Posted inଫୁରସତ

୮୨ ବର୍ଷୀୟା ବୃଦ୍ଧା କରୁଛନ୍ତି ଏମିତି ବ୍ୟାୟାମ, ଯାହା ଅନ୍ୟମାନଙ୍କୁ ଯୋଗାଇବ ପ୍ରେରଣା

କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ଶ୍ରେୟ ମନେ କରୁଛନ୍ତି। ଏହି ବିଷମ ପରିସ୍ଥିତି ମଧ୍ୟରେ ଜିମ୍‌, ପାର୍କ କିମ୍ବା ବୁଲାବୁଲି ପାଇଁ ଯିବା ମଧ୍ୟ ବିପଦ। ତେଣୁ ଲୋକେ ଘରେ ରହି ଫିଟ୍‌ନେସ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏଥିରୁ ବି ବାଦ୍‌ ପଡ଼ିନାହାନ୍ତି ଜଣେ ୮୨ ବର୍ଷୀୟା ବୃଦ୍ଧା। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ବୟସ କୌଣସି ପାଚେରି ହୋଇ ନ ଥାଏ। କେବଳ ଦୃଢ଼ ମନୋବଳ ହିଁ ଯଥେଷ୍ଟ। ବୃଦ୍ଧା ଜଣଙ୍କ ପରିଣତ ବୟସରେ ବି ବ୍ୟାୟାମ କରୁଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ଭିଡିଓକି ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ।

ବୃଦ୍ଧାଙ୍କ ଏହି ଭିଡିଓକୁ ତାଙ୍କ ନାତି ଚିରାଗ କୋର୍ଡିଆ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଚିରାଗ ତାଙ୍କ ଜେଜେମା’ଙ୍କ ଓଜନ ଉଠାଇବା, ସ୍କ୍ବାଟସ୍‌, ଡେଡ୍‌ଲିଫ୍ଟ ଭଳି ଅନ୍ୟାନ୍ୟ ବ୍ୟାୟାମ ଅଭ୍ୟାସ କରୁଥିବାର ଭିଡିଓଟି ଶେୟାର କରିଥିଲେ। ଚିରାଗଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେମା ପିଲାବେଳୁ ବହୁତ ଶକ୍ତିଶାଳୀ। ସେ ପହଁରିବା, ଅନେକ ଖେଳ ଖେଳିବା ଏବଂ ବିବାହ ପରେ ମଧ୍ୟ ଶାରୀରିକ ଭାବରେ ବହୁତ ସକ୍ରିୟ ଥିଲେ। ତେବେ ଥରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ଆଉ ଦିନେ ସେ ଶଯ୍ୟାରୁ ଖସିପଡ଼ିଥିଲେ। ସେହି ଦିନଠାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା। ଜେଜେମା ମଧ୍ୟ ଚାଲିବା କିମ୍ବା କିଛି ଉଠାଇବାକୁ ଭୟ କରୁଥିଲେ। ଏବେ କିନ୍ତୁ ବିନା ଭୟରେ ସେ ପ୍ରଶିକ୍ଷଣ ନେଉଛନ୍ତି। ସମସ୍ତ ପ୍ରକାର ବ୍ୟାୟାମ କରୁଛନ୍ତି।

ହ୍ୟୁମାନ୍‌ ଅଫ୍‌ ବମ୍ବେର ଏକ ପୋଷ୍ଟରେ ୮୨ ବର୍ଷୀୟା ଜେଜେମା’ ତାଙ୍କ ଯାତ୍ରା ବିଷୟରେ କହିଥିଲେ ଯେ, ନିୟମିତ ବ୍ୟାୟାମ କରିବା ତାଙ୍କ ଜୀବନକୁ କିପରି ବଦଳାଇଦେଲା। ସେ କହିଛନ୍ତି,‘ ଧୀରେ ଧୀରେ ମୁଁ ବିଛଣାରୁ ଚଟାଣକୁ ଏବଂ ପାଣି ବୋତଲରୁ ଡମ୍ବୁଲ ପର୍ଯ୍ୟନ୍ତ ଗଲି। ମୋ’ ଗୋଡ଼ରେ ଫୁଲା କମିଗଲା ଏବଂ ମୁଁ ମୋ ହାତ ଏବଂ ବାହୁରେ ଶକ୍ତି ଫେରି ପାଇଲି। ସମୟ ସହିତ ଜଡ଼ିତ ଯନ୍ତ୍ରଣା ଏବଂ ବ୍ଲଡପ୍ରେସରର ସମସ୍ୟା ମଧ୍ୟ ଦୂର ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri