ଭାରତରେ ଓମିକ୍ରନ୍‌ର ୯ ସବ୍‌ ଭାରିଆଣ୍ଟ…

ନୂଆଦିଲ୍ଲୀ,୧୩।୧୦ : କରୋନା ଭୂତାଣୁର ଓମିକ୍ରନ ଭାରିଆଣ୍ଟର ଦୁଇଟି ସବ୍‌ ଭାରିଆଣ୍ଟ ଚାଇନାରେ ପୁନର୍ବାର ସଂକ୍ରମଣ ବିସ୍ତାର କରିଛି। ଚାଇନାର ୫ରୁ ଅଧିକ ରାଜ୍ୟରେ ସଂକ୍ରମଣ ମାମଲାରେ ହଠାତ ବୃଦ୍ଧି ପାଇବାରେ ଲାଗିଛି।

ଏପରିସ୍ଥଳେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ନଅଟି ସବ୍‌ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଯାହାର ସର୍ବାଧିକ ପ୍ରାଦୁର୍ଭାବ ରହିଛି, କିନ୍ତୁ ଚାଇନାରେ ମିଳୁଥିବା ଦୁଇଟି ସବ୍‌ ଭାରିଆଣ୍ଟ ଏଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ବିଶେଷଜ୍ଞ ସୂଚନା ପ୍ରଦାନ କରିଛନ୍ତି।

ଜେନୋମ କ୍ରମ ପାଇଁ ସେଟ ହୋଇଥିବା ଇନସାକୋଗ୍‌ ନେଟୱାର୍କର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ ଏପର୍ଯ୍ୟନ୍ତ ଓମିକ୍ରନର ବିଏ.୧, ବିଏ.୨, ବିଏ.୩, ବିଏ.୪, ବିଏ.୫, ବିଏ.୨.୯, ବିଏ.୧.୧୨.୧, ବିଏ,୨.୩.୮ ଏବଂ ବିଏ.୨.୭୩ ସବ୍‌ ଭାରିଆଣ୍ଟ ଗୁଡିକ ଭାରତରେ ମିଳିଛି। ତେବେ ଏସବୁ ଚାଇନାରେ ମିଳିଥିବା ବିଏଫ.୭ ଏବଂ ବିଏ.୫.୧.୭ ସହିତ ସମାନ ନୁହନ୍ତି। ଚାଇନାରେ ମିଳୁଥିବା ଉଭୟ ସବ୍‌ ଭାରିଆଣ୍ଟ ଗୁଡିକ ଅତ୍ୟଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପିଥାଏ। ଏଥିମଧ୍ୟରୁ ସବଭାରିଆଣ୍ଟ ବିଏଫ୍‌.୭ ର ସର୍ବାଧିକ ସଂକ୍ରମଣ ସମ୍ଭାବନା ଥିବା ଜଣାଯାଇଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ ଦେଶରେ ଚାଇନାର ନୂତନ ସବ-ଭାରିଆଣ୍ଟ ଚିହ୍ନଟ ହୋଇନାହିଁ, କିନ୍ତୁ ସରକାର ତୁରନ୍ତ ଏକ ସତର୍କ ସୂଚନା ଜାରି କରିବା ଉଚିତ ଏବଂ ବିଦେଶ ଯାତ୍ରା ଉପରେ ନଜର ରଖିବା ଜରୁରୀ। ଯଦି ଆମେ ଅତୀତର ଅଭିଜ୍ଞତା ଆଧାରରେ କଥାବାର୍ତ୍ତା କରୁ, ଏହା ଜରୁରୀ ନୁହେଁ ଯେ ଚାଇନାରେ ବ୍ୟାପିଥିବା ସମସ୍ତ ଭାରିଆଣ୍ଟ ଅନ୍ୟ ଦେଶରେ ମିଳିବ । ତେବେ ସତର୍କତା ଅବଲମ୍ବନ ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?