୪୦ ଡିଗ୍ରୀ ଛୁଇଁଲା ୮ ସହର: ଉଷ୍ମରାତି ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨/୪(ଅନିଲ ଦାସ):ରାଜ୍ୟରେ ୨୪ ଘଣ୍ଟାର ବ୍ରେକ୍‌ ପରେ ପୁଣି ବଢ଼ିଛି ତାପମାତ୍ରା। ଅସମ୍ଭାଳ ଖରାତାତି ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଖାଲି ଦିନ ନୁହେଁ, ରାତ୍ରିର ତାପମାତ୍ରା ମଧ୍ୟ ଅଧିକ ରହୁଛି। ସୋମବାର ୮ ସହରରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୦.୩, ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ଛୁଇଁଛି ପାରଦ। ସେହିଭଳି ଚାନ୍ଦବାଲିରେ ୩୯.୬, ଅନୁଗୋଳରେ ୩୯.୭, ଯାଜପୁରରେ ୩୯.୫, ପାରଳାଖେମୁଣ୍ଡି ୩୯.୬, ଢେଙ୍କାନାଳ ୩୯.୫, ଭୁବନେଶ୍ୱର ଓ କଟକରେ ୩୯.୪, ଯାଜପୁର ୩୯.୨ ଓ ରାୟଗଡ଼ାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗକୁ ସ୍ଥିତି ଆହୁରି ବିଗିଡ଼ିଯିବ। ବିଶେଷକରି ଜୁନ୍‌ ଶେଷଯାଏ ୩ ମାସ ଲୋକେ ଅସହ୍ୟ ଗରମରେ କଲବଲ ପରିସ୍ଥିତିର ସମ୍ମୁଖୀନ ହେବେ।
ଚଳିତ ଏପ୍ରିଲରେ ସ୍ବାଭାବିକଠାରୁ ଦିନ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ମଧ୍ୟ ଅଧିକ ରହିବା ସମ୍ଭାବନା ରହିଛି। ତେଣୁ ଏଥର ଅସ୍ବାଭାବିକ ପାଣିପାଗ ସହ ଉଷ୍ମଆର୍ଦ୍ର ସ୍ଥିତି ଏବଂ ଉଷ୍ମରାତ୍ରି ସଂଖ୍ୟା ଅଧିକ ଅନୁଭୂତ ହେବ।
ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲାରେ ରାତ୍ରି ତାପମାତ୍ରା ଅଧିକ ରହିବ। ଏଥିପାଇଁ ସେସବୁ ଜିଲାକୁ ଉଷ୍ମରାତ୍ରି (ଓ୍ବାର୍ମ ନାଇଟ୍‌) ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଏବଂ ମାଲକାନଗିରି ଜିଲାକୁ ଉଷ୍ମରାତ୍ରି ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସାଧାରଣତଃ ରାତିର ସର୍ବାଧିକ ତାପମାତ୍ରା ଯେତେବେଳେ ୪୦ ଡିଗ୍ରୀ ହୋଇଥାଏ ବା ଡେଇଁଥାଏ, ତାହାକୁ ଉଷ୍ମରାତ୍ରି ବୋଲି କୁହାଯାଇଥାଏ। ସେହିଭଳି ୪ ଓ ୫ ତାରିଖ ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ କଟକ ଜିଲାର କିଛି ସ୍ଥାନରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri