ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ସକାଳୁ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଭୋଟରମାନେ ବହୁ ଉତ୍ସୁକତାର ସହ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ଇତିମଧ୍ୟରେ ହର୍ଦ୍ଦୋଇର ଏକ ମତଦାନ କେନ୍ଦ୍ରରେ ଏକ ପ୍ରେରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୯୦ବର୍ଷୀୟ ବୃଦ୍ଧା ହ୍ବିଲ ଚେୟାରରେ ବସି ହର୍ଦ୍ଦୋଇର ଏକ ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ଆସିଥିବା ଦେଖିବାକୁ ମିଳିଛି। ତାଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଗଣତନ୍ତ୍ର ପାଇଁ ଭୋଟ କେତେ ଜରୁରୀ। ବୃଦ୍ଧାଙ୍କ ଏଭଳି କାର୍ଯ୍ୟକୁ ସବୁମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର

ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ...

ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ,୨।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଗୁରୁବାର ଭେଟିଛନ୍ତି।...

ଚିନ୍ତା ବଢାଉଛି ‘ମଙ୍କିପକ୍ସ’: ବିମାନବନ୍ଦରରେ ହେବ ସ୍ବାସ୍ଥ୍ୟ ଯାଞ୍ଚ

ନୂଆଦିଲ୍ଲୀ, ୨୬।୭: ଦେଶରେ ଏବେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’। ତେବେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେବା ସହ ଲକ୍ଷଣ ଦେଖାଗଲେ ବିମାନବନ୍ଦରରୁ...

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି।...

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ...

ନିପା ଭାଇରସ୍‌କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲେ ଶୈଳଜା

ଥିରୁଭାନନ୍ତପୁରମ,୭।୬: କେରଳରେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଏହର ଭୟାବହତାକୁ ଦେଖି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କେନ୍ଦ୍ର...

ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ରେ ରହିବେ ଭାଇ, ଭଉଣୀ

ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ...

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ...

Advertisement
Archives

Model This Week