ରାଜ୍ୟରେ ପ୍ରତିଷ୍ଠା ହେବ ୯ ଶିଳ୍ପ

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୋମବାର ୮୭୩.୫୭ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ ହଜାର ୫୧୬ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସୋମବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ୍‌ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଇସ୍ପାତ, ପ୍ଲାଷ୍ଟିକ୍‌, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଭଳି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବିକ୍ରମ ପ୍ରାଇଭେଟ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲାର ଲହୁଣିପଡ଼ାଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଇସ୍ପାତ ଶିଳ୍ପ ସ୍ଥାପନ କରିବ। ଏଥିରେ ୮୧୯ ଜଣଙ୍କୁ ନିଯୁକ୍ତି ମିଳିବ। ଏଥିସହିତ ଟିଆରଏଲ କ୍ରୋସାକି ରିଫ୍ରାକ୍ଟୋରିଜ ପ୍ରାଇଭେଟ୍‌ ଲିମିଟେଡ୍‌ ଝାରସୁଗୁଡାରେ ୧୦୦ କୋଟି ପୁଞ୍ଜି ବିନିଯୋଗରେ ଏକ ଇସ୍ପାତ(ଆନ୍‌ସିଲାରି) ଶିଳ୍ପ ସ୍ଥାପନ କରିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୫୭ ହଜାର ନିୟୁତ ଟନ୍‌ ହେବ। ସେହିପରି ସୁନ୍ଦରଗଡ଼ ଜିଲାର କୁଅଁାରମୁଣ୍ଡାଠାରେ ଚଉସୁନ ସର୍‌ଭେଶ ରିଫ୍ରାକ୍ଟୋରିଜ୍‌ ୫୦.୩୫ କୋଟି ବିନିଯୋଗରେ ଏକ ଇସ୍ପାତ(ଆନ୍‌ସିଲାରି) ଶିଳ୍ପ ସ୍ଥାପନ କରିବ। ଏହି ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୮୫ ଜଣଙ୍କୁ ନିଯୁକ୍ତି ମିଳିବ। ଚଉସୁନ ହେଉଛି ଏକ ଦକ୍ଷିଣ କୋରିଆ କମ୍ପାନୀ। କମ୍ପାନୀ ପକ୍ଷରୁ ସେଠାରେ ୧୪ ହଜାର ୪୦୦ ନିୟୁତ ଟନ୍‌ ଟାପ ହୋଲ କ୍ଲେ ୟୁନିଟ୍‌ ସ୍ଥାପନ କରାଯିବ।
ସାଇଜାର ଏଣ୍ଟରପ୍ରାଇଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଯାଜପୁର ଜିଲାର କଳିଙ୍ଗନଗରଠାରେ ୮୯ କୋଟି ଟଙ୍କା ବିନିଯୋଗରେ ଇସ୍ପାତ(ଡାଉନ୍‌ଷ୍ଟ୍ରିମ) ଶିଳ୍ପ ସ୍ଥାପନ କରିବ। ଏଥିରେ ୨୫୦ ଜଣଙ୍କୁ ନିଯୁକ୍ତି ମିଳିବ। କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପରେ ଏଚ୍‌ଆର ଓ ସିଆର କଏଲ ପାଇଁ ଷ୍ଟିଲ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ଏହିସବୁ ଇସ୍ପାତ ପ୍ରକଳ୍ପଗୁଡ଼ିକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି।
ସେହିପରି ପେଟ୍ରୋନେଟ ଏଲ୍‌ଏନ୍‌ଜି ଲିମିଟେଡ୍‌ ଦେବଗଡ଼ ଜିଲାରେ ଏକ ଅଣପାରମ୍ପରିକ ଶକ୍ତି ତଥା ରୟାସନ ଶିଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପରେ କମ୍ପାନୀ ୮୫ କୋଟି ପୁଞ୍ଜି ବିନିଯୋଗ କରିବା ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୩,୦୬୫ ମେଟ୍ରିକ୍‌ ଟନ୍‌ ହେବ। ଏହି ଶିଳ୍ପ ଉଭୟ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ସହ କମ୍ପ୍ରେସିଭ୍‌ ବାୟୋଗ୍ୟାସ୍‌ ଏବଂ ଅର୍ଗାନିକ୍‌ ଖତ ପ୍ରସ୍ତୁତ କରିବ।
ଜଗତ୍‌ସିଂହପୁର ଜିଲା ପାରାଦୀପ ପ୍ଲାଷ୍ଟିକ୍‌ ପାର୍କରେ ପିୟର୍ଲ ପ୍ରେସିୟନ ପ୍ରଡକ୍ଟସ୍‌ ପ୍ରା. ଲି. ପକ୍ଷରୁ ୧୦୦.୭୪ କୋଟି ଟଙ୍କାର ପ୍ଲାଷ୍ଟିକ୍‌ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ୭୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହି ଶିଳ୍ପରେ ପ୍ଲାଷ୍ଟିକ୍‌ ଓ୍ବାଟର ଟ୍ୟାଙ୍କ, ପାଇପ୍‌, ଫିଟିଂସ୍‌ ଇତ୍ୟାଦି ନିର୍ମାଣ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ନିୟୁତ ଟନ୍‌ ରହିବ। ସେହିପରି ଖୋର୍ଦ୍ଧାଠାରେ ଇଣ୍ଡୋପେଟ୍‌ ପଲିପ୍ଲାଷ୍ଟ ପ୍ରା. ଲି. ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରକଳ୍ପରେ ବଟଲ, ଜାର୍‌ ଇତ୍ୟାଦି ଉତ୍ପାଦନ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୮ ହଜାର ମେଟ୍ରିକ୍‌ ଟନ୍‌ ହେବ।
ନବରଙ୍ଗପୁର ଜିଲାରେ ସ୍ଥାପନ ହେବାକୁ ଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି। କୋଷ୍ଟାଲ ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡ୍‌ ୫୩.୮ କୋଟି ଟଙ୍କା ବିନିଯୋଗରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରିବ। ଏଥିରେ ୮୨ ଜଣଙ୍କୁ ନିଯୁକ୍ତି ମିଳିପାରିବ। ନବରଙ୍ଗପୁର ଜିଲାରେ ମକା ଉତ୍ପାଦନ ଅଧିକ ହୋଇଥାଏ। ଏହି ଶିଳ୍ପ ସ୍ଥାପନ ଦ୍ୱାରା ସେହି ଜିଲାର କୃଷକମାନଙ୍କୁ ଫାଇଦା ମିଳିବ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରିବାକୁ ରାଜ୍ୟ ସରକାର ହୋଟେଲ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି। ଗଞ୍ଜାମ ଜିଲାର ଚିକିଟିଠାରେ ଏସ୍‌ଏନ୍‌ଏମ୍‌ ହୋଟେଲ ଆଣ୍ଡ ରିସର୍ଟ ପକ୍ଷରୁ ୨୧୪ .୫୦ କୋଟି ଟଙ୍କା ବିନିଯୋଗରେ ଏକ ହୋଟେଲ ଓ ରିସର୍ଟ ନିର୍ମାଣ କରାଯିବ। ଏଥିରେ ୨୨୭ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଉକ୍ତ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri