ଉଭୟ ପକ୍ଷର ୯ ଧରାପଡ଼ିଲେ

ପୁରୀ, ୨୧ା୯(ଅଜିତ୍‌ ମହାନ୍ତି): ଗଶେଣ ପୂଜାକୁ ନେଇ ମଙ୍ଗଳବାର ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟିଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ଉଭୟ ପକ୍ଷର ୯ ଅଭିଯୁକ୍ତ ଧରାପଡ଼ିଛନ୍ତି ା ସେମାନଙ୍କ ମଧ୍ୟରେ ୩ଜଣ ନାବାଳକ ଅଛନ୍ତି ା ଅନ୍ୟ ୬ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଅନ୍ତର୍ଗତ ବାରବାଟୀ ଜାଗା ନୂଆସାହିର ସୁଦାମ ଦାସ (୨୪), ଦିନେଶ କୁମାର ସାହୁ (୧୯), ସୋନୁ କହଁର (୨୩), କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ତଳନୂଆ ସାହି ବୋଡିଙ୍ଗ ଛକର ସୌରଭ ଖୁଣ୍ଟିଆ (୧୮), ପୁରୀ ବସଷ୍ଟାଣ୍ଡ ନିକଟ ରଘୁପତି ନଗରର ରାଜେନ୍ଦ୍ର ପ୍ରସାଦ ସ୍ବାଇଁ (୧୯) ଏବଂ ଟାଉନଥାନା ଅନ୍ତର୍ଗତ ବାଲିସାହି ସିଦ୍ଧବକୁଳ ମଠ ଲେନ୍‌ର ଶ୍ରୀନିବାସ ଦାଶ (୧୮)। ଏମାନଙ୍କଠାରୁ ପୋଲିସ ଗୋଟିଏ ଛୁରି ଜବତ କରିଛି। ଏ ନେଇ ଏକ କେସ୍‌ (ନଂ. ୩୩୭/୨୩) ରୁଜୁ ହୋଇଛି। ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଛାତ୍ର ବାସୁଦେବ ଷଡ଼ଙ୍ଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର କଲେଜର ୭ଜଣ ଛାତ୍ର କଲେଜ ମୁଖ୍ୟଫାଟକ ଅପରପାର୍ଶ୍ୱରେ ଥିବା ଏକ ବରଗଛ ନିକଟରେ ବସିଥିଲେ। ଏହି ସମୟରେ ତିନିଜଣ ଯୁବକ ସମୁଦ୍ରକୂଳ ପାଶର୍‌ବରୁ ସେହି ରାସ୍ତାରେ ବାଇକ ଯୋଗେ ଯାଉଥିବାବେଳେ ଛାତ୍ରମାନଙ୍କ ମଧ୍ୟରୁ କେହି ଜଣେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତକ୍ତ ହୋଇଥିଲା। ପରିସ୍ଥିତି ଉତ୍ତେଜନା ହେବାରୁ ଉଭୟ ଗୋଷ୍ଠୀର ସଦସ୍ୟମାନେ ନିକଟରେ ଥିବା କ୍ୟାବିନରୁ ବାଉଁଶ ଏବଂ କାଠବାଡ଼ି ଆଣି ପରସ୍ପରକୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଜଣେ ଯୁବକ ବାସୁଦେବ ଷଡ଼ଙ୍ଗୀଙ୍କୁ ଭଙ୍ଗା କଇଁଚିରେ ଆକ୍ରମଣ କରିଥିଲେ। ବାସୁଦେବଙ୍କ ପେଟରେ ଆଘାତ ଲାଗିଥିଲା। ପୋଲିସ ପାଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚତ୍ ଆହତ ବାସୁଦେବଙ୍କୁ ଉଦ୍ଧାର କରିଥିଲେ। ପିସିଆର ଭ୍ୟାନରେ ଥିବା ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କୁ କାବୁ କରିବା ସହ କଇଁଚିରେ ଆକ୍ରମଣ କରିଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିକଟସ୍ଥ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ପାଖରୁ ଧରିଥିଲା। ଖବରପାଇ ସିଟି ଡିଏସ୍‌ପି ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ସଦରମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତିି କରିଥିଲେ। ତେବେ ପୋଲିସ ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଅଟକ ରଖିବା ସହ ୩ଟି ମୋଟର ସାଇକେଲ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?