କଥା ଥିଲା ସାତ ଜନ୍ମର, ହେଲେ କେଇ ମାସ ବି ଚାଲିଲାନି; ଅଲଗା ହୋଇଗଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ ସେ ଆଉ ବିବାହ ବନ୍ଧନରେ ରହିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ଅପରପକ୍ଷେ ଏହା ପ୍ରଥମ ଥର ନୁହେଁ ଯେଉଁଠି ଏତେ କମ୍‌ ଦିନରେ କେଉଁ ଅଭିନେତ୍ରୀଙ୍କ ବିବାହ ଭାଙ୍ଗିଛି। କାରଣ ଏହି ତାଲିକା ବେଶ୍‌ ଲମ୍ବା।

ସାରା ଖାନ୍‌ ଏବଂ ଅଲୀ ମର୍ଚାଣ୍ଟ:
ଅଭିନେତ୍ରୀ ସାରା ଖାନ୍‌ ଏବଂ ଅଲୀ ବିଗ୍‌ବସ୍‌-୪ ଘରେ ଉଭୟଙ୍କୁ ଭେଟିଥିଲେ। ସେଠାରେ ହିଁ ସେମାନଙ୍କ ବିବାହ ହୋଇଥିଲା। ୨୦୧୦ରେ ବିବାହ ପରେ ୨୦୧୧ରେ ଉଭୟ ଅଲଗା ହୋଇଯାଇଥିଲେ।

ମନିଷା କୋଇରାଲା-ସମ୍ରାଟ ଦହାଲ:
୨୦୧୦ରେ ମନିଷା ସମ୍ରାଟଙ୍କୁ ବିବାହ କରିଥିଲେ। ନେପାଳରେ ଉଭୟଙ୍କ ବିବାହ ହୋଇଥିଲା। ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ଶୁଣିବାକୁ ମିଳିଥିଲା। ଦୁଇ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ:
ଟେଲି ପରଦାର ସୁପରଷ୍ଟାର କୁହାଯାଉଥିବା କରନ୍‌ ସିଂ ଗ୍ରୋଭର ଦୁଇଟି ବିବାହ କରିଛନ୍ତି। ବିପାଶାଙ୍କୁ ବିବାହ କରିବା ପୂର୍ବରୁ ସେ ଦୁଇଜଣ ଅଭିନେତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରଥମେ କିନ୍ତୁ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ମାତ୍ର ୧୦ ମାସ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କରନ୍‌ଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଯୋଗୁ ଏଭଳି ହୋଇଥିବା କୁହାଯାଇଥିଲା। ଶେଷରେ ସେମାନେ ଅଲଗା ହୋଇଯାଇଥିଲେ।

କିଶୋର କୁମାର-ୟୋଗିତା ବାଲି:
ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ପ୍ରେମ ଜୀବନ ଚକିତ କରିଦେଲା ଭଳି। ସେ ତିନୋଟି ବିବାହ କରିଥିଲେ। ସେଥିରୁ ତୃତୀୟ ସ୍ତ୍ରୀଙ୍କ ନାମ ଥିଲା ୟୋଗିତା। ହେଲେ ସେମାନଙ୍କ ବିବାହ ମାତ୍ର ୨ ବର୍ଷ ଚାଲିଥିଲା। କାରଣ ୟୋଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଶୋରଙ୍କଠାରୁ ଅଲଗା ହୋଇ ଉଭୟ ବିବାହ କରିନେଇଥିଲେ।

ପୁଲକିତ ସମ୍ରାଟ-ଶ୍ୱେତା ରୋହିରା:
୨୦୧୪ ମସିହାରେ ପୁଲକିତ ସମ୍ରାଟ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ହେଲେ ୧୧ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri