୮୯ ପ୍ରତିଶତ ଜମି ପଡ଼ିଆ ପଡ଼ିଛି

ନୟାଗଡ,୨୦।୬(ଲୋକନାଥ ମିଶ୍ର)ଆକାଶରେ ଘଡ଼ଘଡ଼ି ମାରୁଛି ଓ ବିଜୁଳି ଦେଖା ଦେଉଛି । ହେଲେ ବର୍ଷା ହେଉନି । ମୌସୁମୀ ଆଗମନରେ ବିଳମ୍ବ କାରଣରୁ ରଜ ଯିବା ପରେ ବି ବର୍ଷା ହେଉ ନ ଥିବାରୁ ଧାନ ଚାଷ ପ୍ରାରମ୍ଭରୁ ଚାଷୀର ଚିନ୍ତା ବଢ଼ିଲାଣି । ୧୧ ପ୍ରତିଶତ ଜମିରେ ଧାନ ବୁଣା ସରିଛି ା ଶୁଖିଲି ତଳି ପକା ଯାଇଥିଲେ ମଧ୍ୟ ବର୍ଷା ହେଉ ନ ଥିବାରୁ ଗଛ ଉଠୁନି । ସେହିପରି ବର୍ଷା ଅଭାବରୁ ୮୯ ପ୍ରତିଶତ ଜମି ଚାଷ ନ ହୋଇ ପଡ଼ିଆ ପଡି ରହିଛି । ଏନେଇ ବାଲୁଗଁାର ଚାଷୀ କାବୁଲି ପ୍ରଧାନ କୁହନ୍ତି, କାଳ ବୈଶାଖି ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଚାଷ ପାଇଁ ବର୍ଷା ଠିକ୍‌ ନ ଥିଲେ ହେଁ ବହୁ କଷ୍ଟରେ ଚାଷ କରି ଧାନ ବୁଣିଛୁ । ପୁଣି କିଛି ଜମିରେ ଶୁଖିଲା ଧାନ ତଳି ପକାଇଛୁ । ହେଲେ ରଜ ଗଲା ପରେ ବି ବର୍ଷା ହେଉ ନାହିଁ । ଆମେ ଚାତକ ପକ୍ଷୀ ପରି ବର୍ଷାକୁ ଅନାଇ ରହିଛୁ । ନୂଆଗଁା ବ୍ଲକ୍‌ ରାଇପୁର ଗଁାର ରବୀନ୍ଦ୍ର ବରାଡ କୁହନ୍ତି, ଚଳିତ ବର୍ଷ ଭଲ ବର୍ଷା ହେବ ନାହିଁ । ମୌସୁମୀ ପ୍ରଥମରୁ ହଇରାଣ କଲାନି । ବର୍ଷା ନ ହେବାରୁ ଚାଷୀର ନିଦ ହଜି ଗଲାଣି । ଆମ ଅଞ୍ଚଳର ଚାଷୀ ଧାନ ବୁଣି ବର୍ଷାକୁ ଅପେକ୍ଷା କରି ରହିଛୁ ବୋଲି କହିଛନ୍ତି । ଭାପୁର ବ୍ଲକ୍‌ ଚକ୍ରଧରପ୍ରସାଦ ଗଁାର ଅଭିମନ୍ୟୁ ଗୁମାନ ସିଂ କୁହନ୍ତି, ବର୍ଷାକୁ ଅପେକ୍ଷା କରି ଚାଷକୁ ବିଳମ୍ବ କଲେ କ୍ଷତିରେ ପଡିବୁ । ଏଣୁ ବର୍ଷାକୁ ଆଶା ରଖି ଶୁଖିଲି ଧାନ ତଳି ବୁଣିଛୁ । ପୁଣି ବିଲରେ ଧାନ ବୁଣିଛୁ । ରଜ ସମୟରେ ବର୍ଷା ହେବ ବୋଲି ଆମର ବିଶ୍ୱାସ ଥିଲା । ଏବେ ପାଣିପାଗ ବିଭାଗ କହୁଛି ସ୍ବଳ୍ପ ଦିନ ଭିତରେ ବର୍ଷା ହେବ । ଆମେ ବର୍ଷାକୁ ଅପେକ୍ଷା କରି ରହିଛୁ । ଓଡ଼ଗଁା ବ୍ଲକ ଗୋଡିପଡା ଗଁାର ଚାଷୀ ଗଣେଶ୍ୱର ମିଶ୍ର କୁହନ୍ତି, ବର୍ଷା ନ ଥିବାରୁ ଜମି ଚାଷ କରିନୁ । ବର୍ଷା ହେଲେ ପଡିଆ ଜମି ଚାଷ କରିବୁ । ପରେ ଧାନ ବୁଣିବୁ ା ନ ହେଲେ ଧାନ ତଳି ପକାଇବୁ। ରଣପୁର ବ୍ଲକ ଲତାର ଗଁାର ଗୋବିନ୍ଦ କହଲସିଂ କୁହନ୍ତି, ଆମ ଅଞ୍ଚଳରେ ସବୁ ଜମି ପଡ଼ିଆ ପଡିଛି । ବର୍ଷା ହେଲା ପରେ ବିଲ କାଦୁଅ କରାଯିବ । ପରେ ତଳି ପଡିବ । ଆମେ ବର୍ଷାକୁ ଅପେକ୍ଷା କରିଛୁ। ପାଣିପୋଇଲା ଛକର ଚାଷୀ ମାଧବ ବେହେରା କୁହନ୍ତି, ସରକାରୀ ଧାନ ବିହନ ଆମେ କିଣୁନୁ । ନିଜେ ସଂରକ୍ଷଣ କରି ରଖିଥିବା ବିହନ ବୁଣୁଛୁ । ଚଳିତ ବର୍ଷ ଧାନ ବୁଣି ସାରିଛୁ । ବର୍ଷା ଭଲ ନ ହେଲେ ଧାନ କ୍ଷତି ହୋଇ ଯିବାର ଭୟ ରହିଛି । ଧାନ ନଷ୍ଟ ହୋଇଗଲେ ପୁଣି ତଳି ପାଇଁ ହଇରାଣ ହେବାକୁ ପଡିବ ବୋଲି ସେ କହିଛନ୍ତି । ଜିଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ କୁହନ୍ତି, ବର୍ଷା ନ ଥିବାରୁ ଚାଷ ପଛେଇଛି । ଚାଷୀ ବର୍ଷାକୁ ଅପେକ୍ଷା କରି ରହିଛି ଧାନ ବୁଣିବାକୁ । ଧାନ ବିହନ କିଣିବାରେ ଚାଷୀର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?