୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଥିବାବେଳେ ୮ ରାଜ୍ୟରେ ୫୦,୦୦୦ରୁ ୧ ଲକ୍ଷ ମଧ୍ୟରେ ରହିଛି। ସେହିପରି ୨୪ ଜିଲାରେ କୋଭିଡ୍‌ ପଜିଟିଭ୍‌ ହାର ୧୫ ପ୍ରତିଶତରୁ ଅଧିକ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୬,୦୯୮ ନୂଆ ପଜିଟିଭ୍‌ ଚିହ୍ନଟ ହେବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୩,୭୨,୯୦୭ରେ ପହଞ୍ଚତ୍ଛି। ସେହିପରି ଦିନକରେ ୩,୮୯୦ ଜଣଙ୍କ ମୃତ୍ୟୁ ଘଟିଥିବାରୁ ମୋଟ ମୃତ୍ୟୁସଂଖ୍ୟା ୨,୬୬,୨୦୭କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩୬,୭୩,୮୦୨ରେ ପହଞ୍ଚତ୍ଛି, ଯାହା ମୋଟ ସଂକ୍ରମଣର ୧୫.୦୭ ପ୍ରତିଶତ। କରୋନା ଆରୋଗ୍ୟ ହାର ୮୩.୮୩ ପ୍ରତିଶତ ଥିବା ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୩,୮୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ୬୯୫, କର୍ନାଟକରେ ୩୭୩, ଉତ୍ତରପ୍ରଦେଶରେ ୩୧୧, ଦିଲ୍ଲୀରେ ୨୮୯, ତାମିଲନାଡୁରେ ୨୮୮, ଉତ୍ତରାଖଣ୍ଡରେ ୧୮୧ ଏବଂ ପଞ୍ଜାବରେ ୧୮୦ ଜଣଙ୍କ ଜୀବନ ନେଇଛି କରୋନା।

ସ୍ଥାନୀୟ ସ୍ତରରେ କଣ୍ଟେନମେଣ୍ଟ ରଣନୀତି ସମୟର ଆବଶ୍ୟକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ଘରକୁ ଘର ଯାଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ସ୍ତରରେ ବିଶେଷକରି ଅତ୍ୟଧିକ ପଜିଟିଭ୍‌ ହାର ଥିବା ଜିଲାଗୁଡ଼ିରେ କଣ୍ଟେନମେଣ୍ଟ ରଣନୀତି ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ କୋଭିଡ୍‌ ସମ୍ପର୍କିତ ତଥ୍ୟ ସ୍ବଚ୍ଛତାର ସହ ଉପସ୍ଥାପନ କରିବା ଲାଗି ପ୍ରୋତ୍ସାହିତ କରିଥିଲେ। କେତେକ ରାଜ୍ୟ କୋଭିଡ୍‌ ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ଠିକ୍‌ ରିପୋର୍ଟ ଦେଉ ନ ଥିବା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଯୋଗାଣ ସୁଗମ କରିବା ପାଇଁ ଏକ ସୁଷମ ବଣ୍ଟନ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ। ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ତାଲିମ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଗତବର୍ଷ କରୋନାର ପ୍ରଥମ ଲହରରେ ଗ୍ରାମାଞ୍ଚଳ ବିଶେଷ ପ୍ରଭାବିତ ହୋଇ ନ ଥିଲା। କିନ୍ତୁ ଏଥର କରୋନା ଦ୍ୱିତୀୟ ଲହର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିଛି। ସେହିପାଇଁ ଗ୍ରାମାଞ୍ଚଳରେ ଆଶା ଏବଂ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଆବଶ୍ୟକ ଯନ୍ତ୍ରପାତି ସହ ସଶକ୍ତୀକରଣ କରାଇବା ସପକ୍ଷରେ ମୋଦି କହିଥିଲେ। ଏବେ ଦେଶରେ ସପ୍ତାହକୁ ପାଖାପାଖି ୧.୩ କୋଟି ପରୀକ୍ଷା କରାଯାଉଛି, ଯାହା ମାର୍ଚ୍ଚରେ ୫୦ ଲକ୍ଷ ଥିଲା। ଏବେ ଉଭୟ ଆର୍‌ଟି-ପିସିଆର୍‌ ଏବଂ ରାପିଡ୍‌ ଆଣ୍ଟିଜେନ ପରୀକ୍ଷା ଆହୁରି ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଭେଣ୍ଟିଲେଟରଗୁଡ଼ିକ କାର୍ଯ୍ୟ କରୁଛି କି ନାହିଁ ତାହାର ତୁରନ୍ତ ଅଡ଼ିଟ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ କେତେକ ରାଜ୍ୟରେ ଭେଣ୍ଟିଲେଟର ଅଚଳ ହୋଇ ପଡ଼ିରହିଥିବା ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?