କୁମ୍ଭୀର ଆଁରେ ଉପାନ୍ତ ଗାଁ

କେନ୍ଦ୍ରାପଡା ଅଫିସ, ୨୦ା୧୨: ଆଳି ଓ ରାଜନଗର ସୀମାନ୍ତ ନଳଦିଆ ଗ୍ରାମ ପୋଖରୀରୁ ୬ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରକୁ ଗ୍ରାମବାସୀ ଧରି ବନବିଭାଗକୁ ଶୁକ୍ରବାର ହସ୍ତାନ୍ତର କରିଛନ୍ତି । ଏହାପୂର୍ବରୁ ଏକାଧିକ କୁମ୍ଭୀର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଗାଁରେ ବୁଲୁଥିବା ନଜରକୁ ଆସିଛି । ସେହିପରି ଜିଲାର ୭ ନଦୀ ଓ ୨୭ ଶାଖା ନଦୀ ଅଞ୍ଚଳରେ କୁମ୍ଭୀର ଦେଖିବାକୁ ମିଳିଥାଏ। ଉପାନ୍ତ ଅଞ୍ଚଳରେ କୁମ୍ଭୀରଙ୍କ ଉପଦ୍ରବ ଲାଗି ରହିଛି । ହେଲେ ବନବିଭାଗ ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୧୪ ଜଣଙ୍କୁ ମୃତ ଦର୍ଶାଇଛି । ହେଲେ ସ୍ଥାନୀୟ ଲୋକେ କୁହନ୍ତି, କୁମ୍ଭୀର ବହୁ ଲୋକଙ୍କୁ ପାଣି ଭିତରକୁ ଟାଣି ନେଇଥାଏ । ମୃତଦେହ ନ ମିଳିବାରୁ ଏହାକୁ ବନ ବିଭାଗ ଗ୍ରହଣ କରେ ନାହିଁ । କେବଳ ନିଖୋଜ ମାମଲାରେ ତାହା ସୀମିତ ରୁହେ ।

ସଂରକ୍ଷିତ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସରକାରୀ ବ୍ୟବସ୍ଥା ରହିଛି । ହେଲେ ତାହା ଉପଯୁକ୍ତ ପରିମାଣରେ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। କୁମ୍ଭୀର ଆତଙ୍କ ଥିବା ନଦୀ ତଟବର୍ତ୍ତୀ ଗାଧୁଆ ତୁଠରେ ତାରବାଡ ଘେରାଇବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ଭେକ୍ଟା ଗ୍ରାମର ରାମନାଥ ଦାସ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ଓ ସଂରକ୍ଷଣ କେନ୍ଦ୍ରରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ରହିଥିବା ବନ ବିଭାଗ ଗଣନା କରିଛି। ହେଲେ ସେମାନଙ୍କ ସଂଖ୍ୟା ଏହି ଗଣନାଠାରୁ ଅଧିକ । ଭିତରକନିକା ସଂଲଗ୍ନ ବିଭିନ୍ନ ନଦୀରେ ବହୁ କୁମ୍ଭୀର ରହିଛନ୍ତି।

