
ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର ଯୁବପିଢ଼ିଙ୍କୁ ମଧ୍ୟ ପଛରେ ପକାଇ ଟ୍ରାକ୍ଟର ଚଲାଉଥିବାର ଦେଖାଯାଉଛି। ଏହି ଭିଡିଓ ଏବେ ଲକ୍ଷାଧିକ ୟୁଜର୍ସଙ୍କ ହୃଦୟକୁ ଛୁଇଁଛି।
ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ବୃଦ୍ଧା ଜଣକ ଜଣେ ପେସାଦାର ଡ୍ରାଇଭରଙ୍କଠାରୁ କମ୍ ନୁହନ୍ତି। ତାଙ୍କ ମୁହଁରେ ଆତ୍ମବିଶ୍ୱାସ ପ୍ରତିଫଳିତ ହୋଇଛି। ସେ ମଧ୍ୟ ବହୁତ ସହଜରେ ଟ୍ରାକ୍ଟର ଉପରକୁ ଚଢ଼ିଥିଲେ, ଯେପରି ଏହା ତାଙ୍କର ନିତିଦିନିଆ କାମ। ଷ୍ଟିଅରିଂ ଧରିବା, ଗିଅର ବଦଳାଇବା ଏବଂ କ୍ଷେତରେ ଟ୍ରାକ୍ଟର ବୁଲାଇବା, ସେ ଏସବୁ ଏତେ ସହଜରେ କରିଛନ୍ତି ଯେ, ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ଭିଡିଓର ସବୁଠାରୁ ବିଶେଷ କଥା ହେଉଛି ଜେଜେମାଆଙ୍କ ମୁହଁରେ କୌଣସି ଭୟ ନାହିଁ। ଟ୍ରାକ୍ଟରର ଶବ୍ଦ ସହ ତାଙ୍କ ହସ ଏବଂ ଆତ୍ମବିଶ୍ୱାସ ଆହୁରି ତୀବ୍ର ହୋଇଯାଏ। ଏହି ଭିଡିଓ ଏହି କଥା ସୂଚାଉଛି ଯେ, ବୟସ କେବଳ ଏକ ସଂଖ୍ୟା, ଯଦି ତୁମର ସାହସ ଅଛି, ତେବେ କୌଣସି କାମ କଷ୍ଟକର ନୁହେଁ।
बस इतना ही हौसला चाहिए मुझे… ☺ pic.twitter.com/ZEVgUr4XZZ
— Shivani Sahu (@askshivanisahu) June 21, 2025
ଭିଡିଓଟି @askshivanisahu ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ହଜାର ହଜାର ଲୋକ ଲାଇକ୍ ଏବଂ ସେୟାର କରିଛନ୍ତି।
ୟୁଜର୍ସମାନେ ଜେଜେମା’ଙ୍କ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୋତେ ଏହି ସାହସ ଆବଶ୍ୟକ, ଅନ୍ୟ ଜଣେ ଲେଖିଛନ୍ତି, ବାଃ ଜେଜେମା’ ବାଃ, ତୁମର ଆଶ୍ଚର୍ଯ୍ୟଜନକ ଆତ୍ମବିଶ୍ୱାସ ଅଛି। ଆଉ ଏକ ମଜାଦାର ମନ୍ତବ୍ୟ ଆସିଛି ଜେଜେମା’ଙ୍କ ସହିତ ଖେଳିବା ଉଚିତ ନୁହେଁ।
ଯଦିଓ ଏହି ଭିଡିଓର ସ୍ଥାନ ସ୍ପଷ୍ଟ ନୁହେଁ, କିନ୍ତୁ ଫାର୍ମ ଏବଂ ଭାଷା ଶୈଳୀକୁ ଦେଖି ଅନୁମାନ କରାଯାଉଛି ଯେ, ଏହା ଉତ୍ତରଭାରତର କୌଣସି ରାଜ୍ୟରୁ ଆସିଛି। ଆଜିର ଯୁବପିଢ଼ି ପ୍ରଯୁକ୍ତିବିଦ୍ୟା ଏବଂ ସୁବିଧାରେ ବ୍ୟସ୍ତ ଥିବା ବେଳେ, ଏହି ଜେଜେମା’ ତାଙ୍କ ଆଗ୍ରହ ସହିତ ସମାଜକୁ ଏକ ନୂତନ ପ୍ରେରଣା ଦେଉଛନ୍ତି।