Posted inଫୁରସତ

ସାର୍କ ସହ ୮ ବର୍ଷର ବାଳକ କଲେ ଲଢ଼େଇ, ଶେଷରେ…

କିଏ ସମୁଦ୍ରରେ ପହଁରିବାକୁ ତ କିଏ ସମୁଦ୍ର କୂଳରେ ସମୟ ବିତାଇବାକୁ ଭଲ ପାଏ। ତଥାପି ସମୁଦ୍ର କୂଳରେ ନାନା ବିପଦ ରହିଛି। ଏବେ ଜଣେ ୮ ବର୍ଷର ବାଳକ ସହ ସେମିତି ଏକ ଘଟଣା ଘଟିଛି। ବାଳକ ଜଣକ ତାଙ୍କ ପିତାଙ୍କ ସହ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଏକ ସାର୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ତା’ ପରେ ଯାହା ଘଟିଲା, ଜାଣନ୍ତୁ ସେ ସମ୍ପର୍କରେ…

୮ ବର୍ଷୀୟ ନ୍ୟାପେଟ ଚ୍ୟାଇରକ କ୍ରିଷ୍ଟେଙ୍କୋ ଥାଇଲ୍ୟାଣ୍ଡର ଫୁକେଟରେ ସମୁଦ୍ରକୁ ପିତାଙ୍କ ସହ ଗାଧୋଇ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ଏବଂ ନ୍ୟାପେଟ କାନ୍ଦିବାକୁ ଲାଗିଥିଲେ। ଏହି ଯନ୍ତ୍ରଣା ବଢ଼ିବାରୁ ଏହା କୌଣସି ଛୋଟ ପ୍ରାଣୀ ନ ଥିଲା, ଏହା ସାର୍କ ବୋଲି ନିଶ୍ଚିତ ହୋଇଥିଲା।

ତାଙ୍କ ପିତା ଏହା ଜାଣିବା ବେଳକୁ ସାର୍କଟି ନ୍ୟାପେଟଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା। ନ୍ୟାପେଟ କହିଛନ୍ତି, ପୂର୍ବରୁ ତାଙ୍କୁ ଏତେ ଯନ୍ତ୍ରଣା ହେଉ ନ ଥିଲା। ଯେତେବେଳେ ସେ ତାଙ୍କ ଗୋଡ଼ ତଳକୁ ଚାହିଁଲେ, ଏକ ସାର୍କକୁ ଦେଖିଥିଲେ। ସାହସୀ ପିଲାଟି ସାର୍କର ମୁହଁରେ ଜୋରରେ ପିଟିବାକୁ ଲାଗିଲେ। ସାର୍କ ଆଘାତ ପାଇବା ପରେ ଗୋଡ଼ ଛାଡ଼ି ଦେଇଥିଲା। ଏହି ସମୟରେ ତାଙ୍କ ପିତା ନ୍ୟାପେଟଙ୍କୁ କୂଳକୁ ଟାଣି ନେଇଥିଲେ। ବିଶେଷଜ୍ଞଙ୍କ ମତରେ ଶିଶୁର ଗୋଡ଼କୁ ଏକ ବିରାଟ ସାର୍କ ଧରିଥିଲା। ଏହାର ଲମ୍ବ ୮୦-୧୨୦ ସେମି ଲମ୍ବ। ମେଘୁଆ ପାଗ ହେତୁ ସାର୍କ ହୁଏତ ଶିଶୁର ଗୋଡ଼କୁ ମାଛ କିମ୍ବା ଅନ୍ୟ ସାମୁଦ୍ରିକ ପ୍ରାଣୀ ଭାବରେ ଧରିଥାଇପାରେ। ଏବେ ନ୍ୟାପେଟ ସୁସ୍ଥ ଥିବା ଜଣାପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri