ଆନ୍ତଃଜିଲା ଚୋର ଗ୍ୟାଙ୍ଗ ଠାବ, ୮ଗିରଫ

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଚୋରିଗ୍ୟାଙ୍ଗଙ୍କୁ ଗିରଫ କରିଛି। ପୋଲିସ ସମୂଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୬ ଅଭିଯୁକ୍ତ ଚୋରିଗ୍ୟାଙ୍ଗର ହୋଇଥିବାବେଳେ ଅନ୍ୟ ୨ଜଣ ଚୋରି ସାମଗ୍ରୀ ଗ୍ରହଣ କରି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଣ୍ଡରିପଥର ନିବାସୀ ଗଙ୍ଗା ହନୁମାନ (୨୭), ବରଗଡ଼ ଜିଲା ଅମ୍ବାଭୋନା ଥାନା ମେଣ୍ଢାପାଲି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଟାଉନ ଥାନା ଗୋବିନ୍ଦପାଲିର ସୁବ୍ରତ ଚନ୍ଦ୍ର ଦାଶ(୩୨), ବରଗଡ଼ ୱାର୍ଡ଼ ନଂ.୨ ଅନ୍ତର୍ଗତ ନିଲିବନ୍ଧପଡ଼ାର ସୋନୁ ସାହୁ(୨୧), ସହରାପଡ଼ା ନିବାସୀ ବିକାଶ ମଟାରୀ(୩୦), ତୋରା କୈଲାଶନଗର ନିବାସୀ ଜି. ରବି ପ୍ରସାଦ (୪୦), ବରଗଡ଼ ମନାବନ୍ଧ ପଡ଼ା ନିବାସୀ ମାନସ କୁମାର ମଲ୍ଲିକ(୩୮), ବରଗଡ଼ ଶିବାନନ୍ଦ ନଗର ନିବାସୀ ଗୋବିନ୍ଦ ବର୍ମାନ(୩୨) ଏବଂ ବରଗଡ଼ ଖଜୁରଟିକ୍ରା ନିବାସୀ ସୌରଭ ପ୍ରତୀକ ବର୍ମନ(୩୦)। ଗୋବିନ୍ଦ ଏବଂ ସୌରଭ ଚୋରି କରି ନ ଥିବାବେଳେ ସେମାନେ ଚୋରି ସାମଗ୍ରୀ ଗ୍ରହଣ କରିଥିଲେ ବୋଲି ପୋଲିସ କହିଛି। ସେମାନଙ୍କ ପାଖରୁ ୮୨ ଗ୍ରାମର ସୁନା, ୩ କି.ଗ୍ରା ୭୨୦ଗ୍ରାମର ରୁପା ଅଳଙ୍କାର, ଏକ କାର୍‌ (ନଂ. ଓଆର୦୨ଏଟି ୮୧୮୫), ୨ ଆକ୍ଟଭା ସ୍କୁଟି (ଓଡି୧୭ଜେଢ୍‌ ୧୯୫୦, ଓଡି୧୭ଏବି ୫୨୫୩), ଗୋଟିଏ ଡିଓ ସ୍କୁଟି(ନଂ-ଓଡି୧୭ଏଚ୍‌ ୩୦୬ଏକ୍ସ), ଗୋଟିଏ ଗ୍ଲାମର ବାଇକ୍‌ (ଓଡି୧୭ଜି ୭୭୨୮), ଗୋଟିଏ ୟାମାହା ଏଫଜେଡ୍‌ (ନଂ-ଓଡି୧୭ଏଏ ୬୮୨୬), ଗୋଟିଏ ସାଇକେଲ, ୨ଟି ଟିଭି, ୨ଟି ଲାପଟପ୍‌, ଇନଭର୍ଟର, ବ୍ୟାଟେରି, ବ୍ରୋଞ୍ଜ ନିର୍ମିତ ଶ୍ରୀକୃଷ୍ଣଙ୍କ ମୂତ୍ତି, ଦାନବାକ୍ସ, ସିଲେଇ ମେଶିନ, ପ୍ରିଣ୍ଟର, ପଙ୍ଖା, ଇଣ୍ଡକ୍ସନ ହିଟର ଆଦି ଜବତ ହୋଇଛି। ଏ ନେଇ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ପି ପି. ଏସ୍‌ ମୀନା ସୂଚନା ଦେଇ କହିଥିଲେ, ଗିରଫମାନେ ଗତ ୩ ମାସ ହେଲା ଜିଲାର ବରଗଡ଼ ଟାଉନ ଥାନା, ବରଗଡ଼ ଗ୍ରାମାଞ୍ଚଳ ଥାନା, ଅତାବିରା ଥାନା, ବରପାଲି ଥାନାର ବିଭିନ୍ନ ସ୍ଥାନରେ ଚୋରି, ରାହାଜାନୀ କରି ଆସୁଥିଲେ। ସେମାନଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ତେବେ ସେହି ଗ୍ୟାଙ୍ଗକୁ ଧରିବା ପାଇଁ ଜିଲା ପୋଲିସ ପକ୍ଷରୁ ୩ଟିମ୍‌ ଗଠନ କରାଯାଇଥିଲା। ଉକ୍ତ ଟିମ୍‌ ଚୋରି, ରାହାଜାନୀ ଘଟଣାର ବିଭନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରି ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ୨, ବରଗଡ଼ ଗ୍ରାମାଞ୍ଚଳ ଥାନାରେ ୩, ଅତାବିରା ଥାନାରେ ୪ ଏବଂ ବରଗଡ଼ ସଦର ଓ ବରପାଲି ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଜିଲାରେ ଅପରାଧ ରୋକିବା ପାଇଁ ଜିଲାରେ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଏସପି କହିଛନ୍ତି। ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉ ଥିବାବେଳେ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସଚେତନ ନାଗରିକଙ୍କ ସହିତ ପୋଳିସର ବୈଠକ ମଧ୍ୟ ବିଭିନ୍ନ ଗ୍ରାମରେ ଚାଲିଥିବା ଏସ୍‌ପି ମୀନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?