କଳାବଜାରୀ ରୋକିବାକୁ କୃଷି ବିଭାଗର ଚଢାଉ : ଯୋଗାଣ ହେଲା ୧୧୩୨ ମେଟ୍ରିକ ଟନ

ନୂଆପଡା ଅଫିସ,୧୯ା୯: ବର୍ତ୍ତମାନ ଜିଲାରେ ଚାଷ କାର୍ଯ୍ୟ ଧୂମଧାମରେ ଚାଲିଥିବାବେଳେ ୟୁରିଆ ସାର ଯୋଗାଣରେ ବିଳମ୍ବ ହୋଇଥିବାରୁ ଏହାରି ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଜିଲା କୃଷି ବିଭାଗ ଚଢାଉ ଆରମ୍ଭ କରିଥିବାବେଳେ ଲୋକଙ୍କ ପାଖରେ ସରକାରୀ ସାର କେତେଦୂର ପହଞ୍ଚତ୍ପାରୁଛି ତାକୁ ନିଶ୍ଚିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଜିଲାରେ ୯ ହଜାର ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ହଜାର ମେଟ୍ରିକ ଟନ ଯୋଗାଣ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଧାନ ଗଛ ବଢିଚାଲିଥିବାବେଳେ ଆଗକୁ ଧାନ ଫଳିବାକୁ ଯାଉଛି । ଏଭଳି ପରିସ୍ଥିତିରେ ୟୁରିଆ ସାରର ଚାହିଦା ବଢିଯାଇଛି । ଠିକ ସମୟରେ ସାର ଯୋଗାଣ ହେଉ ନ ଥିବାରୁ କଳାବଜାରରେ ସାର ଚଢା ଦରରେ ବିକ୍ରି ଚାଲିଥିବା କୁହାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ଆସିଛି । ଏହା ଉପରେ ଜିଲାପାଳ ଉପରିସ୍ଥ ବିଭାଗକୁ ଜଣାଇବା ପରେ ବୁଧବାର ୧୧୩୨ ମେଟ୍ରିକ ଟନ ଯୋଗାଣ ହୋଇଥିଲା । ଗୋଟିଏ ପଟେ ଏହି ସାରକୁ ବିଭିନ୍ନ ସେବା ସମବାୟ ସମିତିକୁ ପ୍ରେରଣ କରାଯାଇଛି । ଅନ୍ୟପଟେ ଜିଲା କୃଷି ବିଭାଗ ତରଫରୁ ଏକ ସ୍କ୍ବାଡ ଗଠନ କରାଯାଇଥିଲା । ଏଥିରେ ଜିଲା କୃଷି ଅଧିକାରୀ ଅଜୟ କୁମାର ସେନାପତି, ଉପ ପ୍ରକଳ୍ପ ଅଧିକାରୀ ସୁଧାଂଶୁ ଶେଖର ସାହୁ, ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର ପ୍ରମୁଖ ରହିଥିଲେ । ଅଧିକାରୀମାନେ ନୂଆପଡା ବ୍ଲକର ଜାମପାଣୀ, କୁଲିହାବନ୍ଧା, ବିଶୋରା, ବେଲଟୁକୁରୀ, ସାରାବଙ୍ଗ, ଖଡିଆରରୋଡର ବିଭିନ୍ନ ଦୋକାନ, ସେବା ସମବାୟ ସମିତିକୁ ବୁଲି ଦେଖିଥିଲେ। ପରିଦର୍ଶନବେଳେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନେ କିପରି ସୁଲଭ ମୂଲ୍ୟରେ ଠିକ ସମୟରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ । ଏହିଭଳି ଚଢାଉ ଆଗକୁ ଜାରି ରହିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri