Posted inଜାତୀୟ

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ ଅଭିଯୋଗ ନିର୍ବାଚନ ବେଳେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଦିଲ୍ଲୀ ପୋଲିସ ଏବଂ ଫରେନ୍‌ସିକ୍‌ ଟିମ୍‌ ଶୁକ୍ରବାର ସିଲିଲ୍‌ ଲେନ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚତ୍ ତନାଘନା ଚଳାଇଛି। ଅପରାଧର ସିନ୍‌ ରିକ୍ରିଏଟ୍‌ କରିବା ପାଇଁ ସ୍ବାତୀଙ୍କୁ ମଧ୍ୟ ସେଠାକୁ ନିଆଯାଇଥିଲା। ଅନ୍ୟପକ୍ଷେ ବିଭବ ସ୍ବାତୀଙ୍କ ବିରୋଧରେ ପାଲଟା ଆକ୍ରମଣ ଅଭିଯୋଗ ଆଣିଛନ୍ତି।
ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ତିସ୍‌ ହଜାରି କୋର୍ଟରେ ପହଞ୍ଚତ୍ ନିଜ ବୟାନ ରେକର୍ଡ କରାଇଛନ୍ତି। ତାଙ୍କ ବୟାନ ଆଧାରରେ ବିଭବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ବିଭବଙ୍କୁ ନୋଟିସ କରିଥିବାବେଳେ ସେ ହାଜର ହୋଇ ନ ଥିଲେ। ତେଣୁ ଏନ୍‌ସିଡବ୍ଲ୍ୟୁ ଅଭିଯୁକ୍ତ ତାଙ୍କୁ ଦ୍ୱିତୀୟ ଥର ନୋଟିସ କରିଛନ୍ତି। ଦିଲ୍ଲୀ ପୋଲିସ ଅପରାହ୍ନରେ ବିଭବଙ୍କ ଘରକୁ ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ପାଇ ନ ଥିଲା। ତାଙ୍କୁ ଧରିବା ପାଇଁ ୮ଟି ଟିମ୍‌ ଗଠନ କରାଯାଇଛି। ବିଭବ ପଞ୍ଜାବକୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। କାଳେ ସେ ମହାରାଷ୍ଟ୍ରକୁ ଚାଲିଯାଇଥିବେ ମନେକରି ସେଠାକାର ପୋଲିସ ସହ ଦିଲ୍ଲୀ ପୋଲିସ ଯୋଗାଯୋଗ କରିଛି। କେଜ୍‌ରିଓ୍ବାଲଙ୍କ ବାସଭବନରେ ପୋଲିସ ଅପରାହ୍ନ ୪ଟା ୪୫ରୁ ରାତି ପର୍ଯ୍ୟନ୍ତ ତଦନ୍ତ ଚଳାଇଥିଲା। ସେଠାରେ ସ୍ବାତୀ ତାଙ୍କ ସହ ଘଟିଥିବା ସବୁ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବତାଇଥିଲେ। ପୋଲିସ ଟିମ୍‌ ୮ ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନର କେତେଜଣ ସୁରକ୍ଷା କର୍ମୀଙ୍କ ମଧ୍ୟ ବୟାନ ରେକର୍ଡ କରିଛି।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଭେଟିବା ପାଇଁ ଗତ ୧୩ ତାରିଖରେ ତାଙ୍କ ବାସଭବନକୁ ଯାଇଥିବାବେଳେ ଡ୍ରଇଂରୁମ୍‌ରେ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ ବେଳର ୫୨ ସେକେଣ୍ଡ ବିଶିଷ୍ଟ ଏକ ଭିଡିଓ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି। ସୁରକ୍ଷା କର୍ମୀମାନେ ତାଙ୍କୁ ସେଠାରୁ ଚାଲିଯିବା ପାଇଁ କହୁଥିବାବେଳେ ସ୍ବାତୀ ପୋଲିସକୁ ଫୋନ୍‌ କରୁଥିବା ଏଥିରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣା ପରେ ସ୍ବାତୀ ଟୁଇଟ୍‌ କରିଥିଲେ, ଜଣେ ‘ପଲିଟିକାଲ ହିଟ୍‌ମ୍ୟାନ୍‌’ (କେଜ୍‌ରିଓ୍ବାଲ)ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଲୋକେ ଆକ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri