୫% ବଢ଼ିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ୍‌ ମହାମାରୀ ଭୟରେ ଭୟଭୀତ ହୋଇ ରହିଛିି। ଏଭଳି ସମୟରେ ଭାରତରେ ପରିବାଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ଏପରିକି ଔଷଧ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହିସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ୫% ବଢ଼ିଥିବା ବିଭିନ୍ନ ସର୍ଭେ ଓ ଖୁଚୁରା ବଜାର ଉପରେ ଅନୁସନ୍ଧାନ କରୁଥିବା ଅନୁଷ୍ଠାନଗୁଡିକ ପକ୍ଷରୁ କୁହାଯାଇଛି।
ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବ୍ୟାପୁଛି। ଏପରି ସମୟରେ ଦରବୃଦ୍ଧି ଖାଉଟିଙ୍କ ମନୋବଳରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଉଛି। ଯଦି ଦେଶର ସଂକ୍ରମଣ ହାର ଏହି ଅନୁପାତରେ ବଢ଼ିଚାଲେ ତେବେ ହୁଏତ ସରକାର ସାରା ଦେଶରେ ଆଗକୁ ଆହୁରି କଡ଼ା କଟକଣା ଲାଗୁ କରିପାରନ୍ତି ବୋଲି ଆର୍‌ବିଆଇ ଆଶଙ୍କା କରିଛି। ସେହିପରି ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ନ ହେବା ସହ ଚାହିଦା ଓ ଯୋଗାଣ ଉପରେ କଡ଼ା ନଜର ରଖିବା ପାଇଁ ରାଜ୍ୟଗୁଡିକ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମ ଜାରି କରାଯାଇଥିବା ସୂଚନା ମିଳିଛି।
ସ୍ଥିତି ଗଭୀର ହେବା ପୂର୍ବରୁ ଏ ସବୁ ବିଷୟ ପ୍ରତି ସରକାର ଧ୍ୟାନଦେବା ସହ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ଠିକ୍‌ କରିବା ଆବଶ୍ୟକ ନ ହେଲେ ବଜାର ଦର ଆହୁରି ବଢ଼ିବା ନିଶ୍ଚିତ ବୋଲି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନଗୁଡିକ ମତବ୍ୟକ୍ତ କରି କହିଛନ୍ତି। ସରକାର ଯଦି କରୋନା ଆୟତ୍ତ କରିବାରେ ବିଫଳ ହେଲେ ଏବଂ କଟକଣା ବୃଦ୍ଧି କଲେ ତା’ ହେଲେ ବିଭିନ୍ନ ସାମଗ୍ରୀର ଚାଲାଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଏହାର ପ୍ରଭାବ ଯୋଗାଣ ଶୃଙ୍ଖଳା ଉପରେ ପଡିବା ଯୋଗୁ ବଜାରର ମୁଦ୍ରାସ୍ପୀତି ବଢିବ ବୋଲି ଜଣାପଡିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ତୈଳ ଓ ଔଷଧ ଦର ବୃଦ୍ଧି ପାଇବ ବୋଲି ଆର୍‌ବିଆଇ ଆକଳନ କରିଛି। ଆର୍‌ବିଆଇର ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ୫.୫% ଥିଲା। ଏହା ପୂର୍ବ ମାସରେ ଏହି ହାର ୫% ପର୍ଯ୍ୟନ୍ତ ସୀମିତ ଥିବାବେଳେ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା। ତେବେ ମେ ଓ ଜୁନ୍‌ ମାସରେ ମୁଦ୍ରାସ୍ପୀତି ଆହୁରି ଅଧିକ ବଢ଼ିପାରେ ବୋଲି ଆର୍‌ବିଆଇ ଆଶଙ୍କା କରିଛି। ଏଭଳି ସମୟରେ ଓଡ଼ିଶା ବଜାରରେ ପରିବା ଦର ୨୦ରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ଡାଲି ଜାତୀୟ ଖାଦ୍ୟର ଦର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ୯୦ ଉପରେ ରହିଥିବା ବେଳେ ଖାଇବାତେଲ ୧୨୦ରୁ ୧୮୦ ରେ ବିକ୍ରି ହେଉଥିବା ଜଣାପଡିଛି। ବର୍ତ୍ତମାନ କରୋନା ପାଇଁ ଔଷଧର ଚାହିଦା ଅଧିକ ରହିଥିବାରୁ ଏହାର ଦର ମଧ୍ୟ ୨% ବୃଦ୍ଧି ପାଇଥିବା ଜଣାପଡିଛି। ଦେଶରେ ଲଗାତର କରୋନା ସଂକ୍ରମଣ ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ ଜାରି ରହିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ଆଦି ହୋଇଥିବାରୁ ରୋଜଗାର ଏବଂ ବେରୋଜଗାରୀ ସେହି ଅନୁପାତରେ ବୃଦ୍ଧି ପାଉଛି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?