ସୁଶାନ୍ତଙ୍କ କଳାକୃତି ଜାତୀୟ ପୁରସ୍କାର ପାଇଁ ମନୋନୀତ

ଚଣ୍ଡିଖୋଲ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲାଇ ଗ୍ରାମର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଘୋଷଣା କରାଯାଇଥିବା ରାଷ୍ଟ୍ରୀୟ ହସ୍ତଶିଳ୍ପୀ ପୁରସ୍କାର ପାଇଁ ସୁଶାନ୍ତଙ୍କ ପ୍ରକଳ୍ପକୁ ଚୟନ କରାଯାଇଛି ା ସୁଶାନ୍ତ ଏକମାତ୍ର ପ୍ରସ୍ତର ଶିଳ୍ପୀ ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ା ବିଭିନ୍ନ ବର୍ଗରେ ୧୯ଜଣ ପ୍ରତିଭାବାନ ଶିଳ୍ପୀଙ୍କ ମଧ୍ୟରେ ଓଡ଼ିଶାରୁ ସୁଶାନ୍ତଙ୍କ ସମେତ ପୁରୀ ଜିଲାରୁ ଦୁଇ ମହିଳା ଶିଳ୍ପୀ ବିଜୟଲକ୍ଷ୍ମୀ ସ୍ବାଇଁ ଓ ସ୍ବପ୍ନାମଞ୍ଜରୀ ନାୟକଙ୍କ ତାଳପତ୍ର ଖୋଦେଇ କଳାକୃତି ଜାତୀୟ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛି।
୨୦୧୯ ପାଇଁ ଘୋଷିତ ଏହି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବାକୁ ସୁଶାନ୍ତଙ୍କ ଦ୍ୱାରା ନିର୍ମାଣ କରାଯାଇ ଶ୍ରୀରାଧାକୃଷ୍ଣଙ୍କ ଝୁଲଣ ଯାତ୍ରାକୁ ନେଇ ଗୌରହରା ପଥର (ପଞ୍ଜାବରୁ ଆଣିଥିବା ଖଡ଼ିପଥର)ରେ ନିର୍ମାଣ କଳାକୃତିକୁ ଚୟନ କରାଯାଇଛି ା ପ୍ରାୟ ଦେଢ଼ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତିକୁ ନିର୍ମାଣ କରିବାକୁ ସେ ୧୦ମାସ ପରିଶ୍ରମ କରିଥିବା କହିଛନ୍ତି ା ଏହି କଳାକୃତିରେ ରାଧା-କୃଷ୍ଣଙ୍କ କମନୀୟ ବିଗ୍ରହ ସହିତ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରହିଛି ା ଏହାସହିତ ଶ୍ରୀକୃଷ୍ଣଙ୍କ ଷୋହଳକଳାର ୧୬ ସୁନ୍ଦର ଓ କମନୀୟ ମୂର୍ତ୍ତି ମଧ୍ୟ ଏହାସହିତ ରହିଛି ବୋଲି ସେ କହିଛନ୍ତି । ପଲାଇ ଗ୍ରାମର ବ୍ରଜବନ୍ଧୁ ଦାସଙ୍କ କନିଷ୍ଠ ପୁତ୍ର ସୁଶାନ୍ତ ଚଣ୍ଡୀଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥରେ ଓଳାଶୁଣୀ ଛକ ନିକଟରେ ବ୍ରଜ କଳାକୃତି ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତିଷ୍ଠା କରି ବିଭିନ୍ନ ମୂର୍ତ୍ତି ନିର୍ମାଣ କରୁଛନ୍ତି । ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ । ପୂର୍ବରୁ ମଧ୍ୟ ଯାଜପୁର ଜିଲା ବଡ଼ଚଣା ବ୍ଲକ ଛତିଆର ମହେଶ୍ୱର ଓଝା ଏହି ଜାତୀୟ ପୁରସ୍କାର ପାଇଛନ୍ତି ଏବଂ ୨୦୧୮ ପାଇଁ ଜାତୀୟ ପୁରସ୍କାର ଘୋଷଣା ହୋଇଥିବା ପଲାଇ ଗ୍ରା.ପ. ଶୁଖୁଆପଡ଼ା ଗ୍ରାମର ରଞ୍ଜନ ମହାରଣାଙ୍କ ପରଲୋକ ହେତୁ ସେହି ପୁରସ୍କାର ପ୍ରଦାନ କରାଯାଇନି ।
ଭାସ୍କର୍ଯ୍ୟଶିଳ୍ପୀ ସୁଶାନ୍ତଙ୍କ ନାମ ରାଷ୍ଟ୍ରୀୟ ପୁରସ୍କାର ପାଇଁ ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ମିଳିଛି । ପୂର୍ବରୁ ସୁଶାନ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ୟ କଳାବୃତ୍ତି ପୁରସ୍କାର ଲାଭ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri