କଳାବଜାରୀ ରୋକିବାକୁ କୃଷି ବିଭାଗର ଚଢାଉ : ଯୋଗାଣ ହେଲା ୧୧୩୨ ମେଟ୍ରିକ ଟନ

ନୂଆପଡା ଅଫିସ,୧୯ା୯: ବର୍ତ୍ତମାନ ଜିଲାରେ ଚାଷ କାର୍ଯ୍ୟ ଧୂମଧାମରେ ଚାଲିଥିବାବେଳେ ୟୁରିଆ ସାର ଯୋଗାଣରେ ବିଳମ୍ବ ହୋଇଥିବାରୁ ଏହାରି ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଜିଲା କୃଷି ବିଭାଗ ଚଢାଉ ଆରମ୍ଭ କରିଥିବାବେଳେ ଲୋକଙ୍କ ପାଖରେ ସରକାରୀ ସାର କେତେଦୂର ପହଞ୍ଚତ୍ପାରୁଛି ତାକୁ ନିଶ୍ଚିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଜିଲାରେ ୯ ହଜାର ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ହଜାର ମେଟ୍ରିକ ଟନ ଯୋଗାଣ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଧାନ ଗଛ ବଢିଚାଲିଥିବାବେଳେ ଆଗକୁ ଧାନ ଫଳିବାକୁ ଯାଉଛି । ଏଭଳି ପରିସ୍ଥିତିରେ ୟୁରିଆ ସାରର ଚାହିଦା ବଢିଯାଇଛି । ଠିକ ସମୟରେ ସାର ଯୋଗାଣ ହେଉ ନ ଥିବାରୁ କଳାବଜାରରେ ସାର ଚଢା ଦରରେ ବିକ୍ରି ଚାଲିଥିବା କୁହାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ଆସିଛି । ଏହା ଉପରେ ଜିଲାପାଳ ଉପରିସ୍ଥ ବିଭାଗକୁ ଜଣାଇବା ପରେ ବୁଧବାର ୧୧୩୨ ମେଟ୍ରିକ ଟନ ଯୋଗାଣ ହୋଇଥିଲା । ଗୋଟିଏ ପଟେ ଏହି ସାରକୁ ବିଭିନ୍ନ ସେବା ସମବାୟ ସମିତିକୁ ପ୍ରେରଣ କରାଯାଇଛି । ଅନ୍ୟପଟେ ଜିଲା କୃଷି ବିଭାଗ ତରଫରୁ ଏକ ସ୍କ୍ବାଡ ଗଠନ କରାଯାଇଥିଲା । ଏଥିରେ ଜିଲା କୃଷି ଅଧିକାରୀ ଅଜୟ କୁମାର ସେନାପତି, ଉପ ପ୍ରକଳ୍ପ ଅଧିକାରୀ ସୁଧାଂଶୁ ଶେଖର ସାହୁ, ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର ପ୍ରମୁଖ ରହିଥିଲେ । ଅଧିକାରୀମାନେ ନୂଆପଡା ବ୍ଲକର ଜାମପାଣୀ, କୁଲିହାବନ୍ଧା, ବିଶୋରା, ବେଲଟୁକୁରୀ, ସାରାବଙ୍ଗ, ଖଡିଆରରୋଡର ବିଭିନ୍ନ ଦୋକାନ, ସେବା ସମବାୟ ସମିତିକୁ ବୁଲି ଦେଖିଥିଲେ। ପରିଦର୍ଶନବେଳେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନେ କିପରି ସୁଲଭ ମୂଲ୍ୟରେ ଠିକ ସମୟରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ । ଏହିଭଳି ଚଢାଉ ଆଗକୁ ଜାରି ରହିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri