Posted inଫୁରସତ

ବିମାନ ଦୁର୍ଘଟଣାରେ ୧୦୩ ଲୋକଙ୍କ ହୋଇଥିଲା ମୃତ୍ୟୁ, ବଞ୍ଚି ଯାଇଥିଲେ ଏହି କୁନି ବାଳକ, ଜାଣନ୍ତୁ କିପରି…

କୁହାଯାଏ, ନିମିଷେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁରାଣ। ଯଦି ଜୀବନ ଭାଗ୍ୟରେ ଲେଖାଥାଏ, ତେବେ ଯେତେ ବଡ଼ ଦୁର୍ଘଟଣା ହେଲେ ମଧ୍ୟ କେହି କ୍ଷତି କରିପାରିବେ ନାହିଁ। ଲିବିଆରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଘଟିଥିବା ଏକ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦୩ ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ଦୁର୍ଘଟଣାରେ କେବଳ ଜଣେ ୯ ବର୍ଷର ବାଳକ ବଞ୍ଚି ଯାଇଥିଲେ। ଏହି ବାଳକଙ୍କୁ ବର୍ତ୍ତମାନ ଭଗବାନଙ୍କ ଦୂତ କୁହାଯାଉଛି।

ଏହି ବାଳକ ରୁବେନ ଓ୍ବାନ ଆସା ବୋଲି ଚିହ୍ନଟ କରାଯାଇଛି। ବିମାନଟି ତଳେ ଧକ୍କା ହେବା ପୂର୍ବରୁ ରୁବେନ ତଳକୁ ଖସିପଡ଼ିଥିଲେ। ତଳେ ପଡ଼ିବା ପରେ ପ୍ରଚଣ୍ଡ ଶବ୍ଦରେ ବିମାନ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନଟି ଉଡ଼ିଗଲା। ପ୍ରାୟ ୧୨ ବର୍ଷ ତଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ରୁବେନଙ୍କ ଗୋଡ଼ ଅନେକ ସ୍ଥାନରୁ ଭାଙ୍ଗି ଯାଇଥିଲା କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

୧୨ ମେ’ ୨୦୧୦ରେ ଏହି ବିମାନ ଦୁର୍ଘଟଣା ହୋଇଥିଲା। ଉକ୍ତ ବିମାନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଉଡ଼ି ଲିବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏତେ ବଡ଼ ଦୁର୍ଘଟଣାରେ ପିଲାଟି ବଞ୍ଚିବା ଏକ ଚମତ୍କାର ବୋଲି ସମସ୍ତେ କହୁଛନ୍ତି। ଦୀର୍ଘବର୍ଷ ପରେ ସେ ହସ୍ପିଟାଲରୁ ବାହାରିଛନ୍ତି। ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ପକାନ୍ତି ଲୋକେ…

ଆଜମେର,୨୬।୧୦ : ରାଜସ୍ଥାନରେ ଏପରି ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟ ବିତିବା ସହିତ ଏହି ପରମ୍ପରାଗୁଡ଼ିକର...

ନାନା ବାୟା ଗୀତ ଶୁଣି କାହିଁକି ଶୁଅନ୍ତି ଶିଶୁ…

ଅଝଟ ପିଲାଙ୍କୁ ଶୁଆଇବା ପାଇଁ ମା’ମାନେ ନାନା ବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନା ବାୟା ଗୀତକୁ...

ବନ୍ଧୁ ମହାନ୍ତିଙ୍କ କଥା

ଯୁଗେ ଯୁଗେ ଭଗବାନ ଭକ୍ତର।  ଯିଏ ନିଷ୍ଠାରେ, ଭକ୍ତିରେ ନିଜକୁ ସମର୍ପିତ କରେ ପରମ କାରୁଣିକ ପ୍ରଭୁ ପତିତ ପାବନ ତାଙ୍କୁ ନିଜ ଚରଣରେ ଆଶ୍ରୟ...

ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି

ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା...

ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା...

ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍‌ରୁମ୍‌ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…

ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍‌ରୁମ୍‌ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ...

ଜମିରେ ଜୀବନ

ଜାଲନା: କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଭାରତ। ମହାମାରୀ ପାଲଟିଥିବା ଏହି ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଥିବାବେଳେ ଏହାକୁ ଅଟକାଇବା ଲାଗି...

ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ...

Advertisement
Archives

Model This Week