ଭୟଙ୍କର ଓ ସଂରକ୍ଷିତ ଜୀବ ହୋଇଥିବାରୁ ସେମାନଙ୍କ ନିକଟକୁ କେହି ଯାଆନ୍ତି ନାହିଁ । ତେବେ ଅଧିକାଂଶ ଲୋକ କୁମ୍ଭୀର ହାବୁଡରେ ପଡିବା ଉପାନ୍ତ ଅଞ୍ଚଳରେ ଏକ ନିତିଦିନିଆ ଘଟଣା ହୋଇଛି । ଭାଗ୍ୟ ଭଲ ଥିଲେ କୁମ୍ଭୀର ହାବୁଡରୁ ନିସ୍ତାର ମିଳେ । ୨୦୧୭ରେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗ୍ରାମର ମମତା ଦଳାଇ ନିଜ ଭଉଣୀକୁ ଓ କଣ୍ଡିରା ଗ୍ରାମର ଶିତୁ ମଲ୍ଲିକ ୨୦୧୮ରେ ଦାଦାଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ । ଏହି ଦୁଇଜଣଙ୍କୁ ଶିଶୁ ସାହସିକତା ପୁରସ୍କାର ମିଳିଥିଲା ା ଏ ନେଇ ବୁଦ୍ଧିଜୀବୀ ଦୋଳଗୋବିନ୍ଦ ଜେନା କହିଛନ୍ତି, ସରକାରୀ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଭିତରକନିକା ଆଖପାଖ ଅଞ୍ଚଳରେ ମାତ୍ର ୧୪ ଜଣଙ୍କୁ କୁମ୍ଭୀର ମାରିଛି । ତେବେ ଏହି ତଥ୍ୟ ଠିକ୍‌ ନୁହେଁ । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିର ମୃତଦେହ ନ ମିଳିଲେ ଥାନାରେ ଏକ ମିସିଂ କେସ୍‌ ରୁଜୁ ହେଉଛି । ସ୍ଥାନୀୟ ୫ଟି ଥାନାରେ ଏ ସଂକ୍ରାନ୍ତରେ ଅନୁସନ୍ଧାନ କଲେ ଶତାଧିକ ମାମଲା ନଜରକୁ ଆସିବ । ଏଥିସହ କୁମ୍ଭୀର ଆକ୍ରମଣରେ ପ୍ରତିବର୍ଷ ୨୦ରୁ ଊର୍ଦ୍ଧ୍ୱ ଆହତ ହେଉଥିଲେ ମଧ୍ୟ ଗତ ୧୦ ବର୍ଷରେ ମାତ୍ର ୪୮ ଜଣ ଆହତ ହୋଇଥିବା ବନ ବିଭାଗ ଦର୍ଶାଇଛି। ସେହିପରି ଗତ ୫ ବର୍ଷରେ ମାତ୍ର ୩୬ ପଶୁହାନି ହୋଇଥିବା ବନବିଭାଗ ଦର୍ଶାଇଛି ।

କୁମ୍ଭୀର ଆତଯାତ ନଦୀରେ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ଦାୟିତ୍ୱ ବନବିଭାଗ ନେଇଛି । ମାତ୍ର ଭିତରକନିକା ନିକଟ ମୋଟ୍‌ ୪୧୮ ଗ୍ରାମରେ ଗାଧୁଆ ତୁଠ ନିର୍ମାଣ ହୋଇ ପାରିନାହିଁ । ଚଣ୍ଡିଆଗଡି ଗ୍ରାମର କିଶୋର ସରକାର କୁହନ୍ତି, କୁମ୍ଭୀର ଉପଦ୍ରବ କରୁଥିବା ନଦୀକୂଳବାସୀଙ୍କ ପାଇଁ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ଅଛି। ନଦୀ କୂଳରେ ବହ୍ଲା ଓ ତାରଜାଲି ଦେଇ ଏହି ତୁଠ ନିର୍ମାଣ ହେବା କଥା। ତେବେ କେତେକ ସ୍ଥାନରେ ନିମ୍ନ ଧରଣର କାର୍ଯ୍ୟ ଯୋଗୁ ଏହି ତାରବାଡ ରହୁନାହିଁ । ଗଡଗଡି, ବାଳକାଟୀ, ପତ୍ରପୁର, ନୂଆଗଁାଠାରୁ ଆରମ୍ଭ କରି ରାଜଗଡ, ନଳଦିଆ, ନରେନ୍ଦ୍ରପୁର, ନିମପୁର ଆଦି ନଦୀ ଘାଟ ଜନଜୀବନ ପାଇଁ ଅସୁରକ୍ଷିତ ହୋଇପଡିଛି ।

ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ଚନ୍ଦ୍ର ଦାଶ କୁହନ୍ତି, ବନାଞ୍ଚଳର ପଶୁପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଛି । ଏଥିସହ କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ନଦୀ ତୁଠରେ ସୁରକ୍ଷିତ ଓ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ହେଉଛି । ସେହିପରି ଜନସଚେତନତା କାର୍ଯ୍ୟକ୍ରମ ସହ ମୃତାହତଙ୍କ ଅଭିଯୋଗକୁ ଭିତ୍ତିକରି କ୍ଷତିପୂରଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri