Posted inଫୁରସତ

୮୨ ବର୍ଷୀୟା ବୃଦ୍ଧା କରୁଛନ୍ତି ଏମିତି ବ୍ୟାୟାମ, ଯାହା ଅନ୍ୟମାନଙ୍କୁ ଯୋଗାଇବ ପ୍ରେରଣା

କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ଶ୍ରେୟ ମନେ କରୁଛନ୍ତି। ଏହି ବିଷମ ପରିସ୍ଥିତି ମଧ୍ୟରେ ଜିମ୍‌, ପାର୍କ କିମ୍ବା ବୁଲାବୁଲି ପାଇଁ ଯିବା ମଧ୍ୟ ବିପଦ। ତେଣୁ ଲୋକେ ଘରେ ରହି ଫିଟ୍‌ନେସ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏଥିରୁ ବି ବାଦ୍‌ ପଡ଼ିନାହାନ୍ତି ଜଣେ ୮୨ ବର୍ଷୀୟା ବୃଦ୍ଧା। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ବୟସ କୌଣସି ପାଚେରି ହୋଇ ନ ଥାଏ। କେବଳ ଦୃଢ଼ ମନୋବଳ ହିଁ ଯଥେଷ୍ଟ। ବୃଦ୍ଧା ଜଣଙ୍କ ପରିଣତ ବୟସରେ ବି ବ୍ୟାୟାମ କରୁଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଭିଡିଓକି ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ।

ବୃଦ୍ଧାଙ୍କ ଏହି ଭିଡିଓକୁ ତାଙ୍କ ନାତି ଚିରାଗ କୋର୍ଡିଆ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଚିରାଗ ତାଙ୍କ ଜେଜେମା’ଙ୍କ ଓଜନ ଉଠାଇବା, ସ୍କ୍ବାଟସ୍‌, ଡେଡ୍‌ଲିଫ୍ଟ ଭଳି ଅନ୍ୟାନ୍ୟ ବ୍ୟାୟାମ ଅଭ୍ୟାସ କରୁଥିବାର ଭିଡିଓଟି ଶେୟାର କରିଥିଲେ। ଚିରାଗଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେମା ପିଲାବେଳୁ ବହୁତ ଶକ୍ତିଶାଳୀ। ସେ ପହଁରିବା, ଅନେକ ଖେଳ ଖେଳିବା ଏବଂ ବିବାହ ପରେ ମଧ୍ୟ ଶାରୀରିକ ଭାବରେ ବହୁତ ସକ୍ରିୟ ଥିଲେ। ତେବେ ଥରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ଆଉ ଦିନେ ସେ ଶଯ୍ୟାରୁ ଖସିପଡ଼ିଥିଲେ। ସେହି ଦିନଠାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା। ଜେଜେମା ମଧ୍ୟ ଚାଲିବା କିମ୍ବା କିଛି ଉଠାଇବାକୁ ଭୟ କରୁଥିଲେ। ଏବେ କିନ୍ତୁ ବିନା ଭୟରେ ସେ ପ୍ରଶିକ୍ଷଣ ନେଉଛନ୍ତି। ସମସ୍ତ ପ୍ରକାର ବ୍ୟାୟାମ କରୁଛନ୍ତି।

ହ୍ୟୁମାନ୍‌ ଅଫ୍‌ ବମ୍ବେର ଏକ ପୋଷ୍ଟରେ ୮୨ ବର୍ଷୀୟା ଜେଜେମା’ ତାଙ୍କ ଯାତ୍ରା ବିଷୟରେ କହିଥିଲେ ଯେ, ନିୟମିତ ବ୍ୟାୟାମ କରିବା ତାଙ୍କ ଜୀବନକୁ କିପରି ବଦଳାଇଦେଲା। ସେ କହିଛନ୍ତି,‘ ଧୀରେ ଧୀରେ ମୁଁ ବିଛଣାରୁ ଚଟାଣକୁ ଏବଂ ପାଣି ବୋତଲରୁ ଡମ୍ବୁଲ ପର୍ଯ୍ୟନ୍ତ ଗଲି। ମୋ’ ଗୋଡ଼ରେ ଫୁଲା କମିଗଲା ଏବଂ ମୁଁ ମୋ ହାତ ଏବଂ ବାହୁରେ ଶକ୍ତି ଫେରି ପାଇଲି। ସମୟ ସହିତ ଜଡ଼ିତ ଯନ୍ତ୍ରଣା ଏବଂ ବ୍ଲଡପ୍ରେସରର ସମସ୍ୟା ମଧ୍ୟ ଦୂର ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ

ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି...

ବିଶ୍ୱରେ ପ୍ରଥମ କ୍ଷେପଣାସ୍ତ୍ର ତିଆରି କାରଖାନା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା...

ବାତ୍ୟା ବୃତ୍ତାନ୍ତ: କେମିତି ଆସେ ବାତ୍ୟା, ନାମକରଣ, ପରର ପରିବେଶ…

ବାତ୍ୟା ଆସେ, ଚାଲିଯାଏ। ହେଲେ ବାତ୍ୟାକୁ ସାମ୍ନା କରିଥିବା ମଣିଷର ବିପର୍ଯ୍ୟୟର ସୀମା ନ ଥାଏ। ତେବେ ଯଦି ବାତ୍ୟାର ପୂର୍ବାନୁମାନ ହେଇପାରେ, ଅନେକ କ୍ଷୟକ୍ଷତିକୁ...

ନୁଡଲ କେକ୍‌

ବିଭିନ୍ନ ପ୍ରକାରର ଆକାର ଓ ସ୍ବାଦର କେକ୍‌ ଦେଖିଥିବେ ଓ ଖାଇଥିବେ ବି। ହେଲେ ଇଣ୍ଡୋନେସିଆର ବେକେରି ଟଟ୍‌ ଅ’ ଯେଉଁ କେକ୍‌ ତିଆରି କରୁଛି...

ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ...

୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି

ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ...

ଏଠି ମନା

ସବୁ ଦେଶର କିଛି ନିୟମ କାନୁନ ଥାଏ। ଆଉ ସେଠାକୁ ଗଲେ ତାକୁ ମାନିବାକୁ ହୁଏ। ତେବେ କିଛି ଦେଶରେ ଏମିତି ବି କିଛି ଛୋଟ...

ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରଙ୍କ ମୁହଁରେ କାଶିଲେ କରୋନା ରୋଗୀ: କହିଲେ ଏଭଳି କିଛି

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ...

Advertisement
Archives

Model This Week