ଭାଜପା ଶାସିତ ରାଜ୍ୟରେ ୮୦%

ଓ୍ବାଶିଂଟନ୍‌,୨୮ା୯ : ୨୦୨୩ ପ୍ରଥମାର୍ଦ୍ଧରେ ଭାରତରେ ୨୫୫ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦିଆଯାଇଛି। ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସର୍ବାଧିକ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ବିଷୟ ହିନ୍ଦୁତ୍ୱ ଓ୍ବାଚ୍‌ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ୫ ରାଜ୍ୟରେ ବିଧାନସଭା ଭୋଟ ଏବଂ ୨୦୨୪ରେ ସାଧାରଣ ନିର୍ବାଚନ ଥିବାବେଳେ ଏହି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି।

ଓ୍ବାଶିଂଟନ୍‌ସ୍ଥିତ ହିନ୍ଦୁତ୍ୱ ଓ୍ବାଚ୍‌ ହେଉଛି, ଏକ ତଥ୍ୟ ଆଧାରିତ ଗବେଷଣା ଉଦ୍ୟମ, ଯାହାଦ୍ୱାରା ହିନ୍ଦୁ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହି ସଂସ୍ଥା ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ଆୟୋଜିତ ସଭାଗୁଡ଼ିକରେ ୨୫୫ ଥର ମୁସଲମାନ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ରେକର୍ଡ କରାଯାଇଛି। ଏଥିରୁ ୨୦୫ ମାମଲା ବା ୮୦% ହେଉଛି ଭାଜପା ଶାସିତ ରାଜ୍ୟରେ ହୋଇଛି। ମୁସଲମାନ ବିରୋଧୀ ମନ୍ତବ୍ୟ ମହାରାଷ୍ଟ୍ରରେ ସର୍ବାଧିକ। ଏହି କ୍ଷେତ୍ରରେ କର୍ନାଟକ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ମଧ୍ୟ ପଛରେ ପଡ଼ିନାହିଁ।

ଭାରତର ୧%ରୁ କମ୍‌ ଜନସଂଖ୍ୟା ଥିବା ଉତ୍ତରାଖଣ୍ଡରେ ପ୍ରାୟ ୫ ପ୍ରତିଶତ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦେଖିବାକୁ ମିଳିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌), ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି), ବଜରଙ୍ଗ ଦଳ, ସକଳ ହିନ୍ଦୁ ସମାଜ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ସହ ଜଡ଼ିତ ସଙ୍ଗଠନଗୁଡ଼ିକ ପକ୍ଷରୁ ଅଧିକାଂଶ ଘୃଣା ମନ୍ତବ୍ୟ ଦିଆଯାଇଥିବା ସମାବେଶ ଆୟୋଜିତ ହୋଇଛି। ଏହି ସଙ୍ଗଠନଗୁଡ଼ିକ ଅଧିକାଂଶ ସମୟରେ ଲଭ୍‌ ଜିହାଦ, ଲ୍ୟାଣ୍ଡ୍‌ ଜିହାଦ, ସଂଖ୍ୟାଲଘୁଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ବିଭ୍ରାନ୍ତିକର ତଥ୍ୟ ଭଳି ମୁସଲମାନ ବିରୋଧୀ ଷଡ଼ଯନ୍ତ୍ର ସିଦ୍ଧାନ୍ତ ଉପରେ ଅଧିକ ଅପପ୍ରଚାର ଚଳାଇଛନ୍ତି। ଏମାନଙ୍କ ପ୍ରାୟ ୩୩% ସମାବେଶରେ ମୁସଲମାନମାନଙ୍କ ବିରୋଧରେ ହିଂସାକୁ ଉସୁକାଯାଉଛି।

ପ୍ରାୟ ୧୧% କାର୍ଯ୍ୟକ୍ରମରେ ମୁସଲମାନଙ୍କୁ ବର୍ଜନ କରିବା ପାଇଁ ହିନ୍ଦୁଙ୍କୁ ଆହ୍ବାନ ଦିଆଯାଉଛି। ସେହିପରି ୪% ସମାବେଶରେ ମୁସଲମାନ ମହିଳାମାନଙ୍କ ବିରୋଧରେ ଲିଙ୍ଗଗତ ଆକ୍ଷେପ ଜରିଆରେ ଟାର୍ଗେଟ କରାଯାଉଛି। ଗତ ମାର୍ଚ୍ଚ ମାସରେ ରାମନବମୀ ପଡ଼ିଥିବାବେଳେ ସବୁଠୁ ବେଶି ଘୃଣା ମନ୍ତବ୍ୟ ରେକର୍ଡ କରାଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ‘ହେଟ୍‌ ସ୍ପିଚ୍‌’ ପରିଭାଷିତ ହୋଇ ନ ଥିବାରୁ ହିନ୍ଦୁତ୍ୱ ଓ୍ବାଚ୍‌ ଜାତିସଂଘର ବର୍ଗୀକରଣ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଜାତିସଂଘ ଅନୁସାରେ ମୌଖିକ, ଲିଖିତ ବା ବ୍ୟବହାରିକ ଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଜାତି, ଧର୍ମ କିମ୍ବା ସମ୍ପ୍ରଦାୟକୁ ଟାର୍ଗେଟ କରି ବ୍ୟବହୃତ ଭାଷା ହେଉଛି ଘୃଣା ମନ୍ତବ୍ୟ। ରିପୋର୍ଟ ପ୍ରସ୍ତୁତି ବେଳେ ସାମାଜିକ ଗଣମାଧ୍ୟମର ସହାୟତା ମଧ୍ୟ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?