ରାଜ୍ୟରେ ପ୍ରତିଷ୍ଠା ହେବ ୯ ଶିଳ୍ପ

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୋମବାର ୮୭୩.୫୭ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ ହଜାର ୫୧୬ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସୋମବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ୍‌ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଇସ୍ପାତ, ପ୍ଲାଷ୍ଟିକ୍‌, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଭଳି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବିକ୍ରମ ପ୍ରାଇଭେଟ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲାର ଲହୁଣିପଡ଼ାଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଇସ୍ପାତ ଶିଳ୍ପ ସ୍ଥାପନ କରିବ। ଏଥିରେ ୮୧୯ ଜଣଙ୍କୁ ନିଯୁକ୍ତି ମିଳିବ। ଏଥିସହିତ ଟିଆରଏଲ କ୍ରୋସାକି ରିଫ୍ରାକ୍ଟୋରିଜ ପ୍ରାଇଭେଟ୍‌ ଲିମିଟେଡ୍‌ ଝାରସୁଗୁଡାରେ ୧୦୦ କୋଟି ପୁଞ୍ଜି ବିନିଯୋଗରେ ଏକ ଇସ୍ପାତ(ଆନ୍‌ସିଲାରି) ଶିଳ୍ପ ସ୍ଥାପନ କରିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୫୭ ହଜାର ନିୟୁତ ଟନ୍‌ ହେବ। ସେହିପରି ସୁନ୍ଦରଗଡ଼ ଜିଲାର କୁଅଁାରମୁଣ୍ଡାଠାରେ ଚଉସୁନ ସର୍‌ଭେଶ ରିଫ୍ରାକ୍ଟୋରିଜ୍‌ ୫୦.୩୫ କୋଟି ବିନିଯୋଗରେ ଏକ ଇସ୍ପାତ(ଆନ୍‌ସିଲାରି) ଶିଳ୍ପ ସ୍ଥାପନ କରିବ। ଏହି ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୮୫ ଜଣଙ୍କୁ ନିଯୁକ୍ତି ମିଳିବ। ଚଉସୁନ ହେଉଛି ଏକ ଦକ୍ଷିଣ କୋରିଆ କମ୍ପାନୀ। କମ୍ପାନୀ ପକ୍ଷରୁ ସେଠାରେ ୧୪ ହଜାର ୪୦୦ ନିୟୁତ ଟନ୍‌ ଟାପ ହୋଲ କ୍ଲେ ୟୁନିଟ୍‌ ସ୍ଥାପନ କରାଯିବ।
ସାଇଜାର ଏଣ୍ଟରପ୍ରାଇଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଯାଜପୁର ଜିଲାର କଳିଙ୍ଗନଗରଠାରେ ୮୯ କୋଟି ଟଙ୍କା ବିନିଯୋଗରେ ଇସ୍ପାତ(ଡାଉନ୍‌ଷ୍ଟ୍ରିମ) ଶିଳ୍ପ ସ୍ଥାପନ କରିବ। ଏଥିରେ ୨୫୦ ଜଣଙ୍କୁ ନିଯୁକ୍ତି ମିଳିବ। କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପରେ ଏଚ୍‌ଆର ଓ ସିଆର କଏଲ ପାଇଁ ଷ୍ଟିଲ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯିବ। ଏହିସବୁ ଇସ୍ପାତ ପ୍ରକଳ୍ପଗୁଡ଼ିକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି।
ସେହିପରି ପେଟ୍ରୋନେଟ ଏଲ୍‌ଏନ୍‌ଜି ଲିମିଟେଡ୍‌ ଦେବଗଡ଼ ଜିଲାରେ ଏକ ଅଣପାରମ୍ପରିକ ଶକ୍ତି ତଥା ରୟାସନ ଶିଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପରେ କମ୍ପାନୀ ୮୫ କୋଟି ପୁଞ୍ଜି ବିନିଯୋଗ କରିବା ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୩,୦୬୫ ମେଟ୍ରିକ୍‌ ଟନ୍‌ ହେବ। ଏହି ଶିଳ୍ପ ଉଭୟ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ସହ କମ୍ପ୍ରେସିଭ୍‌ ବାୟୋଗ୍ୟାସ୍‌ ଏବଂ ଅର୍ଗାନିକ୍‌ ଖତ ପ୍ରସ୍ତୁତ କରିବ।
ଜଗତ୍‌ସିଂହପୁର ଜିଲା ପାରାଦୀପ ପ୍ଲାଷ୍ଟିକ୍‌ ପାର୍କରେ ପିୟର୍ଲ ପ୍ରେସିୟନ ପ୍ରଡକ୍ଟସ୍‌ ପ୍ରା. ଲି. ପକ୍ଷରୁ ୧୦୦.୭୪ କୋଟି ଟଙ୍କାର ପ୍ଲାଷ୍ଟିକ୍‌ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ୭୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହି ଶିଳ୍ପରେ ପ୍ଲାଷ୍ଟିକ୍‌ ଓ୍ବାଟର ଟ୍ୟାଙ୍କ, ପାଇପ୍‌, ଫିଟିଂସ୍‌ ଇତ୍ୟାଦି ନିର୍ମାଣ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ନିୟୁତ ଟନ୍‌ ରହିବ। ସେହିପରି ଖୋର୍ଦ୍ଧାଠାରେ ଇଣ୍ଡୋପେଟ୍‌ ପଲିପ୍ଲାଷ୍ଟ ପ୍ରା. ଲି. ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ। ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରକଳ୍ପରେ ବଟଲ, ଜାର୍‌ ଇତ୍ୟାଦି ଉତ୍ପାଦନ ହେବ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୮ ହଜାର ମେଟ୍ରିକ୍‌ ଟନ୍‌ ହେବ।
ନବରଙ୍ଗପୁର ଜିଲାରେ ସ୍ଥାପନ ହେବାକୁ ଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ଅନୁମୋଦନ କରିଛି। କୋଷ୍ଟାଲ ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡ୍‌ ୫୩.୮ କୋଟି ଟଙ୍କା ବିନିଯୋଗରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରିବ। ଏଥିରେ ୮୨ ଜଣଙ୍କୁ ନିଯୁକ୍ତି ମିଳିପାରିବ। ନବରଙ୍ଗପୁର ଜିଲାରେ ମକା ଉତ୍ପାଦନ ଅଧିକ ହୋଇଥାଏ। ଏହି ଶିଳ୍ପ ସ୍ଥାପନ ଦ୍ୱାରା ସେହି ଜିଲାର କୃଷକମାନଙ୍କୁ ଫାଇଦା ମିଳିବ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରିବାକୁ ରାଜ୍ୟ ସରକାର ହୋଟେଲ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି। ଗଞ୍ଜାମ ଜିଲାର ଚିକିଟିଠାରେ ଏସ୍‌ଏନ୍‌ଏମ୍‌ ହୋଟେଲ ଆଣ୍ଡ ରିସର୍ଟ ପକ୍ଷରୁ ୨୧୪ .୫୦ କୋଟି ଟଙ୍କା ବିନିଯୋଗରେ ଏକ ହୋଟେଲ ଓ ରିସର୍ଟ ନିର୍ମାଣ କରାଯିବ। ଏଥିରେ ୨୨୭ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଉକ୍ତ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri