପିୟୁଟି)ପରୀକ୍ଷା। ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ସବୁ ଜିଲାରେ ଓ...

୭୫% ଉପସ୍ଥାନ ନ ଥିଲେ ପରୀକ୍ଷା ମନା

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି କଲେଜ ଛାତ୍ରୀଛାତ୍ର। ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ...

ଜଟଣୀ ତହସିଲରେ ଦଲାଲଙ୍କୁ ଧରିଲେ ଆଇନଜୀବୀ :ଆଣିଥିବା ସରକାରୀ ରେକର୍ଡ ଛଡ଼ାଇ ରଖିଲେ

ଜଟଣୀ,୩।୧୧(ଡି.ଏନ.ଏ) ସରକାରୀ କାର୍ଯ୍ୟାଳୟଗୁଡିକରୁ ଦଲାଲ ହଟାଇବା, ଲାଞ୍ଚ କାରବାର ବନ୍ଦ କରି ଦୁର୍ନୀତିମୁକ୍ତ କରି ଲୋକଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସରକାର ୫-ଟି ଓ...

୧୫ ସୁଦ୍ଧା ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେଶିନ

ଭୁବନେଶ୍ୱର,୧।୭: ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛି ଏକମୋ ମେଶିନ। ଜୁଲାଇ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏପରି କି ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେଶିନ...

କରୋନା କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବାକୁ ଡିଜିପିଙ୍କ ଅନୁରୋଧ

କଟକ ଅଫିସ,୨୪।୬: ବହୁ ବିବାଦ ପରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା...

ସୁବର୍ଣ୍ଣରେଖାରେ ବାଲିସଇରାତ ନିଲାମ ଲାଗି ସର୍ଭେ

ଜଳେଶ୍ୱର, ୪।୮(ସ୍ବ.ପ୍ର.)-ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବା ଲାଗି ସର୍ଭେ...

Advertisement


Archives

Model This Week