୫% ବଢ଼ିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ୍‌ ମହାମାରୀ ଭୟରେ ଭୟଭୀତ ହୋଇ ରହିଛିି। ଏଭଳି ସମୟରେ ଭାରତରେ ପରିବାଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ଏପରିକି ଔଷଧ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହିସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ୫% ବଢ଼ିଥିବା ବିଭିନ୍ନ ସର୍ଭେ ଓ ଖୁଚୁରା ବଜାର ଉପରେ ଅନୁସନ୍ଧାନ କରୁଥିବା ଅନୁଷ୍ଠାନଗୁଡିକ ପକ୍ଷରୁ କୁହାଯାଇଛି।
ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବ୍ୟାପୁଛି। ଏପରି ସମୟରେ ଦରବୃଦ୍ଧି ଖାଉଟିଙ୍କ ମନୋବଳରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଉଛି। ଯଦି ଦେଶର ସଂକ୍ରମଣ ହାର ଏହି ଅନୁପାତରେ ବଢ଼ିଚାଲେ ତେବେ ହୁଏତ ସରକାର ସାରା ଦେଶରେ ଆଗକୁ ଆହୁରି କଡ଼ା କଟକଣା ଲାଗୁ କରିପାରନ୍ତି ବୋଲି ଆର୍‌ବିଆଇ ଆଶଙ୍କା କରିଛି। ସେହିପରି ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ନ ହେବା ସହ ଚାହିଦା ଓ ଯୋଗାଣ ଉପରେ କଡ଼ା ନଜର ରଖିବା ପାଇଁ ରାଜ୍ୟଗୁଡିକ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମ ଜାରି କରାଯାଇଥିବା ସୂଚନା ମିଳିଛି।
ସ୍ଥିତି ଗଭୀର ହେବା ପୂର୍ବରୁ ଏ ସବୁ ବିଷୟ ପ୍ରତି ସରକାର ଧ୍ୟାନଦେବା ସହ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ଠିକ୍‌ କରିବା ଆବଶ୍ୟକ ନ ହେଲେ ବଜାର ଦର ଆହୁରି ବଢ଼ିବା ନିଶ୍ଚିତ ବୋଲି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନଗୁଡିକ ମତବ୍ୟକ୍ତ କରି କହିଛନ୍ତି। ସରକାର ଯଦି କରୋନା ଆୟତ୍ତ କରିବାରେ ବିଫଳ ହେଲେ ଏବଂ କଟକଣା ବୃଦ୍ଧି କଲେ ତା’ ହେଲେ ବିଭିନ୍ନ ସାମଗ୍ରୀର ଚାଲାଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଏହାର ପ୍ରଭାବ ଯୋଗାଣ ଶୃଙ୍ଖଳା ଉପରେ ପଡିବା ଯୋଗୁ ବଜାରର ମୁଦ୍ରାସ୍ପୀତି ବଢିବ ବୋଲି ଜଣାପଡିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ତୈଳ ଓ ଔଷଧ ଦର ବୃଦ୍ଧି ପାଇବ ବୋଲି ଆର୍‌ବିଆଇ ଆକଳନ କରିଛି। ଆର୍‌ବିଆଇର ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ୫.୫% ଥିଲା। ଏହା ପୂର୍ବ ମାସରେ ଏହି ହାର ୫% ପର୍ଯ୍ୟନ୍ତ ସୀମିତ ଥିବାବେଳେ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା। ତେବେ ମେ ଓ ଜୁନ୍‌ ମାସରେ ମୁଦ୍ରାସ୍ପୀତି ଆହୁରି ଅଧିକ ବଢ଼ିପାରେ ବୋଲି ଆର୍‌ବିଆଇ ଆଶଙ୍କା କରିଛି। ଏଭଳି ସମୟରେ ଓଡ଼ିଶା ବଜାରରେ ପରିବା ଦର ୨୦ରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ଡାଲି ଜାତୀୟ ଖାଦ୍ୟର ଦର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ୯୦ ଉପରେ ରହିଥିବା ବେଳେ ଖାଇବାତେଲ ୧୨୦ରୁ ୧୮୦ ରେ ବିକ୍ରି ହେଉଥିବା ଜଣାପଡିଛି। ବର୍ତ୍ତମାନ କରୋନା ପାଇଁ ଔଷଧର ଚାହିଦା ଅଧିକ ରହିଥିବାରୁ ଏହାର ଦର ମଧ୍ୟ ୨% ବୃଦ୍ଧି ପାଇଥିବା ଜଣାପଡିଛି। ଦେଶରେ ଲଗାତର କରୋନା ସଂକ୍ରମଣ ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ ଜାରି ରହିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ଆଦି ହୋଇଥିବାରୁ ରୋଜଗାର ଏବଂ ବେରୋଜଗାରୀ ସେହି ଅନୁପାତରେ ବୃଦ୍ଧି ପାଉଛି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଣ୍ଡ ଫ୍ୟାକ୍ଟ୍ରି କଟକ ଷ୍ଟୋରରେ ଫ୍ରି ସପିଙ୍ଗ ଓ୍ବିକେଣ୍ଡ

ଭୁବନେଶ୍ୱର,୩୦-୧୧: ବ୍ରାଣ୍ଡ ଫ୍ୟାକ୍ଟି କଟକ ଷ୍ଟୋର ପକ୍ଷରୁ ପ୍ରଥମଥର ଲାଗି ଫ୍ରି ସପିଙ୍ଗ ଓ୍ବିକେଣ୍ଡ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଡିସେମ୍ବର ୪ରୁ ୮ ତାରିଖ...

ଡୋରଷ୍ଟେପ ସେବା ଦେଉଛି ଫୋର୍ଡ ଇଣ୍ଡିଆ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋରଷ୍ଟେପ ସେବା ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଫୋର୍ଡ ଗାଡିର ମାଲିକମାନେ ସେମାନଙ୍କ ଚାହୁଁଥିବା ଯେ କୌଣସି ସ୍ଥାନରେ...

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହେଲା…

ନୂଆଦିଲ୍ଲୀ,୧।୫ : ମେ’ ୧ରେ ଶ୍ରମିକ ଦିବସରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଫଳରେ ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳି...

ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ...

ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା...

ଏୟାର ଇଣ୍ଡିଆ ବିକ୍ରି: ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ ଉପରେ ବିଚାର

ନୂଆଦିଲ୍ଲୀ, ୪-୧୨: ଏୟାର ଇଣ୍ଡିଆ ବିକ୍ରି ନେଇ ସରକାର ବର୍ତ୍ତମାନ ଯୋଜନା ରଖିଥିବା ବେଳେ ଏକ୍ଷେତ୍ରରେ ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ କରିବା ଉପରେ ବିଚାର...

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ)...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା...

Advertisement
Archives

Model This Week