ସରୋଦରେ ଶରତ…

ଭୁବନେଶ୍ୱର ୧୦।୯(ବ୍ୟୁରୋ): ସରୋଦରେ ଲୁଚିଥିଲା ଶରତର କଥା। ସରୋଦ ବାଦନରେ ଶରତର ସୌନ୍ଦର୍ଯ୍ୟକୁ ଉପସ୍ଥାପନା କରିଥିଲେ ଶିଳ୍ପୀ। ମା’ ଦୁର୍ଗତିନାଶିନୀଙ୍କ ଆଗମନ ଏହି ଋତୁକୁ ସ୍ବତନ୍ତ୍ର କରୁଥିବାବେଳେ ଧରିତ୍ରୀ ମା’ର ସୌନ୍ଦର୍ଯ୍ୟକୁ ଯନ୍ତ୍ର ସଙ୍ଗୀତ ମାଧ୍ୟମରେ ଶ୍ରୋତାଙ୍କ ନିକଟରେ ପରଷିଥିଲେ ବିଶିଷ୍ଟ ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ। ଅବସର ଥିଲା ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୧୯ର ୫ମ ସନ୍ଧ୍ୟା। ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସୋମବାର ସରୋଦ ବାଦନ ସହ ଓଡ଼ିଶୀର ଯୁଗଳବନ୍ଦୀ ଦେଖିବାକୁ ପାଇଥିଲେ ଦର୍ଶକ। ପ୍ରାରମ୍ଭିକ ପ୍ରସ୍ତୁତିରେ ଦେବସ୍ମିତା ଭଟ୍ଟାଚାର୍ଯ୍ୟ ଶରତ ଋତୁ ଉପରେ ଆଧାରିତ ରାଗ ଦୁର୍ଗା ପରିବେଷଣ କରିଥିଲେ। ଏହାପରେ ୧୬ ମାତ୍ରାରେ ବିଲମ୍ବିତ ତିନ୍‌ତାଳରୁ ‘ଆଳାପ’ ଆରମ୍ଭ କରି ‘ଏକ୍‌ତାଳ’ ଏବଂ ଶେଷରେ ଧୃତ୍‌ରେ ସମାପ୍ତ କରିଥିଲେ। ଦେବସ୍ମିତା ଏହି ଅବସରରେ ଦୁର୍ଗାପୂଜା ଉପଲକ୍ଷେ ‘ଜୟ ଦୁର୍ଗା ମା’ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ। ତବଲାରେ ତାଙ୍କୁ ସନ୍ଦୀପ ଘୋଷ ସହଯୋଗ କରିଥିବାବେଳେ ତାଙ୍କର ସର୍ଜନାତ୍ମକ ସରୋଦ ବାଦନ ଉପସ୍ଥିତ ଶ୍ରୋତାଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଥିଲା।
ପଞ୍ଚମ ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ନୃତ୍ୟର ସମ୍ଭାର ପ୍ରମୁଖ ଆକର୍ଷଣ ରହିଥିଲା। ପ୍ରଥମେ ଗୁରୁ ନିରଞ୍ଜନ ରାଉତଙ୍କ ‘ନୂପୁର’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟରେ ରାଗ ଖମାଜ ଓ ତାଳ ତ୍ରିପଟା ଉପରେ ପର୍ଯ୍ୟବସିତ ‘ଖମାଜ ପଲ୍ଲବୀ’ ମଞ୍ଚସ୍ଥ ହୋଇଥିଲା। ପରେ ପରେ ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ ଉପରେ ଆଧାରିତ ଅଭିନୟ ‘ଶିବସ୍ତୋତ୍ରମ’ ସନ୍ଧ୍ୟାର ସବୁଠାରୁ ଶକ୍ତିଶାଳୀ ପରିବେଷଣ ଥିଲା। ଏହାର ନୃତ୍ୟ ସଂରଚନା ଗୁରୁ ନିରଞ୍ଜନ ରାଉତ କରିଥିବାବେଳେ ସଙ୍ଗୀତ ସଂଯୋଜନା କରିଥିଲେ କେ. ରାମାରାଓ ପାତ୍ର ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ବାଇଁ। ପରବର୍ତ୍ତୀ ନୃତ୍ୟ ପ୍ରସ୍ତୁତି ନେଇ ମଞ୍ଚକୁ ଓହ୍ଲାଇଥିଲେ ରାଜ୍ୟର ଅନ୍ୟତମ ପ୍ରମୁଖ ଓଡ଼ିଶୀ ନୃତ୍ୟଦଳ ‘ଆର୍ଟ ଭିଜନ’। ଡ. ଇଲିଆନା ଚିତାରିସ୍ତିଙ୍କ ନେତୃତ୍ୱରେ ଶିଳ୍ପୀମାନେ ଓଡ଼ିଆ ବର୍ଣ୍ଣମାଳା ଉପରେ ନିବଦ୍ଧ ଓଡ଼ିଶୀ ନୃତ୍ୟାଭିନୟ ‘ଅକ୍ଷର’ ପରିବେଷଣ କରିଥିଲେ। ଏକ ସମୃଦ୍ଧ ଓ ପ୍ରାଚୀନ ଓଡ଼ିଆ ଭାଷା ପ୍ରତି ଏହି ନୃତ୍ୟାଭିନୟ ସମର୍ପିତ ହୋଇଥିବାବେଳେ ଓଡ଼ିଶାର ଗାଁ ଗୁଡ଼ିକରେ ଖଡ଼ି ସାହାଯ୍ୟରେ ତିନିଗୋଟି ବୃତ୍ତ ଚିହ୍ନିତ ଅକାର(ଶୂନ)ରୁ କିଭଳି ଭାଷାର ସୃଷ୍ଟି ହୋଇଥାଏ ତାହା ଏଥିରେ ଦେଖିବାକୁ ମିଳିଥିଲା। ଦେବଦାସ ଛୋଟରାୟ ଏହାର ସଂଳାପ ପ୍ରସ୍ତୁତ କରିଥିବାବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ଚିତାରିସ୍ତି। ଏହାକୁ ବାଲୁକା କଳାରେ ଆନିମେଶନ ମାଧ୍ୟମରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆର୍ଟ ଭିଜନର ଏହି ଅଭିନବ ପ୍ରୟାସ ସନ୍ଧ୍ୟାର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିଲା। ୫ମ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ରାମହରି ଦାସ, ପ୍ରସିଦ୍ଧ ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?