Posted inଫୁରସତ

୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି। ଏକ ବିଷଧର ସାପ। ସାଧାରଣତଃ ସାପକୁ କିଏ ବା ନ ଡରେ। କିନ୍ତୁ ଇସ୍ରାଏଲରେ ରହୁଥିବା ୮ ବର୍ଷୀୟା ଇନ୍‌ବରଙ୍କ ବନ୍ଧୁ ହେଉଛି ଏହି ଅଜଗର। ଏପରିକି ଇନବର ସୁଇମିଂ ପୁଲ୍‌କୁ ଗଲେ ମଧ୍ୟ ଅଜଗର ତାଙ୍କ ସହିତ ଯାଇଥାଏ। ଏହାର ଲମ୍ବ ୧୧ ଫୁଟ। ଏହା ହଳଦିଆ ରଙ୍ଗର। ଅଜଗର ସହିତ ଇନ୍‌ବରଙ୍କୁ ଦେଖିଲେ ଅନ୍ୟ ପିଲାମାନେ ଭୟଭୀତ ହୋଇଯାନ୍ତି। କିନ୍ତୁ ଇନ୍‌ବର ସକାଳୁ ରାତି ପର୍ଯ୍ୟନ୍ତ ଏହି ଅଜଗର ସହ ସମୟ କାଟିଥାନ୍ତି।
ଇନବର ନିଜର ମାତାପିତାଙ୍କ ସହିତ ଦକ୍ଷିଣ ଇସ୍ରାଏଲର ଏକ କୃଷି ଅଭୟାରଣ୍ୟରେ ରୁହନ୍ତି। ପିଲାଦିନରୁ ଇନବର ଗୃହପାଳିତ ପଶୁମାନଙ୍କୁ ଭଲପାଆନ୍ତି। ସେହି ଗୃହପାଳିତ ପ୍ରାଣୀମାନଙ୍କ ମଧ୍ୟରୁ ଏହି ଅଜଗର ଗୋଟିଏ। ଏହାର ନାମ ‘ବେଲେ’।

ଇନବର ଏବଂ ବେଲେ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ଇନବର ଯେତେବେଳେ ଛୋଟ ଥିଲେ ବେଲେ ମଧ୍ୟ ଛୋଟ ଥିଲା। ଏବେ ଦୁଇଜଣ ବଡ଼ ହୋଇଗଲେଣି। ତେଣୁ ତା’ ସହିତ ରହିବାକୁ ଇନବରଙ୍କୁ ଟିକେ ବି ଡର ଲାଗେନି ବୋଲି କୁହନ୍ତି। ସୋସିଆଲ ମିଡିଆରେ ବେଲେ ଏବଂ ଇନବରଙ୍କ ସୁଇମିଂ ପୁଲ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନ ଆଗରୁ ଚର୍ଚ୍ଚାରେ ଏହି ନେତ୍ରୀ: ପ୍ରଚାର ବେଳେ ପିନ୍ଧୁଛନ୍ତି ମାସ୍କରୁ ଆରମ୍ଭ କରି ଚପଲ ପର୍ଯ୍ୟନ୍ତ ମ୍ୟାଚିଂ; ପଚାରିଲେ..

ପାଟଣା: ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହେବାରେ ଲାଗିଲାଣି। ମହାମାରୀ କରୋନା ଏବେ ବି ଥିବାରୁ ସତର୍କତାର ସହ...

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଦୁଇ ସ୍କୁଲ ମିଶି ଛାତ୍ରୀଛାତ୍ରଙ୍କ ପାଇଁ ଘର ନିର୍ମାଣ କଲେ

କସାରାଗୋଡ: ମୌସୁମୀ ବର୍ଷାରେ ୨ବର୍ଷ ତଳେ ଘର ଭାଙ୍ଗିଯିବା ପରେ ବାସହୀନ ହୋଇଥିଲେ ଦୁଇ ଛାତ୍ରୀଛାତ୍ର(ଭଉଣୀ-ଭାଇ)। ତେବେ ଦୁଇ ସ୍କୁଲ ଏକାଠି ହୋଇ ସେମାନଙ୍କ ପାଇଁ...

୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍‌

ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ...

ଜାଣନ୍ତୁ ହ୍ବାଟ୍ସଆପ୍‌ରେ କେଉଁଭଳି ମେସେଜ୍‌, ଫଟୋ ଶେୟାର କଲେ ଭୋଗିବେ ଜେଲ୍‌ଦଣ୍ଡ

ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର, ଘୃଣା,...

ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା,...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ...

ସୋସିଆଲ ମିଡିଆରେ ଫଟୋ ଏଡିଟ୍‌ କଲେ ଏହି ଦେଶରେ ମିଳିବ ଜେଲ୍‌ଦଣ୍ଡ

୨୦୧୦ରେ ଲଞ୍ଚ୍‌ ହୋଇଥିବା ଇନ୍‌ଷ୍ଟାଗ୍ରାମ ୧୧ ବର୍ଷ ମଧ୍ୟରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଏହି ପ୍ଲାଟ୍‌ଫର୍ମରେ ୟୁଜରମାନେ ଫିଲ୍‌ଟର ଅପ୍‌ଶନରେ ଫଟୋ ଏଡିଟ୍‌ କରି...

Advertisement


Archives

Model This Week

Why Dharitri