Posted inଜାତୀୟ

ଚାଲାଣ କାଟିଲାବେଳେ ‘ସାର୍‌, ମ୍ୟାଡାମ୍‌’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ

ମୁମ୍ବାଇ, ୧୪।୧୦: କେବେ ଅଟକି ଯାଉ ନ ଥିବା କିମ୍ବା କେତେବେଳେ ମଧ୍ୟ ଥକି ପଡ଼ୁ ନ ଥିବା ମୁମ୍ବାଇ ରାସ୍ତାକୁ ଓହ୍ଲାଇ ଟ୍ରାଫିକର ଦାୟିତ୍ୱ ଭାର ସମ୍ଭାଳୁଥିବା ମୁମ୍ବାଇ ଟ୍ରାଫିକ ବିଭାଗର କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ଏହି ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଟ୍ରାଫିକ୍‌ ସିଗ୍‌ନାଲରେ ଠିଆ ହୋଇଥିବା ବିଭାଗର ପ୍ରତ୍ୟେକ ଯବାନ କିମ୍ବା ଅଧିକାରୀ କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନ ‘ସାର୍‌’, ‘ମ୍ୟାଡାମ୍‌’, ‘ଶ୍ରୀ’ କିମ୍ବା ‘ଶ୍ରୀମତୀ’ ସମ୍ବୋଧନ କରି କଥାବାର୍ତ୍ତା କରିବାକୁ ପଡ଼ିବ। ନାଗରିକଙ୍କ ଭାଷାକୁ ଆଧାର କରି ପୋଲିସ କର୍ମଚାରୀଙ୍କୁ ସମ୍ବୋଧନ ବାଛିବାକୁ ପଡ଼ିବ।

ଏପରିକି ଯଦି ଜଣେ ୧୮ ବର୍ଷୀୟ ବାଳକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥାଏ, ତେବେ ଟ୍ରାଫିକ କର୍ମଚାରୀ କିମ୍ବା ଅଧିକାରୀ ସେହି ବାଳକଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରି କଥା ହେବାକୁ ପଡ଼ିବ। ମୁମ୍ବାଇ ପୋଲିସ ଟ୍ରାଫିକ ବିଭାଗର ଯୁଗ୍ମ କମିଶନର ଯଶସ୍ବୀ ଯାଦବଙ୍କ କହିବା ଅନୁଯାୟୀ, ‘ପୋଲିଓ ଓ ଜନତାଙ୍କ ମଧ୍ୟରେ ଅଧିକାଂଶ ଝଗଡ଼ା ତୁ’ ଆଦି ଭାଷାରୁ ଆରମ୍ଭ ହୋଇଥାଏ। ଆମେ ଚାହୁଁଛୁ ପୋଲିସ କର୍ମଚାରୀ ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତୁ। କିନ୍ତୁ ଯଦି ନିୟମଭଙ୍ଗ ହେଉଛି ତେବେ ଟ୍ରାଫିକ କର୍ମଚାରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।’ ଏଠାରେ ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଟ୍ରାଫିକ ଦେଶର ସବୁଠାରୁ ଟ୍ରାଫିକ ବିଭାଗ ଅଟେ। ଏଠାରେ ୪,୫୦୦ କର୍ମଚାରୀଙ୍କୁ ଟ୍ରାଫିକରେ ନିଯୁକ୍ତି କରାଯାଇଛି। କିନ୍ତୁ ବର୍ତ୍ତମାନ ୩,୫୦୦ କର୍ମଚାରୀ ଟ୍ରାଫିକ ବିଭାଗରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri