ସରୋଦରେ ଶରତ…

ଭୁବନେଶ୍ୱର ୧୦।୯(ବ୍ୟୁରୋ): ସରୋଦରେ ଲୁଚିଥିଲା ଶରତର କଥା। ସରୋଦ ବାଦନରେ ଶରତର ସୌନ୍ଦର୍ଯ୍ୟକୁ ଉପସ୍ଥାପନା କରିଥିଲେ ଶିଳ୍ପୀ। ମା’ ଦୁର୍ଗତିନାଶିନୀଙ୍କ ଆଗମନ ଏହି ଋତୁକୁ ସ୍ବତନ୍ତ୍ର କରୁଥିବାବେଳେ ଧରିତ୍ରୀ ମା’ର ସୌନ୍ଦର୍ଯ୍ୟକୁ ଯନ୍ତ୍ର ସଙ୍ଗୀତ ମାଧ୍ୟମରେ ଶ୍ରୋତାଙ୍କ ନିକଟରେ ପରଷିଥିଲେ ବିଶିଷ୍ଟ ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ। ଅବସର ଥିଲା ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୧୯ର ୫ମ ସନ୍ଧ୍ୟା। ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସୋମବାର ସରୋଦ ବାଦନ ସହ ଓଡ଼ିଶୀର ଯୁଗଳବନ୍ଦୀ ଦେଖିବାକୁ ପାଇଥିଲେ ଦର୍ଶକ। ପ୍ରାରମ୍ଭିକ ପ୍ରସ୍ତୁତିରେ ଦେବସ୍ମିତା ଭଟ୍ଟାଚାର୍ଯ୍ୟ ଶରତ ଋତୁ ଉପରେ ଆଧାରିତ ରାଗ ଦୁର୍ଗା ପରିବେଷଣ କରିଥିଲେ। ଏହାପରେ ୧୬ ମାତ୍ରାରେ ବିଲମ୍ବିତ ତିନ୍‌ତାଳରୁ ‘ଆଳାପ’ ଆରମ୍ଭ କରି ‘ଏକ୍‌ତାଳ’ ଏବଂ ଶେଷରେ ଧୃତ୍‌ରେ ସମାପ୍ତ କରିଥିଲେ। ଦେବସ୍ମିତା ଏହି ଅବସରରେ ଦୁର୍ଗାପୂଜା ଉପଲକ୍ଷେ ‘ଜୟ ଦୁର୍ଗା ମା’ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ। ତବଲାରେ ତାଙ୍କୁ ସନ୍ଦୀପ ଘୋଷ ସହଯୋଗ କରିଥିବାବେଳେ ତାଙ୍କର ସର୍ଜନାତ୍ମକ ସରୋଦ ବାଦନ ଉପସ୍ଥିତ ଶ୍ରୋତାଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଥିଲା।
ପଞ୍ଚମ ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ନୃତ୍ୟର ସମ୍ଭାର ପ୍ରମୁଖ ଆକର୍ଷଣ ରହିଥିଲା। ପ୍ରଥମେ ଗୁରୁ ନିରଞ୍ଜନ ରାଉତଙ୍କ ‘ନୂପୁର’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଶୁଦ୍ଧ ନୃତ୍ୟରେ ରାଗ ଖମାଜ ଓ ତାଳ ତ୍ରିପଟା ଉପରେ ପର୍ଯ୍ୟବସିତ ‘ଖମାଜ ପଲ୍ଲବୀ’ ମଞ୍ଚସ୍ଥ ହୋଇଥିଲା। ପରେ ପରେ ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ ଉପରେ ଆଧାରିତ ଅଭିନୟ ‘ଶିବସ୍ତୋତ୍ରମ’ ସନ୍ଧ୍ୟାର ସବୁଠାରୁ ଶକ୍ତିଶାଳୀ ପରିବେଷଣ ଥିଲା। ଏହାର ନୃତ୍ୟ ସଂରଚନା ଗୁରୁ ନିରଞ୍ଜନ ରାଉତ କରିଥିବାବେଳେ ସଙ୍ଗୀତ ସଂଯୋଜନା କରିଥିଲେ କେ. ରାମାରାଓ ପାତ୍ର ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ବାଇଁ। ପରବର୍ତ୍ତୀ ନୃତ୍ୟ ପ୍ରସ୍ତୁତି ନେଇ ମଞ୍ଚକୁ ଓହ୍ଲାଇଥିଲେ ରାଜ୍ୟର ଅନ୍ୟତମ ପ୍ରମୁଖ ଓଡ଼ିଶୀ ନୃତ୍ୟଦଳ ‘ଆର୍ଟ ଭିଜନ’। ଡ. ଇଲିଆନା ଚିତାରିସ୍ତିଙ୍କ ନେତୃତ୍ୱରେ ଶିଳ୍ପୀମାନେ ଓଡ଼ିଆ ବର୍ଣ୍ଣମାଳା ଉପରେ ନିବଦ୍ଧ ଓଡ଼ିଶୀ ନୃତ୍ୟାଭିନୟ ‘ଅକ୍ଷର’ ପରିବେଷଣ କରିଥିଲେ। ଏକ ସମୃଦ୍ଧ ଓ ପ୍ରାଚୀନ ଓଡ଼ିଆ ଭାଷା ପ୍ରତି ଏହି ନୃତ୍ୟାଭିନୟ ସମର୍ପିତ ହୋଇଥିବାବେଳେ ଓଡ଼ିଶାର ଗାଁ ଗୁଡ଼ିକରେ ଖଡ଼ି ସାହାଯ୍ୟରେ ତିନିଗୋଟି ବୃତ୍ତ ଚିହ୍ନିତ ଅକାର(ଶୂନ)ରୁ କିଭଳି ଭାଷାର ସୃଷ୍ଟି ହୋଇଥାଏ ତାହା ଏଥିରେ ଦେଖିବାକୁ ମିଳିଥିଲା। ଦେବଦାସ ଛୋଟରାୟ ଏହାର ସଂଳାପ ପ୍ରସ୍ତୁତ କରିଥିବାବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ଚିତାରିସ୍ତି। ଏହାକୁ ବାଲୁକା କଳାରେ ଆନିମେଶନ ମାଧ୍ୟମରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆର୍ଟ ଭିଜନର ଏହି ଅଭିନବ ପ୍ରୟାସ ସନ୍ଧ୍ୟାର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିଲା। ୫ମ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ରାମହରି ଦାସ, ପ୍ରସିଦ୍ଧ ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri