ବୋଲ ମାନୁନି କରୋନା: ଆଜି ବି ୮ହଜାର ପାର୍‌ କଲା ସଂକ୍ରମିତଙ୍କ ସଂଖ୍ୟା; କେବଳ ଖୋର୍ଦ୍ଧାରୁ ୧,୨୭୫

ଭୁବନେଶ୍ୱର,୨।୫(ବ୍ୟୁରୋ): ରାଜ୍ୟରେ ବେକାବୁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୦୧୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫୬୮ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୪୪୭ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୬୨,୬୨୨ରେ ପହଞ୍ଚିଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୨୫, ବାଲେଶ୍ୱରରୁ ୧୦୦, ବରଗଡ଼ରୁ ୩୯୦, ଭଦ୍ରକରୁ ୧୪୫, ବଲାଙ୍ଗୀରରୁ ୧୯୮, ବୌଦ୍ଧରୁ ୧୦୩, କଟକରୁ ୪୮୨, ଦେବଗଡ଼ରୁ ୧୦୧, ଢ଼େଙ୍କାନାଳରୁ ୮୬, ଗଜପତିରୁ ୧୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୧୪୯, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୧୭୪, କନ୍ଧମାଳରୁ ୬୧, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୫,କୋରାପୁଟରୁ ୧୨୭, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୭୩୫ ଏବଂ ଷ୍ଟେଟ୍‌ ପୁଲରୁ ୨୩୬ଜଣ ଅଛନ୍ତି। ତେବେ ପଜିଟିଭ୍‌ଙ୍କ ମଧ୍ୟରୁ ୩,୯୧,୦୪୮ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୬,୯୪,୫୩ ଆକ୍ଟିଭ୍‌ କେସ୍‌ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଅବସ୍ଥାରେ ଅଭିଯୁକ୍ତ ଚମ୍ପଟ୍‌

କଟକ ଅଫିସ,୧୧।୧: ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ତାଙ୍କ ନାମ ହେଉଛି ଆଲୋକ କୁମାର...

ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ସୋମବାର ରାତିରେ ଜଣେ ପ୍ରସୁତି ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ...

ଯାଜପୁର, ମୟୂରଭଞ୍ଜ ସିଏସ୍‌ଓଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୩।୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୁରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ...

ଶ୍ରଦ୍ଧାଙ୍କୁ ‘ମିସେସ୍‌ ଇଣ୍ଡିଆ ନୟନତାରା’ ଟାଇଟଲ୍‌

ଭୁବନେଶ୍ୱର, ୧୫। ୮(ବ୍ୟୁରୋ):‘ମିସ୍‌ ଇଣ୍ଡିଆ ନୟନତାରା’ର ଅପୂର୍ବ ସଫଳତା ପରେ ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଚାଲିଥିବା ‘ମିସେସ୍‌ ଇଣ୍ଡିଆ ନୟନତାରା’ ପ୍ରତିଯୋଗିତାର ଗ୍ରାଣ୍ଡ୍‌...

ଶ୍ରୀମନ୍ଦିରରେ ବଡ଼ଚଣା ଆଇଆଇସିଙ୍କ ପ୍ରବେଶ ଘଟଣା: ସହଯୋଗ କରିଥିବା ସେବାୟତ ଅଟକ

ପୁରୀ ଅଫିସ, ୨୧।୪: କରୋନା (କୋଭିଡ-୧୯) ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବାରେ ସହଯୋଗ...

କାର୍ଯ୍ୟକ୍ଷମ ହେଉନି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର

ଛେଣ୍ଡିପଦା,୧୨।୧୧(ସ୍ବ.ପ୍ର.) ଦୁଗ୍ଧ ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀମାନଙ୍କୁ ଅଧିକରୁ ଅଧିକ ଗୋପାଳନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଙ୍କ...

ପୋଲିସ ବାବୁଙ୍କ କଡ଼ା ପଦକ୍ଷେପ: ୫୦୦୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ...

ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ...

Advertisement
Archives

Model This Week