୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଥିବାବେଳେ ୮ ରାଜ୍ୟରେ ୫୦,୦୦୦ରୁ ୧ ଲକ୍ଷ ମଧ୍ୟରେ ରହିଛି। ସେହିପରି ୨୪ ଜିଲାରେ କୋଭିଡ୍‌ ପଜିଟିଭ୍‌ ହାର ୧୫ ପ୍ରତିଶତରୁ ଅଧିକ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୬,୦୯୮ ନୂଆ ପଜିଟିଭ୍‌ ଚିହ୍ନଟ ହେବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୩,୭୨,୯୦୭ରେ ପହଞ୍ଚତ୍ଛି। ସେହିପରି ଦିନକରେ ୩,୮୯୦ ଜଣଙ୍କ ମୃତ୍ୟୁ ଘଟିଥିବାରୁ ମୋଟ ମୃତ୍ୟୁସଂଖ୍ୟା ୨,୬୬,୨୦୭କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩୬,୭୩,୮୦୨ରେ ପହଞ୍ଚତ୍ଛି, ଯାହା ମୋଟ ସଂକ୍ରମଣର ୧୫.୦୭ ପ୍ରତିଶତ। କରୋନା ଆରୋଗ୍ୟ ହାର ୮୩.୮୩ ପ୍ରତିଶତ ଥିବା ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୩,୮୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ୬୯୫, କର୍ନାଟକରେ ୩୭୩, ଉତ୍ତରପ୍ରଦେଶରେ ୩୧୧, ଦିଲ୍ଲୀରେ ୨୮୯, ତାମିଲନାଡୁରେ ୨୮୮, ଉତ୍ତରାଖଣ୍ଡରେ ୧୮୧ ଏବଂ ପଞ୍ଜାବରେ ୧୮୦ ଜଣଙ୍କ ଜୀବନ ନେଇଛି କରୋନା।

ସ୍ଥାନୀୟ ସ୍ତରରେ କଣ୍ଟେନମେଣ୍ଟ ରଣନୀତି ସମୟର ଆବଶ୍ୟକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ଘରକୁ ଘର ଯାଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ସ୍ତରରେ ବିଶେଷକରି ଅତ୍ୟଧିକ ପଜିଟିଭ୍‌ ହାର ଥିବା ଜିଲାଗୁଡ଼ିରେ କଣ୍ଟେନମେଣ୍ଟ ରଣନୀତି ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ କୋଭିଡ୍‌ ସମ୍ପର୍କିତ ତଥ୍ୟ ସ୍ବଚ୍ଛତାର ସହ ଉପସ୍ଥାପନ କରିବା ଲାଗି ପ୍ରୋତ୍ସାହିତ କରିଥିଲେ। କେତେକ ରାଜ୍ୟ କୋଭିଡ୍‌ ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ଠିକ୍‌ ରିପୋର୍ଟ ଦେଉ ନ ଥିବା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଯୋଗାଣ ସୁଗମ କରିବା ପାଇଁ ଏକ ସୁଷମ ବଣ୍ଟନ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ। ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ତାଲିମ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଗତବର୍ଷ କରୋନାର ପ୍ରଥମ ଲହରରେ ଗ୍ରାମାଞ୍ଚଳ ବିଶେଷ ପ୍ରଭାବିତ ହୋଇ ନ ଥିଲା। କିନ୍ତୁ ଏଥର କରୋନା ଦ୍ୱିତୀୟ ଲହର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିଛି। ସେହିପାଇଁ ଗ୍ରାମାଞ୍ଚଳରେ ଆଶା ଏବଂ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଆବଶ୍ୟକ ଯନ୍ତ୍ରପାତି ସହ ସଶକ୍ତୀକରଣ କରାଇବା ସପକ୍ଷରେ ମୋଦି କହିଥିଲେ। ଏବେ ଦେଶରେ ସପ୍ତାହକୁ ପାଖାପାଖି ୧.୩ କୋଟି ପରୀକ୍ଷା କରାଯାଉଛି, ଯାହା ମାର୍ଚ୍ଚରେ ୫୦ ଲକ୍ଷ ଥିଲା। ଏବେ ଉଭୟ ଆର୍‌ଟି-ପିସିଆର୍‌ ଏବଂ ରାପିଡ୍‌ ଆଣ୍ଟିଜେନ ପରୀକ୍ଷା ଆହୁରି ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଭେଣ୍ଟିଲେଟରଗୁଡ଼ିକ କାର୍ଯ୍ୟ କରୁଛି କି ନାହିଁ ତାହାର ତୁରନ୍ତ ଅଡ଼ିଟ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ କେତେକ ରାଜ୍ୟରେ ଭେଣ୍ଟିଲେଟର ଅଚଳ ହୋଇ ପଡ଼ିରହିଥିବା ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri