Posted inଜାତୀୟ

୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

ନୂଆଦିଲ୍ଲୀ,୭।୯: ଆତ୍ମହତ୍ୟା କରିବା ପୂର୍ବରୁ କେହି କେହି ଏହାର କାରଣ ଦର୍ଶାଇ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ତେବେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ଲେଖିବା ପ୍ରଥମ ଘଟଣା। ଦିଲ୍ଲୀର ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରିବା ପୂର୍ବରୁ ଏଭଳି ଏକ ଲମ୍ବା ପତ୍ର ଲେଖିଛନ୍ତି। କେବଳ ସେତିକି ନୁହେଁ ସେ ୩ ଦିନ ପୂର୍ବରୁ ନିଜ ମାଆଙ୍କୁ ହତ୍ୟା କରି ଘରେ ରଖିଥିଲେ। ଦୁର୍ଗନ୍ଧ ନ ବାହାରିବା ପାଇଁ ସେ ଘରେ ଅତର ସ୍ପ୍ରେ କରିଥିଲେ ଓ ଗୀତାପାଠ କରିଥିଲେ। ରୋହିଣୀ ଅଞ୍ଚଳରେ ରହୁଥିବା କ୍ଷିତିଜଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ରବିବାର ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଗତ ଗୁରୁବାର କ୍ଷିତିଜ ତାଙ୍କ ମାଆଙ୍କୁ ହତ୍ୟା କରିଥିଲେ। ରବିବାର ସକାଳ ୭ଟାରେ ସେ ତାଙ୍କର ଜଣେ ସାଙ୍ଗଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବା ଟେଲିଫୋନ୍‌ ଯୋଗେ କହିଥିଲେ। ସେ ଅବସାଦରେ ଥିଲେ ଏବଂ ମାଆଙ୍କୁ ହତ୍ୟା କରିବା ସମ୍ପର୍କରେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟରେ ସ୍ବୀକାର କରିଛନ୍ତି। ବେରୋଜଗାରୀ କାରଣରୁ ସେ ଆତ୍ମହତ୍ୟା କରିବାକୁ ଚାହିଁଲେ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼...

ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ ମା’ଙ୍କୁ ହତ୍ୟା କଲା ନାବାଳିକା ଝିଅ

ମୁମ୍ବାଇ,  ୧୦।୮: ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ କରାଟେ ବେଲ୍ଟରେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛି ୧୫ ବର୍ଷୀୟା ନାବଳିକା ଝିଅ। ନବି ମୁମ୍ବାଇରେ...

ଏଠି ବଳଦ ନୁହେଁ ମଣିଷ କରୁଛନ୍ତି ହଳ

ଝାବୁଆ,୨୮।୭: ମଧ୍ୟପ୍ରଦେଶର ଝାବୁଆ ଜିଲା ଉମରକୋଟ ଗ୍ରାମରେ ରହୁଥିବା ଆଦିବାସୀ ଆଜିବି ବଳଦ ବଦଳରେ ମହିଳାଙ୍କୁ ହଳ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଏଠାରେ...

କୋମଳମତି ଶିଶୁଙ୍କଠାରୁ ଉପହାର ଗ୍ରହଣ କଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଥିଲେ। ସେଠାରେ ସେ ପିଲାମାନଙ୍କ...

୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌...

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା...

ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫...

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର...

Advertisement
Archives

Model This Week