Odisha Elections 2024

ଭାଜପା ଶାସିତ ରାଜ୍ୟରେ ୮୦%

ଓ୍ବାଶିଂଟନ୍‌,୨୮ା୯ : ୨୦୨୩ ପ୍ରଥମାର୍ଦ୍ଧରେ ଭାରତରେ ୨୫୫ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦିଆଯାଇଛି। ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସର୍ବାଧିକ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ବିଷୟ ହିନ୍ଦୁତ୍ୱ ଓ୍ବାଚ୍‌ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ୫ ରାଜ୍ୟରେ ବିଧାନସଭା ଭୋଟ ଏବଂ ୨୦୨୪ରେ ସାଧାରଣ ନିର୍ବାଚନ ଥିବାବେଳେ ଏହି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି।

ଓ୍ବାଶିଂଟନ୍‌ସ୍ଥିତ ହିନ୍ଦୁତ୍ୱ ଓ୍ବାଚ୍‌ ହେଉଛି, ଏକ ତଥ୍ୟ ଆଧାରିତ ଗବେଷଣା ଉଦ୍ୟମ, ଯାହାଦ୍ୱାରା ହିନ୍ଦୁ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହି ସଂସ୍ଥା ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ଆୟୋଜିତ ସଭାଗୁଡ଼ିକରେ ୨୫୫ ଥର ମୁସଲମାନ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ରେକର୍ଡ କରାଯାଇଛି। ଏଥିରୁ ୨୦୫ ମାମଲା ବା ୮୦% ହେଉଛି ଭାଜପା ଶାସିତ ରାଜ୍ୟରେ ହୋଇଛି। ମୁସଲମାନ ବିରୋଧୀ ମନ୍ତବ୍ୟ ମହାରାଷ୍ଟ୍ରରେ ସର୍ବାଧିକ। ଏହି କ୍ଷେତ୍ରରେ କର୍ନାଟକ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ମଧ୍ୟ ପଛରେ ପଡ଼ିନାହିଁ।

ଭାରତର ୧%ରୁ କମ୍‌ ଜନସଂଖ୍ୟା ଥିବା ଉତ୍ତରାଖଣ୍ଡରେ ପ୍ରାୟ ୫ ପ୍ରତିଶତ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦେଖିବାକୁ ମିଳିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌), ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି), ବଜରଙ୍ଗ ଦଳ, ସକଳ ହିନ୍ଦୁ ସମାଜ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ସହ ଜଡ଼ିତ ସଙ୍ଗଠନଗୁଡ଼ିକ ପକ୍ଷରୁ ଅଧିକାଂଶ ଘୃଣା ମନ୍ତବ୍ୟ ଦିଆଯାଇଥିବା ସମାବେଶ ଆୟୋଜିତ ହୋଇଛି। ଏହି ସଙ୍ଗଠନଗୁଡ଼ିକ ଅଧିକାଂଶ ସମୟରେ ଲଭ୍‌ ଜିହାଦ, ଲ୍ୟାଣ୍ଡ୍‌ ଜିହାଦ, ସଂଖ୍ୟାଲଘୁଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ବିଭ୍ରାନ୍ତିକର ତଥ୍ୟ ଭଳି ମୁସଲମାନ ବିରୋଧୀ ଷଡ଼ଯନ୍ତ୍ର ସିଦ୍ଧାନ୍ତ ଉପରେ ଅଧିକ ଅପପ୍ରଚାର ଚଳାଇଛନ୍ତି। ଏମାନଙ୍କ ପ୍ରାୟ ୩୩% ସମାବେଶରେ ମୁସଲମାନମାନଙ୍କ ବିରୋଧରେ ହିଂସାକୁ ଉସୁକାଯାଉଛି।

ପ୍ରାୟ ୧୧% କାର୍ଯ୍ୟକ୍ରମରେ ମୁସଲମାନଙ୍କୁ ବର୍ଜନ କରିବା ପାଇଁ ହିନ୍ଦୁଙ୍କୁ ଆହ୍ବାନ ଦିଆଯାଉଛି। ସେହିପରି ୪% ସମାବେଶରେ ମୁସଲମାନ ମହିଳାମାନଙ୍କ ବିରୋଧରେ ଲିଙ୍ଗଗତ ଆକ୍ଷେପ ଜରିଆରେ ଟାର୍ଗେଟ କରାଯାଉଛି। ଗତ ମାର୍ଚ୍ଚ ମାସରେ ରାମନବମୀ ପଡ଼ିଥିବାବେଳେ ସବୁଠୁ ବେଶି ଘୃଣା ମନ୍ତବ୍ୟ ରେକର୍ଡ କରାଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ‘ହେଟ୍‌ ସ୍ପିଚ୍‌’ ପରିଭାଷିତ ହୋଇ ନ ଥିବାରୁ ହିନ୍ଦୁତ୍ୱ ଓ୍ବାଚ୍‌ ଜାତିସଂଘର ବର୍ଗୀକରଣ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଜାତିସଂଘ ଅନୁସାରେ ମୌଖିକ, ଲିଖିତ ବା ବ୍ୟବହାରିକ ଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଜାତି, ଧର୍ମ କିମ୍ବା ସମ୍ପ୍ରଦାୟକୁ ଟାର୍ଗେଟ କରି ବ୍ୟବହୃତ ଭାଷା ହେଉଛି ଘୃଣା ମନ୍ତବ୍ୟ। ରିପୋର୍ଟ ପ୍ରସ୍ତୁତି ବେଳେ ସାମାଜିକ ଗଣମାଧ୍ୟମର ସହାୟତା ମଧ୍ୟ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା

ଇସଲାମାବାଦ୍‌,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧୫ା୫: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ...

ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri